ହାତ ତିଆରି ମାସ୍କ ପରେ ଏବେ ଗାମୁଛାକୁ ପସନ୍ଦ କଲେ ମୋଦି

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନକୁ ନେଇ ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ଏକ ପାରମ୍ପରିକ ଗାମୁଛା ମୁହଁରେ ବାନ୍ଧିଥିବା ଦେଖାଯାଇଥିଲା। ପ୍ରଥମେ ଏହି ଧଳା ଗାମୁଛା ମୁହଁରେ ଗୁଡାଇ ହୋଇ ମୋଦି ଦେଶବାସୀଙ୍କୁ ନମସ୍କାର କରିଥିଲେ। ଏହାପରେ ଉଦ୍‌ବୋଧନ ଦେବା ଆରମ୍ଭ କରିବା ବେଳେ ମୁହଁରୁ ଗାମୁଛାଟିକୁ ଖୋଲି ଦେଇଥିବା ଦେଖାଯାଇଥିଲା। ଗତ ଶନିବାର ପ୍ରଧାନମନ୍ତ୍ରୀ ଯେତେବେଳେ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଥିଲେ ସେତେବେଳେ ସେ ଏକ ହାତ ତିଆରି ମାସ୍କ ଅବା ଗାମୁଛା ପିନ୍ଧିଥିବା ଦେଖାଯାଇଥିଲା। ତେବେ ଭାରତରେ କରୋନା ସଂକ୍ରମଣ ବଢି ଚାଲିଥିବାରୁ ମଙ୍ଗଳବାର ମୋଦି ଲକ୍‌ଡାଉନ ଅବଧିକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ କରୋନା ଯୁଦ୍ଧରେ ଜିତିବାକୁ ଦେଶବାସୀ ଚେଷ୍ଟା କରୁଛନ୍ତି। ତେବେ କରୋନା ଭାଇରସଠାରୁ ଦୂରେଇ ରହିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ହୋଇଥିବାରୁ ଏବେ ସମସ୍ତଙ୍କୁ ମାସ୍କ, ଗାମୁଛା, ରୁମାଲ ଆଦି ଦ୍ୱାରା ମୁହଁ ଘୋଡାଇବାକୁ କୁହାଯାଉଛି। ଆଉ ମୋଦି ଏହି ନିୟମ ପାଳନ କରିବାକୁ ଯାଇ ମୁହଁରେ ଗାମୁଛା ବାନ୍ଧିଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୩୬୩ ହୋଇଥିବା ବେଳେ ୮,୯୮୮ ଜଣଙ୍କ ଚିକିତ୍ସା ଚାଲିଛି। ଏମାନଙ୍କ ମଧ୍ୟରୁ ୧,୦୩୫ ସୁସ୍ଥ ହୋଇଥିବା ବେଳେ ୩୩୯ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବିଭତ୍ସ ହତ୍ୟା: ବାଇକ୍‌ ପଛରେ ଯୁବକଙ୍କୁ ବାନ୍ଧି ୧୫ କିଲୋମିଟର ଘୋଷାଡି ମାରିଲେ ଦୃର୍ବୃତ୍ତ

ଲକ୍ଷ୍ନୌ,୨୫।୯:ଉତ୍ତରପ୍ରଦେଶର ମିରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ବେକରେ ରଶି ବାନ୍ଧି ବାଇକ୍‌ ପଛରେ ୧୫କିମି ଘୋଷାଡି ଘୋଷାଡି ହତ୍ୟା କରାଯାଇଛି। ତେବେ...

୨୦୧୮ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦେଢ ଲକ୍ଷ: ଉତ୍ତର ପ୍ରଦେଶ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୧୮।୫: ଗତବର୍ଷ ଅର୍ଥାତ୍‌ ୨୦୧୮ରେ ଭାରତରେ ସଡ଼କ ଦୁର୍ଘଟଣାରେ ପାଖାପାଖି ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ଟିବିରେ ହୋଇଥିବା ମୃତ୍ୟୁ ସଂଖ୍ୟାଠାରୁ...

ପଶ୍ଚିମବଙ୍ଗରେ ଲାଗୁହେବ ଏନ୍‌ଆର୍‌ସି

କୋଲକାତା, ୨ା୧୦(ପି.ଟି.): ପଶ୍ଚିମବଙ୍ଗରେ ଏନ୍‌ଆର୍‌ସି( ଜାତୀୟ ନାଗରିକ ପଞ୍ଜିକା) ଲାଗୁ କରାଯିବ। ଏହା ପୂର୍ବରୁ ନାଗରିକତ୍ୱ ସଂଶୋଧନ ବିଲ୍‌ ପାସ୍‌ କରାଯାଇ ସମସ୍ତ ହିନ୍ଦୁ, ଶିଖ୍‌,...

୫ ଥର ବିବାହ କରି ବି ୩୨ ଯୁବତୀଙ୍କ ସହ ଚାଲିଥିଲା ଚାଟ୍‌, ଏମିତି ପଡ଼ିଲେ ଧରା, ଆଉ ତା’ ପରେ…

ଲକ୍ଷ୍ନୌ,୧୯ା୬: ଉତ୍ତରପ୍ରଦେଶ କାନପୁରର ଜଣେ ଭଣ୍ଡ ବାବାଙ୍କ କଳାକାରନାମା ଏବେ ପଦାରେ ପଡ଼ିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କଥିତ ଭଣ୍ଡ ବାବା ସୋସିଆଲ ମିଡିଆ...

ବରୁଣଙ୍କ ଅଭିଯୋଗ: ଲଖିମପୁର ଘଟଣାକୁ ହିନ୍ଦୁ-ଶିଖ ହିଂସା ରୂପ ଦେବାକୁ ପ୍ରୟାସ…

ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ପୁଣି ଥରେ ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ରବିବାର ଦିନ...

ମଧ୍ୟପ୍ରଦେଶରେ ଜଳ ସଙ୍କଟ: ପାଣି ଉପରେ ପହରା ଲଗାଇଲେ ସରକାର

ଭୋପାଳ,୯।୬: ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କମଳନାଥ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ୟାଙ୍କରରେ ବିଭିନ୍ନ ଅଞ୍ଚଳରେ...

ୟେଦୁରପ୍ପାଙ୍କ ଉପରେ ଭାଜପା ହାଇକମାଣ୍ଡ ଅସନ୍ତୁଷ୍ଟ !

ବେଙ୍ଗାଲୁରୁ, ୨୦।୧୦: କର୍ନାଟକରେ ଭାଜପାରେ ବିଦ୍ରୋହ ଦେଖା ଦେଇଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପାଙ୍କ ଉପରେ ଭାଜପା ହାଇକମାଣ୍ଡ ଅସନ୍ତୁଷ୍ଟ ରହିଛନ୍ତି। ଏନେଇ ବିଜାପୁର ବିଧାୟକ ବସନଗୌଡ଼ା ପାଟିଲ...

ଚାଷୀଙ୍କ ଖାତାକୁ ଯିବ ୧୭ ହଜାର କୋଟି: ସରକାର କଲେ ଘୋଷଣା

ନୂଆଦିଲ୍ଲୀ, ୯।୮: ଦେଶରେ ଚାଷୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ଅବ୍ୟାହତ ରହିଛି। ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

Advertisement
Archives

Model This Week