ହାତଦେଇ ଛିଙ୍କିବା ଜରୁରୀ: ବାୟୁମଣ୍ଡଳରେ ମିଶିଥାଏ ୩,୦୦୦ କ୍ଷୁଦ୍ର ଜଳକଣିକା

ଓ୍ବାଶିଂଟନ,୨୩।୩: କରୋନା ମହାମାରୀ ବେଲଗାମ୍‌ ହେବାରେ ଲାଗିଛି। ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪ ହଜାର ଟପିଛି। କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ( ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏହା ଅନୁସାରେ ଛିଙ୍କିବା ସମୟରେ ହାତଦେବା ଆବଶ୍ୟକ। ଜଣେ ଛିଙ୍କିବା ସମୟରେ ତାଙ୍କଠାରୁ ୩,୦୦୦ରୁ ଅଧିକ କ୍ଷୁଦ୍ର ଜଳକଣିକା ବାୟୁ ମଣ୍ଡଳରେ ମିଶିଥାଏ। ଏହା ଭାସି ଭାସି ପ୍ରାୟ ୬ ମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରେ। ଯଦି କରୋନା ସଂକ୍ରମିତ ଏଭଳି କରନ୍ତି ତେବେ ତାଙ୍କ ନିକଟରେ ଥିବା ବ୍ୟକ୍ତି ବିଶେଷ ଅବା ଜିନିଷ ପତ୍ରରେ ଛିଙ୍କରେ ବାହାରିଥିବା କ୍ଷୁଦ୍ର ଜଳକଣିକା ଲାଗିରୁହେ। ପରବର୍ତ୍ତୀ ସମୟରେ ଏହାଦ୍ୱାରା ସଂକ୍ରମଣର ଆଶଙ୍କା ରହିଥାଏ। କିନ୍ତୁ ମୁହଁରେ ହାତଦେଇ କିମ୍ବା ରୁମାଲ ରଖି ଛିଙ୍କିଲେ ସଂକ୍ରମଣ ହେବାର ଆଶଙ୍କା ଦୂର ହୋଇପାରେ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତ ହେଲେ ବିଶ୍ୱର ସବୁଠାରୁ ଦାମୀ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୩।୯: ଫ୍ରାନ୍ସର ଜଣାଶୁଣା ପ୍ରଫେଶନାଲ ଫୁଟ୍‌ବଲ କ୍ଲବ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ର ୩ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପିଏସ୍‌ଜି...

CORONAVIRUS UPDATE: ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ବୁଗୁଡାଥାନାର ପୁଣି ୧୬ପୋଲିସ କର୍ମଚାରୀଙ୍କ ସହ କାନସୁକା ଗ୍ରାମର ସ୍ବାମୀ, ସ୍ତ୍ରୀ କରୋନା ସଂକ୍ରମିତ

ବୁଗୁଡା,୪।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡା ବ୍ଳକ ଅନ୍ତର୍ଗତ ଗୌଡିଆବୋରଦା ପଞ୍ଚାୟତ ଅନ୍ତର୍ଗତ କାନସୁକା ଗ୍ରାମର ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ...

ବରଗଡ଼ରେ ପୁଣି ୩୧ ନୂଆ ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା

ବରଗଡ଼ ଅଫିସ,୧୩ା୭: କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ସୋମବାର ଜିଲାରେ ପୁଣି ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ...

ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ଜୁସ୍‌

ଅଦା ଜୁସ୍‌ ଶରୀର ପାଇଁ ବେଶ୍‌ ଲାଭଦାୟକ। ବିଶେଷ କରି ସକାଳୁ ଅଦା ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଅଦା ଜୁସ୍‌ରେ ଥିବା ଅନେକ...

୨୦ଦିନ ପାଇଁ ମହଜୁଦ ରହିଛି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ହୁହୁ ହୋଇ ବଢ଼ି ଚାଲିଥିବାବେଳେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣା ଲୋକଙ୍କ ମନରେ ଖାଦ୍ୟ ଚିନ୍ତାକୁ ବଢ଼ାଇ ଦେଇଛି। ଏପଟେ ଧୀରେ...

ସୁଦର୍ଶନଙ୍କ କରୋନା ସଚେତନତାକୁ ଜାତିସଂଘର ପ୍ରଶଂସା

ପୁରୀ ଅଫିସ, ୨୭ା୩: ବିଶ୍ୱରେ ମହାମାରୀ କରୋନା ଏବେ ଆତଙ୍କ ଖେଳାଇଛି। ଏହି ପ୍ରାଣଘାତୀ ଭୂତାଣୁକୁ କିପରି ରୋକାଯାଇପାରିବ ସେ ନେଇ ସବୁସ୍ତରରେ ଚିନ୍ତାପ୍ରକଟ କରାଯାଉଛି।...

ବାପା ସାଇକେଲ କିଣି ନ ଦେବାରୁ ଅଦ୍ଭୁତ ସାଇକେଲ ତିଆରି କଲେ ଅଷ୍ଟମ ଶ୍ରେଣୀର ଛାତ୍ର

ଲଧିଆନା,୨୫।୮: ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। କରୋନା ଭାଇରସ୍‌ ଲକ୍‌ଡାଉନ ଓ ଆର୍ଥିକ ଅନାଟନ ଯୋଗୁ ଜଣେ ପିତା ନିଜ ପୁଅ ପାଇଁ ନୂଆ ସାଇକେଲ...

Advertisement

BGU

Archives

Model This Week

Why Dharitri