‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଫଳପ୍ରଦ ହୋଇ ନ ପାରେ’

ବେଜିଂ, ୧୭।୪: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ଉପାଦେୟ ଔଷଧ ବୋଲି ଭାରତ ସମେତ ଅନେକ ରାଷ୍ଟ୍ର ଏହାର ବ୍ୟବହାର ଉପରେ ଜୋର ଦେଉଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ବ୍ରାଜିଲ ପ୍ରତିପକ୍ଷ ଜୈର ବୋଲସୋନାରୋ ମଧ୍ୟ ଏହି ମ୍ୟାଲେରିଆ ନିରୋଧୀ ଔଷଧକୁ ସମର୍ଥନ କରି ନିଜ ରାଷ୍ଟ୍ର ପାଇଁ ଏହାକୁ ଭାରତରୁ ମଗାଇସାରିଛନ୍ତି। ହେଲେ କୋଭିଡ୍‌-୧୯ ମୁକାବିଲା ଦିଗରେ ଶସ୍ତାରେ ମିଳୁଥିବା ଏହି ଔଷଧ ଫଳପ୍ରଦ ହୋଇ ନ ପାରେ ବୋଲି ଚାଇନାର ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି।
ମ୍ୟାଲେରିଆରୁ ଉପଶମ ପାଇବା ସକାଶେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବ୍ୟବହାର କରାଯାଇଥାଏ। ଏପରି କି ଗଣ୍ଠିବାତ ରୋଗୀ ଅନ୍ୟ କୌଣସି ଔଷଧ ଦ୍ୱାରା ସୁଫଳ ନ ପାଇଲେ ଏହାକୁ ସେବନ କରିଥାଆନ୍ତି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫ୍‌ଡିଏ) ଏହି ମ୍ୟାଲେରିଆ ନିରୋଧୀ ଔଷଧକୁ କରୋନା ଭାଇରସ୍‌ ମୁକାବିଲା ଲାଗି ଅବ୍ୟର୍ଥ ବୋଲି ଚିହ୍ନଟ କରିସାରିଛି। କିନ୍ତୁ ଚାଇନାର ଗବେଷକମାନେ ୧୫୦ ହସ୍ପିଟାଲ ଓ ୧୬ଟି ସରକାରୀ ମାନ୍ୟତାପ୍ରାପ୍ତ କୋଭିଡ୍‌-୧୯ କେନ୍ଦ୍ରର ରୋଗୀଙ୍କ ଉପରେ ପରୀକ୍ଷାନିରୀକ୍ଷା କରିବା ପରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ଉପାଦେୟ ହୋଇ ନ ପାରେ ବୋଲି ମେଡ୍‌ରିକ୍ସଭ୍‌ରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ କାନାଡିଆନ୍‌ ମେଡିକାଲ ଆସୋସିଏଶନ ଜର୍ନାଲରେ ପ୍ରକାଶ ପାଇଥିଲା ଯେ, କୋଭିଡ୍‌-୧୯ ସଂକ୍ରମଣ ରୋକିବା ଲାଗି କ୍ଲୋରୋକୁଇନ୍‌, ହାଇଡ୍ରୋକ୍ସିକ୍ଲୋରୋକୁଇନ ଏବଂ ଆଜିଥ୍ରୋମାଇସିନ୍‌ ବ୍ୟବହାର ସେଭଳି ଉପାଦେୟ ହେଉ ନ ଥିବା ସତ୍ତ୍ୱେ ତାହାର ବ୍ୟବହାର କରାଯାଉଛି। କିନ୍ତୁ ଡାକ୍ତର ଓ ରୋଗୀମାନେ ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାକୁ ହୃଦୟଙ୍ଗମ କରିବା ଉଚିତ ବୋଲି କୁହାଯାଇଛି। ଏହାକୁ ବହୁଳ ଭାବେ ବ୍ୟବହାର କରାଗଲେ ତାହା ହୃତ୍‌ପିଣ୍ଡ, ରକ୍ତ ଶର୍କରା ଅଂଶ ସ୍ବାଭାବିକଠାରୁ କମ୍‌ କରିବା ସହ ମଣିଷକୁ ହୃଦ୍‌ଘାତ ଓ କୋମା ସ୍ତରକୁ ନେଇଯିବ ବୋଲି ଗବେଷକମାନେ ମତ ଦେଇଛନ୍ତି।
ଅନ୍ୟପକ୍ଷରେ ଚାଇନା କୋଭିଡ୍‌-୧୯ର ଚିକିତ୍ସା ପାଇଁ ବିକଳ୍ପ ଔଷଧ ଅନୁସନ୍ଧାନରେ ରହିଛି ବୋଲି କିଛିଦିନ ତଳେ ରିପୋର୍ଟ ପ୍ରକାଶ ପାଇଥିଲା। ଆମେରିକା ଭଳି ରାଷ୍ଟ୍ର ଭାରତଠାରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ନେଇ ତା’ର ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିବାରୁ ଚାଇନା ତା’ର ଗବେଷକମାନଙ୍କୁ ଏଭଳି ରିପୋର୍ଟ ପ୍ରକାଶ କରିବାକୁ ପ୍ରବର୍ତ୍ତାଇଛି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କାରଣ ଚାଇନା କରୋନାର ମୁକାବିଲା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକୁ କିଟ୍ସ, ଗ୍ଲୋବ୍ସ, ଭେଣ୍ଟିଲେଟର ଓ ଅନ୍ୟ ଜୀବନ ରକ୍ଷାକାରୀ ଉପକରଣ ରପ୍ତାନି କରି ବିପୁଳ ଅର୍ଥ ଉପାର୍ଜନ କରିବା ସହ ତା’ର ଅର୍ଥନୀତିକୁ ସଜାଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ି ଆସୁଛି ବିପଦ, ଆରମ୍ଭ ହେଲାଣି ଚତୁର୍ଥ ଲହର…

ଜେନେଭା,୩୧।୭: କରୋନା ମହାମାରୀର ଦ୍ୱିତୀୟ ଲହର ପୃଥିବୀର କେତେକ ଦେଶରେ ଥମି ନ ଥିବାବେଳେ କିଛି ଦେଶରେ ତୃତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ...

ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ନକଲି ହାତ ଲଗାଉଥିବା ଚର୍ଚ୍ଚା ! କେତେ ସତ କେତେ ମିଛ ଜାଣନ୍ତୁ…

ଓ୍ବାଶିଂଟନ,୨।୧ : ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ତାଙ୍କ ସୁରକ୍ଷାକର୍ମୀଙ୍କ ବିଷୟରେ ଅନେକ ପ୍ରକାରର ତଥ୍ୟ ବେଳେବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ। ତାଙ୍କ...

୪୫ଟି ବ୍ୟାଗ୍‌ରେ ମିଳିଛି କଟା ମଣିଷଙ୍କ ଅଙ୍ଗ

ମେକ୍ସିକୋ,୨।୬: ମଣିଷକୁ ଖଣ୍ଡ ଖଣ୍ଡ କରି ୪୫ଟି ବ୍ୟାଗ୍‌ରେ କରାଯାଇଛି ଭର୍ତ୍ତି। ଏପରି କଟା ମଣିଷ ଭର୍ତ୍ତି ବ୍ୟାଗ୍‌ ଡ୍ରେନ୍‌ରେ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି।...

ଆଫଗାନିସ୍ତାନରୁ ୟୁକ୍ରେନ ବିମାନ ଅପହରଣ, ମନ୍ତ୍ରୀ କହିଲେ ହଁ-ସରକାରଙ୍କ ମନା…

କାବୁଲ,୨୪।୮: ୟୁକ୍ରେନର ଏକ ବିମାନକୁ ଆଫଗାନିସ୍ତାନରୁ ଅପହରଣ କରି ନିଆଯାଇଛି। ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ୟେଭ୍‌ଜେନି ୟେନିନ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରବିବାର ବିମାନକୁ...

କୋଭିଡ-୧୯ : ଜୁନ୍‌ ୩୦ ପର୍ଯ୍ୟନ୍ତ ଆଇଟିଟିଏଫ୍‌ ସବୁ ଇଭେଣ୍ଟକୁ ସସ୍‌ପେଣ୍ଡ କଲା

ନୂଆଦିଲ୍ଲୀ,୩୦।୫(ପି.ଟି.): ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍‌) ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ତା’ର ସବୁ ଇଭେଣ୍ଟକୁ ବାତିଲ କରିଛି। କୋଭିଡ-୧୯ ସାରା ବିଶ୍ୱରେ ମହାମାରୀର...

ଭଗ୍ନାବଶେଷ ତଳେ ଜୀବନ

କ୍ୱିଭ୍‌, ୧୭ା୩: ଜିଦ୍‌ରେ ଅଟଳ ରୁଷିଆ ୨୧ ଦିନ ଧରି ୟୁକ୍ରେନ୍‌ରେ ଗୁଳିଗୋଳା, କ୍ଷେପଣାସ୍ତ୍ର ବର୍ଷା କରିଚାଲିଛି। ଆକ୍ରମଣରୁ ବାଦ୍‌ ପଡ଼ିନାହାନ୍ତି ସାଧାରଣ ନାଗରିକ, ସେମାନଙ୍କ...

ଜଳବାୟୁ ପରିବର୍ତ୍ତନକୁ ନେଇ ତଥ୍ୟ ଦେଇପାରିବ ନାହିଁ ବିଜ୍ଞାନ: ଟ୍ରମ୍ପ

ୱାଶିଂଟନ,୧୫ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବେଳେ ବେଳେ ତାଙ୍କ ବୟାନକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଏଥର ବି ଏମିତି ଏକ ବୟାନ...

ଜାପାନରେ ୫.୫ ତୀବ୍ରତାର ଭୂକମ୍ପ

ଟୋକିଓ,୨୦ ।୨: ଥରି ଉଠିଛି ଜାପାନ । ପୁଣି ଲୋକେ ଭୟଭୀତ । ଜାପାନରେ ରିକ୍ଟର ସ୍କେଲରେ ୫.୫ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି...

Advertisement
Archives

Model This Week