ହାତରେ ଜୋତା, କାନ୍ଧରେ ସାଇକେଲ

ଭଣ୍ଡାରିପୋଖରୀ, ୨୨ା୬(ଡି.ଏନ.ଏ.)-ଏମିତି ରାସ୍ତା ରହିଛି ଯେଉଁଠି ପାଦରେ ଚପଲ ପିନ୍ଧି ଯିବା ଅସମ୍ଭବ। ଲୋକେ ହାତରେ ଜୋତା ଧରି କାନ୍ଧରେ ସାଇକେଲ ପକାଇ ଘରୁ ବାହାରିଥାନ୍ତି। ୩ଶହ ମିଟର ପର୍ଯ୍ୟନ୍ତ ଏମିତି ଅବସ୍ଥାରେ ଆସିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଥାନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତରେ। ଆରଡ଼ି ରୋଡ ସରିପୁରଠାରୁ ୩୦୦ ମିଟର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏହିଭଳି ହୋଇଥିବାରୁ ଲୋକେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ଗ୍ରାମ୍ୟଉନୟନ ରାସ୍ତା ସରିପୁରଠାରୁ କରଞ୍ଜି ଗ୍ରାମ ଦେଇ ଯାଇଛି ଜଳସମ୍ପଦ ବିଭାଗର ରେବ ନଦୀବନ୍ଧ ରାସ୍ତା। ସରିପୁରଠାରୁ ରେବନଦୀ ପର୍ଯ୍ୟନ୍ତ ରାସ୍ତାର ଲମ୍ବ ପ୍ରାୟ ୧କି.ମି.। ନଦୀବନ୍ଧ ରାସ୍ତା ହୋଇଥିବାରୁ ଏହା ଯାଜପୁର ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ରାସ୍ତାର କ୍ଷତ୍ରୀୟ ଅଧିକାରୀ ଭାବେ ଆଖୁଆପଦା ଜଳସମ୍ପଦ ବିଭାଗ ଉପନିର୍ବାହୀଯନ୍ତ୍ରୀ ଓ ବାରିକପୁର ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀଙ୍କ ଉପରେ ରେବ ନଦୀବନ୍ଧର ରକ୍ଷଣାବେକ୍ଷଣ ଦାୟିତ୍ୱ ରହିଛି। ଉକ୍ତ ନଦୀବନ୍ଧ ରାସ୍ତା ପୂର୍ବରୁ ଅଣଓସାରିଆ ରହି ମୋରମ ମେଟାଲ ପଡିଥିଲା। ଗ୍ରାମକୁ ଜରୁରୀକାଳୀନ ଗାଡି ଯିବାକୁ ଅସୁବିଧା ହେଉଥିଲା। ଜଳସମ୍ପଦ ବିଭାଗ ପକ୍ଷରୁ ଆରଡ଼ି ରୋଡ ସରିପୁରଠାରୁ ୩୦୦ ମିଟର ପର୍ଯ୍ୟନ୍ତ ୭ଲକ୍ଷ ଟଙ୍କା ବ୍ୟୟରେ ଟେଣ୍ଡର ହୋଇ ୧୫ମାସ ତଳେ କାମ ଆରମ୍ଭ ହୋଇଥିଲା। ରାସ୍ତାରେ ମାଟି ପଡି ଚଉଡା ହେବା ସହ ମୋରମ ବିଛାଯାଇ ରୋଲିଂ ହେବା କଥା। ଏହି କାମକୁ ଯାଜପୁର ଅଞ୍ଚଳର ଜଣେ ଠିକାଦାର ଟେଣ୍ଡର ନେଇଛନ୍ତି। ଠିକାଦାର ୨୫ା୨ା୧୯ରୁ କାମ ଆରମ୍ଭ କରି ୨୪ା୪ା୧୯ରେ ଶେଷ କରିବାକୁ ଏଗ୍ରିମେଣ୍ଟ କରିଥିଲେ। ଇତିମଧ୍ୟରେ ୧୫ମାସ ବିତିଲାଣି ଠିକାଦାର ୩୦୦ ମିଟର ରାସ୍ତାକୁ ଖାଲି ମାଟି ପକାଇ ଛାଡି ଦେଉଛନ୍ତି। ବର୍ଷାଦିନ ଚାଲିଥିବାରୁ ଗ୍ରାମର ଲୋକମାନେ ନାନା ହଇରାଣ ହେଉଛନ୍ତି। ଉକ୍ତ ରାସ୍ତାରେ ୩ଟା ସୋଠ ବସିବା ପାଇଁ ଗ୍ରାମବାସୀ କନିଷ୍ଠଯନ୍ତ୍ରୀଙ୍କୁ କହିଥିଲେ ମଧ୍ୟ ସୋଠ ବସି ନ ଥିବାରୁ ବର୍ଷାଦିନେ ଲୋକଙ୍କ ଘରେ ପାଣି ପଶି ସମସ୍ୟାକୁ ଦ୍ୱିଗୁଣିତ କରିଛି। ଲୋକମାନେ ମୋଟର ଲଗାଇ ଘରୁ ପାଣି ବାହାରକୁ କାଢୁଛନ୍ତି। ଦୈନନ୍ଦିନ ଏହି ରାସ୍ତା ଉପରେ ଶତାଧିକ ଲୋକ ହାଟବଜାର, ବ୍ଲକ, ମେଡିକାଲ ଯିବା ପାଇଁ ନିର୍ଭର କରିଥାନ୍ତି। ଲୋକେ ଭଦ୍ରକ କିମ୍ବା ଭଣ୍ଡାରିପୋଖରୀ ଯିବା ପାଇଁ ଦୀର୍ଘ ରାସ୍ତା ବୁଲି ବାଇକ୍‌ରେ ଯିବାକୁ ବାଧ୍ୟ ହେଉଛନ୍ତି। ରାସ୍ତାରେ କାଦୁଅ ଯୋଗୁ ଖାଲି ପାଦରେ ଚାଲିବା କଷ୍ଟ ହେଉଥିବା ବେଳେ ଗ୍ରାମକୁ ଆମ୍ବୁଲାନ୍ସ, ଦମକଳ, ଜନନୀ ସୁରକ୍ଷା ଗାଡି କେମିତି ଯାଉଥିବ ତାହା ସ୍ପଷ୍ଟ ଜଣାପଡୁଛି। ଏ ନେଇ ଗ୍ରାମବାସୀ ବାରମ୍ବାର ବାରିକପୁର ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ଆଜି ଯାଏ ରାସ୍ତା ଅବସ୍ଥା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଏ ସମ୍ପର୍କରେ ବାରିକପୁର ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀ ନରସିଂହ ସୋରେନ କୁହନ୍ତି ରାସ୍ତା କାମ ଅବଧିକୁ ବଢାଇ ଦିଆଯାଇଛି। କରୋନା ପାଇଁ କାମ ବିଳମ୍ବ ହୋଇଛି। ପାଗ ଭଲ ହେଲେ ରାସ୍ତା କାମ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣିଙ୍କୁ ମକର ପୋଡ଼ପିଠା ସମର୍ପଣ

ଆରଡ଼ି,୧୪ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଖ୍ୟାତନାମା ଶୈବପୀଠ ଆରଡ଼ି ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ହୋଇଉଠିଛି। ଭକ୍ତମାନେ ସକାଳୁ ପୀଠରେ ଭିଡ଼ ଜମାଇ ବାବାଙ୍କୁ ଆଶୀର୍ବାଦ ଭିକ୍ଷା...

ଦେଶୀ ମଦ ଜବତ: ୨ ଗିରଫ

ବନ୍ତ,୨୮ା୪(ସ୍ବ.ପ୍ର.)-ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ଆଡିଆ କେନାଲ ପୋଲ ନିକଟରେ ଆଗରପଡା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବନ୍ତ ଅତିରିକ୍ତ ତହସିଲଦାର ବନୀତା ରାଣି କିସ୍କୁ...

ଦିନକ ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ ଅଫିସ, ୨୮।୧୨: ଆସନ୍ତା ୨୯ ତାରିଖ (ଗୁରୁବାର)ରେ ଅନୁଗୋଳ ଜିଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିବାବେଳେ ଏହି ଅବସରରେ...

ବରଗଡରେ ସରକାରୀ କାର୍ଯ୍ୟ ଅଚଳ: ଧନୁଯାତ୍ରା ପାଇଁ ଦୋକାନ ବଜାର ଖୋଲା

ବରଗଡ ଅଫିସ,୮।୧: କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ଆହ୍ବାନରେ କେନ୍ଦ୍ର ସରକାରଙ୍କ ଶ୍ରମିକ, ଚାଷୀମାରଣ ନୀତି, ଦରଦାମ ବୃଦ୍ଧି ବିରୋଧରେ ତଥା ୧୨ଦଫା ଦାବିରେ ଦିଆଯାଇଥିବା ଭାରତ...

ବାଘଛାଲ, ନଖ ଜବତ; ୩ ଅଟକ

ବରଗଡ଼ ଅଫିସ,୨୫ା୧୧: ବରଗଡ଼ ଭଟଲି ଛକରୁ ବୁଧବାର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଏକ ଚିତାବାଘର ଛାଲ, ନଖ ଓ ଦାନ୍ତ ଜବତ କରିଛି। ଏହି...

ସମସ୍ୟା ଘେରରେ କାଶୀନଗର ଏନ୍‌ଏସି

କାଶୀନଗର,୨୧ା୧୧: ଗଜପତି ଜିଲାର ଏକମାତ୍ର ଏନଏସି କାଶୀନଗର ସମସ୍ୟା ଘେରରେ ରହିଛି। ବେଶେଷକରି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନଥିବା ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି।...

ଆଗ ଦାବି ପୂରଣ କର, ନଚେତ୍‌ ଭୋଟ ବର୍ଜନ

ଦେବଗଡ଼,୨୩ା୧(ଡି.ଏନ୍‌.ଏ): ଦାବି ପୂରଣ ହେଉ ନ ଥିବାରୁ ଦେବଗଡ଼ ଜିଲା ତିଲେଇବଣି ବ୍ଲକ ପାଳକୁଦ ପଞ୍ଚାୟତବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେବଗଡ଼ ଜିଲା...

ଏସ୍‌ପି ଅଫିସ ପରିସରରେ ମା’ଙ୍କ ଆତ୍ମାହୁତି ଉଦ୍ୟମ

କେନ୍ଦୁଝର,୧୮।୬(ସ୍ବ.ପ୍ର.): ଅପହୃତ ନାବାଳିକା ଝିଅକୁ ଉଦ୍ଧାର କରିବାରେ ପୋଲିସ ବିଳମ୍ବ କରୁଛି। ଏହାର ପ୍ରତିବାଦରେ ନାବାଳିକାଙ୍କ ମା’ ଶୁକ୍ରବାର ମଧ୍ୟାହ୍ନରେ କେନ୍ଦୁଝର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ...

Advertisement
Archives

Model This Week