ହାତୀ ଆକ୍ରମଣରେ ପ୍ରାଣ ଗଲା

ତାଳଚେର,୨୧ା୬(ନି.ପ୍ର.) : ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ସୁଧାକର ମହାନ୍ତି(୭୦) ଗୁରୁବାରଠାରୁ ନିଖୋଜ ଥଇବାବେଳେ ଶୁକ୍ରବାର ସକାଳେ ତାଙ୍କ ମୃତଦେହକୁ ଶୁକ୍ରବାର ଗ୍ରାମବାସୀ ଜଙ୍ଗଲରୁ ଖୋଜି ପାଇଛନ୍ତି। ଗ୍ରାମ ନିକଟ ଜଙ୍ଗଲରେ ତାଙ୍କୁ ହାତୀ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତ। ସେହିପରି ଗୁରୁବାର ଗ୍ରାମର ଦେବରାଜ ସାମଲଙ୍କ ହାତୀ ଆକ୍ରମଣରେ ପ୍ରାଣ ହାନି ଘଟିଥିବା ଅଭିଯୋଗ ହୋଇଥିଲା । ଗୋଟିଏ ଦିନରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେବରାଜଙ୍କୁ ହାତୀ ଆକ୍ରମଣ ପରେ ଚିକିତ୍ସା ନିମନ୍ତେ ତାଳଚେର ଉପଖଣ୍ଡ ହସପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୋଟିଏ ଦିନରେ ହାତୀ ଆକ୍ରମଣରେ ଗ୍ରାମର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଙ୍ଗଲ ବିଭାଗର ଦାୟିତ୍ୱହୀନତାଓ ଉଦାସୀନତାକୁ ଗ୍ରାମବସୀ ଦାୟୀ କରିଛନ୍ତି। ସ୍ଥାନୀୟ ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ, ହାତୀ ତିନି ଚାରି ଦିନ ହେବ ଗ୍ରାମ ନିକଟରେ ବୁଲାବୁଲି କରୁଥିଲେ ମଧ୍ୟ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟ ପ୍ରତି ରୁଚି ରହୁ

ବଇଣ୍ଡା,୧୬।୬(ଡି.ଏନ.ଏ.)-ଆଧୁନିକ ଯୁଗରେ ପୁରାତନ ସଂସ୍କୃତି ଲୋପ ପାଇବାରେ ଲାଗିଛି। ହେଲେ କେତେକ କବିଙ୍କ ଯୋଗୁ ସାହିତ୍ୟ ବଞ୍ଚି ରହିଛି। ଓଡ଼ିଆ ଭାଷାକୁ ସାରା ଦେଶରେ ପରିଚିତ...

ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୨୮।୯ ଅନୁଗୋଳ ଜିଲାରେ ଜଳସେଚନର ଅନେକ ସମ୍ଭାବନା ରହିଛି। ଏହି ସମ୍ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସମସ୍ତେ ଏକ ଲକ୍ଷ୍ୟ ସ୍ଥିର...

କଏଦୀଙ୍କ ଚିକିତ୍ସା ବ୍ୟବସ୍ଥାକୁ କୋଣଠେସା

ଅନୁଗୋଳ ଅଫିସ,୧୩।୭  – ଅନୁଗୋଳ ଜିଲା କାରାଗାର ହେଉ କି ଉପଖଣ୍ଡରେ ଥିବା କାରାଗାର, କୌଣସି ସ୍ଥାନରେ ସ୍ଥାୟୀ ଡାକ୍ତର ନାହାନ୍ତି। ଏ ନେଇ ରାଜ୍ୟ...

ଅନୁଗୋଳ ଜିଲାରେ ୬୫୨ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଅନୁଗୋଳ ଜିଲାରେ ମୋଟ ୧୬୫୪ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ ୧୦୦୨ଟିର ନିଜସ୍ବ ଗୃହ ଥିବାବେଳେ ୬୫୨ର ନିଜସ୍ବ ଗୃହ ନାହିଁ। ୩୩୧ଟି ଗୃହ...

ରେଙ୍ଗାଳି ଡ୍ୟାମର ୩ଗେଟ ଖୋଲିଲା

କଣିହାଁ,୨୭।୮(ଡି.ଏନ୍‌.ଏ): ରାଜ୍ୟରେ ଗତ କିଛି ଦିନରୁ ଲଗାତର ଭାବେ ପ୍ରବଳ ବର୍ଷା ଜାରି ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ...

ନୂଆ ଟ୍ରାନ୍ସଫର୍ମର ଲଗାଯାଉନି: ମାସେ ହେଲା ଜଳ ଯୋଗାଣ ବନ୍ଦ

ବଇଣ୍ଡା, ୧୬ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତ ନତଡା ଗ୍ରାମରେ ଥିବା ଟ୍ରାନ୍ସଫର୍ମରଟି ମାସେ ହେଲା ପୋଡିଯାଇଛି। ହେଲେ ସେଠାରେ ନୂତନ ଟ୍ରାନ୍ସଫର୍ମର...

ରବି ପାଣି ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ

ତାଳଚେର,୧୮ା୨(ନି.ପ୍ର.)- ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତାଳଚେରର ରବି ନାରାୟଣ ପାଣିଙ୍କୁ ମନୋନୀତ କରାଯାଇଛି। ତାଳଚେରରୁ ଓକିଲାତି ଜୀବନ ଆରମ୍ଭ କରିଥିବା ପାଣି ଥରେ...

ମନଇଚ୍ଛା ଲୁଟୁଛନ୍ତି ମୋରମ

ବଇଣ୍ଡା,୨ା୬: କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା ପାହାଡ଼ ଗୁଡ଼ିକରୁ ବଢ଼ୁଛି ମୋରମ ଲୁଟ୍‌। ବିଶେଷକରି କଦଳୀମୁଣ୍ଡା, ଜାମୁନାଳୀ, ନୁନୁକାପଶି, କମରେଇ, ଗାଁ ବଇଣ୍ଡା,...

Advertisement
Archives

Model This Week