ହାତୀ ଗୋଡ଼ାଇବା ବେଳେ କୂଅରେ ପଡ଼ି ବୃଦ୍ଧଙ୍କ ଜୀବନଗଲା

ଠାକୁରମୁଣ୍ଡା,୧୯।୧୨(ଡି.ଏନ୍‌.ଏ.) : ହାତୀମାନଙ୍କ କବଳରୁ ରକ୍ଷା ପାଇବାକୁ ଯାଇ ଜଣେ ବୃଦ୍ଧ ଦୌଡ଼ିବା ବେଳେ କୂଅରେ ପଡ଼ି ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ବାଟଗୌଡ଼ଗାଁର ଦ୍ୱାରୀ ନାଏକ (୬୫)।
କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣୀ ରେଞ୍ଜର ରାଣୀପାଟ ସେକ୍ସନ ଅନ୍ତର୍ଭୁକ୍ତ ବାଟଗୌଡ଼ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବୁଧବାର ସାରେ ଗାଁ ନିକଟ ଧାନବିଲକୁ ୨୨ଟି ହାତୀ ପଶି ଫସଲ ଖାଇବାରୁ ବନବିଭାଗ କର୍ମଚାରୀମାନଙ୍କ ଉପସ୍ଥିତିରେ ଗାଁ ଲୋକମାନେ ଘଉଡ଼ାଉଥିଲେ। ଏହି ସମୟରେ ହାତୀପଲ ଉତ୍ତ୍ୟକ୍ତ ହୋଇ ଲୋକମାନଙ୍କ ଆଡ଼କୁ ମାଡ଼ିଆସିଥିଲେ। ହାତୀ ଆକ୍ରମଣରୁ ବଞ୍ଚିବା ପାଇଁ ଲୋକମାନେ ଏଣେତେଣେ ଦୌଡ଼ିଥିଲେ। ସେଠାରେ ହାତୀମାନଙ୍କୁ ଦେଖୁଥିବା ଦିବ୍ୟାଙ୍ଗ ବୃଦ୍ଧ ମଧ୍ୟ ଜୀବନ ବିକଳରେ ଅନ୍ଧାରରେ ଜୀବନ ବଞ୍ଚାଇବାକୁ ଯାଇ ବିଲ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଗଭୀର କୂଅ ଭିତରେ ପଡ଼ିଯାଇଥିଲେ। ଗାଁ ଲୋକେ ତାଙ୍କୁ କୂଅ ଭିତରୁ ଉଦ୍ଧାର କରି କରଞ୍ଜିଆ ସାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ଗରିବ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର, କର୍ମଚାରୀଙ୍କ ନାଁରେ ମାମଲା

ବ୍ରହ୍ମପୁର ଅଫିସ,୨୭ା୪- ବ୍ରହ୍ମପୁର  ନୂଆ ବସଷ୍ଟାଣ୍ଡ ରୋଡରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ରୋଗୀଙ୍କୁ ମାଡ଼ ମରାଯିବା ସହ ତାଙ୍କ ସୁନାଚେନ ଛଡ଼ାଇ ନିଆଯାଇଥିବା...

ମା’ଙ୍କ ଦଶାହରେ ଆଖି ବୁଜିଲେ ପୁଅ

ପାଟପୁର,୨୫ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ମା’ଙ୍କ ଦଶାହ କାର୍ଯ୍ୟ ସାରିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।...

କାଇପଦର ଗାଁ ଦାଣ୍ଡରେ ଯୁବକଙ୍କୁ ନିସ୍ତୁକ ପିଟିବା ଭିଡିଓ ଭାଇରାଲ: ଜଣେ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୨୧।୧୨: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ଗ୍ରାମରେ ଜଣେ ଯୁବକଙ୍କୁ ନୃଶଂସ ଭାବେ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଛି। ବଙ୍ଗିଦାର ଉକ୍ତ...

ସଙ୍ଗରୋଧ ଗୃହରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୩୨ ପ୍ରବାସୀ

ଭଦ୍ରକ ଅଫିସ, ୨୭।୫: ଭଦ୍ରକ ଜିଲା ଭଣ୍ଡାରିପେଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା ସଙ୍ଗରୋଧ କେନ୍ଦ୍ରରେ ମଙ୍ଗଳବାର ସନ୍ଧ୍ୟାରେ ଗ୍ୟାସଟାଙ୍କି ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ...

ମନା ନାହିଁ ପତିତପାବନ ଦର୍ଶନ

ପୁରୀ ଅଫିସ, ୨୧।୧୨କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବ। ୨୩ ଓ ୨୪ ତାରିଖରେ...

ବନ କର୍ମଚାରୀଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କପ୍ତିପଦା,୨୩ା୧୦(ଡ଼ି.ଏନ.ଏ): ଶିକାରୀ ଭାବି ବନ ବିଭାଗ କର୍ମଚାରୀମାନେ ଜଣେ ଯୁବକଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମୟୂରଭଞ୍ଜ ଜିଲା କପ୍ତିପଦା...

ଆଖି ସାମ୍ନାରେ ପୁଅର ମୃତ୍ୟୁ ଦେଖି ଚାଲିଗଲା ମା’ଙ୍କ ଜୀବନ

ସଜନାଗଡ଼,୨୭ା୪(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଗରଡିହି ପଞ୍ଚାୟତର ବାଲିଚୁଆ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ୰ ଶ୍ୟାମସୁନ୍ଦର...

ନୀଳଗିରି ଏନ୍‌ଏସି ଶଟ୍‌ଡାଉନ୍‌

ସଜନାଗଡ଼,୭ା୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏନ୍‌ଏସିକୁ ଶଟଡାଉନ ଘୋଷଣା କରାଯାଇଛି। ଗୁରୁବାର ରାତି ୧୨ଟାରୁ ମଙ୍ଗଳବାର ପୂର୍ବାହ୍ନ ୫ଟା...

Play 250+ Trending Games
Archives

Model This Week

Why Dharitri