ହାତୀ ଆକ୍ରମଣ: ଦୁଇ ଚାଷୀ ଗୁରୁତର

ପରଜଙ୍ଗ,୧୨।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ କୁନ୍ଦନଦେଇପୁର ଗ୍ରାମ ନିକଟ ବେରେଣାରେ ଗୁରୁବାର ସକାଳେ କ୍ଷେତରୁ ଧାନ କାଟୁଥିବା ବେଳେ ଦନ୍ତା ଆକ୍ରମଣରେ ଗ୍ରାମର ଦୁଇଜଣ ଚାଷୀ ଶ୍ରୀପତି ନାଏକ (୬୦) ଓ ଅନ୍ତର୍ଯ୍ୟାମୀ ଆଚାର୍ଯ୍ୟ (୫୫) ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଖାନାରେ ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରା, ଡିହଡୋଳ ଫରେଷ୍ଟର ରାମଚନ୍ଦ୍ର ରାଉତ ପ୍ରମୁଖ ପହଞ୍ଚି ଉଭୟ ପରିବାରକୁ ଚିକିତ୍ସା ନିମନ୍ତେ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଉକ୍ତ ଅଞ୍ଚଳରେ ୫୦ରୁ ଊଦ୍ଧର୍‌ବ ହାତୀ ଚଳପ୍ରଚଳ କରୁଛନ୍ତି। ତେଣୁ ଚାଷୀମାନେ କ୍ଷେତରୁ ଧାନ କାଟି କେମିତି ଘରକୁ ଆଣିବେ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ବନ କର୍ମଚାରୀ ଉକ୍ତ ଅଞ୍ଚଳକୁ ରାତିରେ ଯାଉଥିବା ବେଳେ ଭୋର୍‌ ସମୟରେ ପଳାଇ ଆସୁଛନ୍ତି। ତେବେ କୁହୁଡି ଯୋଗୁ ହାତୀପଲ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚଳପ୍ରଚଳ କରୁଛନ୍ତି। ଏଥିପ୍ରତି ଦୃଷ୍ଟି ଦେବାକୁ ପୂର୍ବତନ ସରପଞ୍ଚ ନିର୍ମଳ ବାରିକଙ୍କ ସମେତ ଗ୍ରାମବାସୀ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀ ରିଭର ପେଲେଟ୍‌ସ ଲିମିଟେଡ: ସ୍ଥାନୀୟ ନିଯୁକ୍ତି ବୃଦ୍ଧି ଉପରେ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୩୦-୧୦- ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ କାରଖାନା ବୃଦ୍ଧି ଓ ସମ୍ପ୍ରସାରଣ ହେଉଛି। ମାତ୍ର ନିଯୁକ୍ତି ସୁଯୋଗ ସୃଷ୍ଟି ଅପରିବର୍ତ୍ତିତ ରହିଛି। ଏହିକ୍ରମରେ...

ମହିଳା ସରପଞ୍ଚଙ୍କୁ ପୋଲିସର ମାଡ଼ ଘଟଣା: ୪୦୦ଙ୍କ ନାଁରେ ମାମଲା

ହାଟଡିହୀ/ଆନନ୍ଦପୁର/କେନ୍ଦୁଝର,୫ା୬(ଡି.ଏନ୍‌.ଏ/ସ୍ବ.ପ୍ର.)-କେନ୍ଦୁଝର ଜିଲା ବଉଳା ଫାଣ୍ଡିକୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଲୁଚି ପଳାଇଥିତ୍ବା ଜଣେ ପ୍ରବାସୀଙ୍କ ସମ୍ପର୍କରେ ଏତଲା ଦେବାକୁ ଯାଇଥିବା ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚ ସୁପ୍ରଭା...

ପାଣି ପାଇଁ ଦେଢ଼ କିମି

ପରଜଙ୍ଗ, ୨୬।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମରେ ଖରାଦିନ ପୂର୍ବରୁ ଦେଖାଦେଇଛି ପାନୀୟଜଳ ସଙ୍କଟ। ଏଠାରେ...

ମାଂସ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୨୫।୧୨: ଭିତରକନିକା ଜାତୀୟ ଉଦ୍ୟାନରୁ ଗତ ୯ ତାରିଖରେ ହରିଣ ଶିକାର କରି ବଗପାଟିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଫକୀର ମୋହନ...

ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ କଲା ବନ ବିଭାଗ, ୩ ଗିରଫ

ବରଗଡ଼ ଅଫିସ,୪ା୧୦: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅଏଁଲାଭଟାରେ ଚାଲିଥିବା ଚୋରା କାଠ କାରବାର ଠାବ ହୋଇଛି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ବନ...

ବିନା କାମରେ ଶ୍ରମିକଙ୍କ ନାଁରେ ଉଠୁଛି ଟଙ୍କା

ଲେଫ୍ରିପଡ଼ା,୭।୧୦(ଡି.ଏନ.ଏ.): ସରକାର ଉନ୍ନତିକରଣ ସକାଶେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ ଏହି ଯୋଜନାରେ ଅନିୟମିତତା ଦେଖାଦେଇଛି ସୁନ୍ଦରଗଡ଼ ଜିଲା...

ପୋଖରୀରେ ପଡ଼ି ଶିଶୁକନ୍ୟାଙ୍କ ଗଲା ଜୀବନ

ବାସୁଦେବପୁର, ୩୦।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ଅଧୀନ ଗଦେଇବିନ୍ଧା ଗ୍ରାମରେ ବୁଧବାର ଅପରାହ୍ନରେ ପୋଖରୀରେ ପଡ଼ି ବନ୍ଦନା କାଣ୍ଡି ନାମ୍ନୀ ୩...

୨୦ ବର୍ଷ ପରେ ଫେରିଲା ନିଖୋଜ ପୁଅ; ଲକ୍‌ଡାଉନ୍‌କୁ ଶ୍ରେୟ ଦେଲେ ମା’ବାପା

ଢେଙ୍କାନାଳ ଅଫିସ, ୧୮।୫:  ଲକ୍‌ଡାଉନ୍‌ ପାଇଁ ୨୦ବର୍ଷ ପରେ ଘରକୁ ଫେରି ଆସିଛି ନିଖୋଜ ପୁଅ। କରୋନା କଷଣ ଭିତରେ ଏପରି ଏକ ଖୁସିର ଚିତ୍ର ଆସିଛି...

Advertisement
Archives

Model This Week