ହିଞ୍ଜିଳିରେ ୨୫ କୋଟି ବାଣ୍ଟିଛି ବିଜେଡି

ବ୍ରହ୍ମପୁର ଅଫିସ୍‌,୨୦ା୪-ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଏଥର ଲୋକମାନେ ଖୋଲାଖୋଲି ପରିବର୍ତ୍ତନର ସ୍ବର ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ଏଥିରେ ଭୟଭୀତ ହୋଇ ମୁଖ୍ୟମନ୍ତ୍ରୀ ଯେନତେନ ପ୍ରକାରେ ନିର୍ବାଚନ ଜିତିବା ପାଇଁ ଅର୍ଥବଳ, ବାହୁବଳ ଏବଂ ପ୍ରଶାସନିକ କଳକୁ ବ୍ୟବହାର କରିଛନ୍ତି। ଭୋଟ୍‌ ଗ୍ରହଣର ଦିନେ ଦୁଇଦିନ ପୂର୍ବରୁ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ପ୍ରାୟ ୨୫କୋଟି ଟଙ୍କା ବଣ୍ଟା ଯାଇଛି । ଜଣେ ଆଇଏଏସ୍‌, ଜଣେ ଆଇପିଏସ୍‌ ଏବଂ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ଏହି ଟଙ୍କା ବଣ୍ଟନରେ ସମ୍ପୃକ୍ତ ଅଛନ୍ତି । ତଥାପି ଭାଜପାର ବିଜୟ ସୁନିଶ୍ଚିତ ବୋଲି ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ପୀତାମ୍ବର କହିଛନ୍ତି, ଲଗତାର ଭାବେ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ଜିତୁଥିଲେ ମଧ୍ୟ ବିକାଶ ଦିଗରେ କେବେ ଗୁରୁତ୍ୱ ଦେଇନାହାନ୍ତି। ଲୋକେ ବହୁ ଅସୁବିଧାରେ ରହିଛନ୍ତି । ଗତ ୨୧ଦିନ ଧରି ପ୍ରଚାର ବେଳେ ଅନେକ ଗ୍ରାମକୁ ଯାଇ ଲୋକଙ୍କ ସହ ମିଶିଛି। ଏଥିରେ ନବୀନ ବାବୁ ଭୟଭୀତ ହୋଇ ବିପୁଳ ଟଙ୍କା ବାଣ୍ଟିଛନ୍ତି । ପଞ୍ଚାୟତ ପିଚ୍ଛା ୫ରୁ ୭ଲକ୍ଷ ଏବଂ ବୁଥ୍‌ ପିଚ୍ଛା ଦୁଇରୁ ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବଣ୍ଟାଯାଇଛି। ଖଣି ଦୁର୍ନୀତି ଏବଂ ଚିଟ୍‌ଫଣ୍ଡ ଦୁର୍ନୀତିରୁ ମିଳିଥିବା ଟଙ୍କାକୁ ହିଞ୍ଜିଳି ନିର୍ବାଚନରେ ଖର୍ଚ୍ଚ କରାଯାଇଛି। କେବଳ ଏତିକି ନୁହଁ, ଅନେକ ସ୍ଥାନରେ ବୁଥ୍‌ ଦଖଲ ଉଦ୍ୟମ ହୋଇଛି । ୭ଟି ମତଦାନ କେନ୍ଦ୍ରରେ ବିଜେଡ଼ି କର୍ମୀମାନେ ବୁଥ୍‌ ଦଖଲ ଉଦ୍ୟମ କରିଥିଲେ। ହେଲେ କେନ୍ଦ୍ରୀୟ ସଶସ୍ତ୍ରବଳର ଯବାନ୍‌ମାନେ ସଜାଗ ରହି ଏହାକୁ ଭଣ୍ଡୁର କରିଛନ୍ତି। ଗୁଣ୍ଡାମାନେ ହିଞ୍ଜିଳିରେ ବିଜେଡ଼ିର ନିର୍ବାଚନ ପରିଚାଳନା କରୁଥିଲେ । କେବଳ ହିଞ୍ଜିଳିବାସୀ ନୁହନ୍ତି, ଆଗାମୀ ଦିନରେ ପ୍ରତ୍ୟେକ ଓଡ଼ିଶାବାସୀ ବିଜେଡ଼ି ଗୁଣ୍ଡାରାଜ୍‌ର ଦୃଢ଼ ଜବାବ୍‌ ଦେବେ। ନିର୍ବାଚନରେ ତାହା ପ୍ରତିଫଳିତ ହେବ ବୋଲି ପୀତାମ୍ବର ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଇଭିଏମ୍‌ ଭଙ୍ଗା ଅଭିଯୋଗରେ ଗିରଫ ହୋଇଥିବା ଭାଜପାର ସୋରଡ଼ା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ଦଳ ପୂର୍ଣ୍ଣ ସମର୍ଥନ କରିବ ବୋଲି ସେ କହିଛନ୍ତି । ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ନକଲି ସାର୍ଟିଫିକେଟ କାରବାର

ବ୍ରହ୍ମପୁର ଅଫିସ,୨୩।୪: ବ୍ରହ୍ମପୁର ଗୋଷାଣୀନୂଆଗଁା ଥାନା ପୋଲିସ ନକଲି ସାର୍ଟିଫିକେଟ କାରବାରର ରହସ୍ୟ ଉନ୍ମୋଚନ କରି ଏହାର ମାଷ୍ଟରମାଇଣ୍ଡଙ୍କୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗେଳେଶ୍ୱରରୁ ଶନିବାର...

ବନ୍ୟାପାଣିରେ ପୋଲ ଭୁଶୁଡ଼ିଲା

ପାଟପୁର,୬ା୯(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ା ସମଗ୍ର ସାନଖେମୁଣ୍ଡି ଅଞ୍ଚଳ...

ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଲାଗିଲା ନିଆଁ: ପରିବାରର ୧ ମୃତ: ୩ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ: ୧୯।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଗେରୁପଡ଼ା ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକେ...

ଗଞ୍ଜାମରେ ସୁସ୍ଥ ହେଲେଣି ୩୦୨ ଆକ୍ରାନ୍ତ: ଆଉ ୮୯ କରୋନା ଆକ୍ଟିଭ

ଛତ୍ରପୁର, ୨୮।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ୩୯୪ ଜଣଙ୍କଠାରେ କରୋନା ପଜିଟିଭ୍‌ ମିଳିଛି। ଏଥିରୁ ୩୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ସେହିଭଳି...

କେନ୍ଦୁପଦରରେ ନିର୍ବାଚନ ପରବର୍ତ୍ତୀ ହିଂସା

ଆସିକା,୧୪ା୩ (ଡି.ଏନ.ଏ): ଆସିକା ବ୍ଲକର ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ଶନିବାର ରାତିରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖାଦେଇଛି ା ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅପର...

ପତ୍ନୀଙ୍କୁ ନିର୍ଯ୍ୟାତନା, ହତ୍ୟା ଅଭିଯୋଗ: ଜେଲ୍‌ ଗଲେ ଦୁଇ ସ୍ବାମୀ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁର ଥାନା ପୋଲିସ ଦୁଇଟି ପୃଥକ ପୃଥକ ପତ୍ନୀଙ୍କୁ ହତ୍ୟା ଅଭିଯୋଗ ମାମଲାରେ ଦୁଇ ସ୍ବାମୀଙ୍କୁୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛତ୍ରପୁର...

ଶେରଗଡ଼ରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୭୭; ସୁସ୍ଥ ହେଲେଣି ୨୫୪, ୨ ମୃତ

ଶେରଗଡ଼, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଶେରଗଡ଼ ବ୍ଲକକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା...

୧୫୬ ବର୍ଷର ବ୍ରହ୍ମପୁର ମଣ୍ଡଳ କାରାଗାର : ରାଜ୍ୟର ଏକମାତ୍ର ଫାଶୀଖୁଣ୍ଟ, ନାହାନ୍ତି ଘାତକ

ବ୍ରହ୍ମପୁର ଅଫିସ,୭ା୧୨-ବ୍ରିଟିଶ ଶାସନରେ ଏବଂ ଗଞ୍ଜାମ ଜିଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିବା ବେଳେ ୧୮୬୩ରେ ସ୍ଥାପିତ ହୋଇଥିଲା ବ୍ରହ୍ମପୁର ମଣ୍ଡଳ କାରାଗାର। ୧୫୬ ବର୍ଷର...

Advertisement
Archives

Model This Week