Posted inଖେଳ

ହାତୀ ମୃତ୍ୟୁକୁ ନେଇ କ୍ରିକେଟ ଜଗତ ସ୍ତବ୍ଧ

ତିରୁଭାନନ୍ତପୁରମ,୪।୬: ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଭଳି ଏକ ହୃଦୟବିଦାରକ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି। ଗତ ମେ’ ୨୭ ତାରିଖରେ କେରଳରେ ଘଟିଥିବା ଏହି ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଅମାନବୀୟ ବର୍ବରତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିବାବେଳେ ପଶୁପ୍ରେମୀଙ୍କଠୁ ନେଇ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ହାତୀଟିକୁ ନୃଶଂସ ଭାବେ ମାରିଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାକୁ ସ୍ବର ଉତ୍ତୋଳନ କରିଛନ୍ତି। କ୍ରିକେଟର ବିରାଟ କୋହଲି ଏଭଳି ବର୍ବରତାକୁ ନେଇ କହିଛନ୍ତି, ଏହି ଘଟଣା ମୋତେ ଆଶ୍ଚର୍ଯ୍ୟ କରିଛି। ପଶୁପକ୍ଷୀଙ୍କୁ ଆଦର କରନ୍ତୁ। ଏଭଳି ଘଟଣାର ଅନ୍ତ ଘଟାନ୍ତୁ ବୋଲି ସେ କହିଛନ୍ତି। ସେହିଭଳି ଅନ୍ୟତମ କ୍ରିକେଟର ଋଷଭ୍‌ ପନ୍ତ କହିଛନ୍ତି, ଏହା ଏକ ହୃଦୟବିଦାରକ ଘଟଣା। ଜଣେ ଏତେ କ୍ରୁର କେମିତି ହୋଇପାରେ। ଆଶା କରୁଛି ଦେଷୀକୁ କଡା ଦଣ୍ଡ ମିଳୁ।
ସୂଚନାଯୋଗ୍ୟ,ମେ’ ୨୩ ତାରିଖ ଦିନ ହାତୀଟି ଖାଦ୍ୟ ଅନ୍ବେଷଣରେ କେରଳର ପାଲକ ଜିଲାର ଏକ ଗ୍ରାମ ଭିତରକୁ ପଶିଆସିଥିଲା ବେଳେ କିଛି ସ୍ଥାନୀୟ ଲୋକ ସପୁରୀରେ ବାଣ ଭର୍ତ୍ତି କରି ହାତୀଟିକୁ ଖାଇବାକୁ ଦେଇଥିଲେ। ଆଉ ହାତୀ ଏହି ସପୁରୀଟିକୁ ଖାଇବା ପରେ ପ୍ରଚଣ୍ଡ ଶବ୍ଦ କରି ବାଣଟି ଫାଟିଯିବାରୁ ମୁହଁର ଏକ ବଡ ଅଂଶ ଜଳିଯିବା ସହ କ୍ଷତବିକ୍ଷତ ହୋଇ ଯାଇଥିଲା। ଏହାପରେ ହାତୀଟି ଅସହ୍ୟ ଯନ୍ତ୍ରଣାରେ ଘୂରି ବୁଲିଥିଲା। ତା’ର ଜିଭ ଛିଣ୍ଡି ଚାରିଦିନ କାଳ ସେ କିଛି ଖାଇ ପାରି ନ ଥିଲା। ଯନ୍ତ୍ରଣା ଉପସମ ପାଇଁ ନିକଟସ୍ଥ ଭେଲିୟାର ନଦୀରେ ପଶିଯାଇଥିଲା। ତାକୁ ଉଦ୍ଧାର କରିବାକୁ ବନ ଅଧିକାରୀ ନୀଳକଣ୍ଠନ ଓ ସୁରେନ୍ଦ୍ରନ ନାମକ ଦୁଇଟି ପ୍ରଶିକ୍ଷିତ ହାତୀକୁ ସେଇ ନଦୀକୁ ଆାଣିଥିଲେ। କିନ୍ତୁ ସେଇ ଗର୍ଭିଣୀ ହାତୀଟିକୁ ସେମାନେ ଉଦ୍ଧାର କଲା ବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ସେତେବେଳେ ଜଣାପଡିଥିଲା ଯେ ହାତୀଟି ଗର୍ଭବତୀ ଥିଲା। ତେଣୁ ଏହି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?