ହିତାଧିକାରୀଙ୍କ ଘରକୁ ଯାଇ ଦିଆଯିବ ଭତ୍ତା ଟଙ୍କା

ଛତ୍ରପୁର, ୨୦।୩(ଡି.ଏନ୍‌.ଏ.): କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା ଆଗାମୀ ୪ ମାସ ପାଇଁ ଏକକାଳୀନ ପ୍ରଦାନ କରାଯିବ। ଜନସମାଗମକୁ ସୀମିତ ରଖିବା ନିମନ୍ତେ ଏହି ଟଙ୍କାକୁ ହିତାଧିକାରୀଙ୍କ ନିଜ ଗ୍ରାମରେ ହିଁ ପ୍ରଦାନ କରାଯିବ। ଏହି କ୍ରମରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କ ଘରକୁ ଯାଇ ସେମାନଙ୍କୁ ବାର୍ଦ୍ଧକ୍ୟ, ବିଧବା ଆଦି ଭତ୍ତା ଟଙ୍କା ପ୍ରଦାନ କରାଯିବ। ଶୁକ୍ରବାର ଛତ୍ରପୁର ପଞ୍ଚାୟତ ସମିତିରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଏହି ସୂଚନା ଦିଆଯାଇଛି। ସରକାର ଓ ଜିଲାପାଳଙ୍କ କରୋନା ନେଇ ଥିବା ନିର୍ଦ୍ଦେଶନାମାକୁ ମାନିବା ପାଇଁ ବୈଠକରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅନୁରୋଧ କରିଛନ୍ତି। ଏଡିଏମ୍‌ ଅମୀୟ କୁମାର ସାହୁ ଯୋଗଦେଇ ପ୍ରତି ପଞ୍ଚାୟତରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେଣ୍ଟର ପ୍ରସ୍ତୁତ ହେବ। ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ସମେତ ସରପଞ୍ଚ, ସମିତିସଭ୍ୟ, ଜିଲାପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡା ଲଢ଼େଇ ଦେଖି ଫେରୁଥିଲା ବେଳେ ଦୁର୍ଘଟଣା: ଟିପ୍ପର ଓଲଟି ୩ ମୃତ, ୧ ଗୁରୁତର

ଲହୁଣୀପଡା, ୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ କଲ୍ୟାଣ ମଣ୍ଡପ ପାଖରେ ଏକ ଟିପ୍ପର ଗୁରୁବାର ସନ୍ଧ୍ୟା ସାଢ଼େ ୬ଟା...

ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ

ଭୁବନେଶ୍ୱର,୩୦।୯: ପିପିଲି ଉପନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।...

କାର୍ଯ୍ୟକ୍ଷମ ହେଉନି ବାଣିଜ୍ୟକର କାର୍ଯ୍ୟାଳୟ

ତାଳଚେର, ୧୪ା୨ (ନି.ପ୍ର.) ତାଳଚେରଠାରେ ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି। କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଗତ...

ବଢୁଛି ଦାଦାବଟି ଆଦାୟ ଘଟଣା

ପୁରୀ ଅଫିସ, ୨୧।୧୦: ପୁରୀ ସହରରେ ଦାଦାବଟି ଆଦାୟ ଘଟଣା ବଢ଼ିବାରେ ଲାଗିଛି। ଦାଦାବଟି ପାଇଁ ବ୍ୟବସାୟୀ, ହୋଟେଲ ମାଲିକ, ନୂଆ ଘର ମାଲିକଙ୍କୁ ଟାର୍ଗେଟ...

ଜୁଆ ଆଡ୍ଡା ଉପରେ ଚଢାଉ: ୬ ଗିରଫ, ୯୭ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ପାରଳାଖେମୁଣ୍ଡି,୧।୮(ଡି.ଏନ୍‌.ଏ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାମନଗରଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସୋମବାର ଚଢ଼ାଉ ହୋଇଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ପାଟଣାଗଡ଼ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ପାଟଣାଗଡ଼,୨୧।୬ (ଡି.ଏନ୍‌.ଏ.): ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ସ୍ଥାପନକୁ ନେଇ ଶୁକ୍ରବାରଠାରୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ପାଟଣାଗଡ଼ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ...

ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୨୯ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୯।୯: ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍‌...

ଲକ୍‌ ଡାଉନ୍‌ର ସାଥୀ ପାଲଟିଛି ରେଡିଓ

କେନ୍ଦୁଝର୧୧ା୪(ସ୍ବ.ପ୍ର): ଲକ୍‌ ଡାଉନ୍‌ ପାଇଁ ଗାଁ ଠାରୁ ଆରମ୍ଭ କରି ସହର ସବୁ ବନ୍ଦ। ଗ୍ରାମାଂଚଳରେ କାଁ ଭାଁ କେତେକ ଗ୍ରୋସରୀ ଦୋକାନ ଛାଡି ଦେଲେ...

Advertisement
Archives

Model This Week