
ସମ୍ବଲପୁର, ୬।୪ (ବ୍ୟୁରୋ)- ହୀରାକୁଦ ହିଣ୍ଡାଲକୋ ପକ୍ଷରୁ କରୋନା ଭୂତାଣୁ ପ୍ରତିଷେଧକ ଭାବେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ହୀରାକୁଦସ୍ଥିତ କମ୍ପାନୀ ଭିତର ବାହାର, ଥାନା ପରିସର ପ୍ରଭୃତି ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି । ହିଣ୍ଡାଲକୋ କ୍ଲଷ୍ଟର ମୁଖ୍ୟ ରାଜେଶ ଗୁପ୍ତା ସୂଚନା ଦେଇ କହିଛନ୍ତି ଯେ, ହୀରାକୁଦରେ ବ୍ଲିଚିଂ ପାଉଡର ସହିତ ବଜାର ଅଞ୍ଚଳକୁ ସଂକ୍ରମଣ ମୁକ୍ତ କରାଯାଇଛି । ଜନସାଧାରଣଙ୍କ ଭିତରେ ସୁରକ୍ଷିତ ଦୂରତା ବଜାୟ ରଖିବା ପାଇଁ ବିଭିନ୍ନ ସ୍ଥାନରେ ବୃତ୍ତାକାର ରେଖା ଟଣା ଯାଇଛି।