ହାଇଡ୍ରୋକ୍ସିକ୍ଲୋରୋକୁଇନରେ ସବୁର ଚିକିତ୍ସା ସମ୍ଭବ ନୁହେଁ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ସମୟରେ ସାରା ବିଶ୍ୱ କରୋନାକୁ ହରାଇବାରେ ଲାଗି ପଡିଥିବା ବେଳେ ଏପର୍ଯ୍ୟନ୍ତ ଏହାପାଇଁ କୌଣସି ସଠିକ ଔଷଧ ମିଳିପାରି ନାହିଁ। ତେବେ ଏହାର ଚିକିତ୍ସା ପାଇଁ ମେଲେରିଆରେ ବ୍ୟବହାର କରାଯାଉଥିବା ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର କରାଯାଇପାରିବ ବୋଲି କିଛି ଗବେଷଣାରୁ ଜଣାପଡିଲା। ଏହାପରେ ଏହି ଔଷଧର ଡିମାଣ୍ଡ ବଢିଯାଇଥିବା ଦେଖାଯାଇଛି। ହେଲେ ଏହାକୁ ନେଇ ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ହାଇଡ୍ରୋକ୍ସିକ୍ଲୋରୋକୁଇନ ଦ୍ୱାରା ସବୁ କରୋନା ସଂକ୍ରମିତଙ୍କର ଚିକିତ୍ସା କରାଯାଇ ପାରିବ ନାହିଁ। କାରଣ ଏହାର ପାର୍ଶ୍ୱ ପ୍ରତିକ୍ରିୟା ରହିଛି। କେତେଗୁଡିଏ ଲ୍ୟାବ କହୁଛି ହାଇଡ୍ରୋକ୍ସିକ୍ଲୋରୋକୁଇନ କରୋନା ଚିକିତ୍ସାରେ ପ୍ରଭାବ ପକାଇବ ହେଲେ ଏହା ସମ୍ପୂର୍ଣ୍ଣ ଭରସାଯୋଗ୍ୟ ନୁହେଁ ବୋଲି ଗୁଲେରିଆ କହିଛନ୍ତି। ତେବେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହା କାମ କରିପାରେ କିନ୍ତୁ ଏହାଦ୍ୱାରା ହୃଦସ୍ପନ୍ଦନ ବଢିଯିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ବର୍ଷ ହେବ ଇଂଲିଶ ଯୋଗୁ ଦଶମ ବୋର୍ଡ ପରୀକ୍ଷାରେ ହେଉଥିଲେ ଫେଲ, ଏବେ କଲେ ପାସ୍‌, ଜାଣନ୍ତୁ କେମିତି..

ନୂଆଦିଲ୍ଲୀ, ୩୧।୭: ୩୩ ବର୍ଷ ହେବ ଯାହା ହୋଇପାରୁ ନ ଥିଲା ତାହା କରି ଦେଖାଇଛି କରୋନା। କଥାଟା ହେଲା, ହାଇଦ୍ରାବାଦର ମହମ୍ମଦ ନୁରୁଦ୍ଦିନ(୫୧) ଗତ...

ଖେଳନା ନୁହେଁ, ପରୀକ୍ଷା ପେ ଚର୍ଚ୍ଚା ଶୁଣିବାକୁ ଚାହାନ୍ତି ଛାତ୍ରୀଛାତ୍ର: ରାହୁଲ

ନୂଆଦିଲ୍ଲୀ, ୩୦।୮(ପି.ଟି.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଖେଳନା ଉପରେ ବହୁତ କଥା କହିଛନ୍ତି। ଷ୍ଟାର୍ଟଅପ୍‌ମାନେ ଖେଳନା ଉତ୍ପାଦନରେ ସାମିଲ ହେବା ଲାଗି...

ସୀମାରୁ ପର୍ଯ୍ୟାୟକ୍ରମେ ହଟୁଛନ୍ତି ସେନା

ଡେରାଡୁନ,୧୪ା୬(ପି.ଟି.): ପୂର୍ବ ଲଦାଖ ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସେନା ଅଧିକାରୀସ୍ତରୀୟ ଆଲୋଚନା ଫଳପ୍ରଦ ହୋଇଛି। ଗଲଓ୍ବାନ ଉପତ୍ୟକାରୁ ଉଭୟ ପକ୍ଷର...

ସାନିଟାଇଜର୍‌ ସ୍ପ୍ରେ ଯୋଗୁ ପରିବେଶ ସନ୍ତୁଳନ ବିଗିଡ଼ିଯିବାର ଆଶଙ୍କା !

ନୈନିତାଲ,୮।୪: କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସଚେତନତା ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ଭୂତାଣୁକୁ ନଷ୍ଟ କରିବା ଲାଗି ରାସ୍ତାଘାଟରେ ସାନିଟାଇଜର୍‌ ସ୍ପ୍ରେ କରାଯାଉଛି।...

ଆର୍ଥିକ ମାନ୍ଦାବସ୍ଥା: ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଲେ ବାମପନ୍ଥୀ

ନୂଆଦିଲ୍ଲୀ,୧୬।୯: ଦେଶର ଆର୍ଥିକ ମାନ୍ଦାବସ୍ଥା ନେଇ ବାମପନ୍ଥୀ ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡ଼ିଛନ୍ତି। ସେପ୍ଟେମ୍ବର ୨୦ରେ ଏନେଇ ବାମପନ୍ଥୀ ଦଳଗୁଡ଼ିକର ଏକ ସମ୍ମିଳନୀ ଅନୁଷ୍ଠିତ ହେବ।...

ପିଓକେରେ ୧୫ ଆତଙ୍କବାଦୀଙ୍କ ସହ ଦେଖିବାକୁ ମିଳିଲେ ମସୁଦ ଅଜହରଙ୍କ ଭାଇ

ନୂଆଦିଲ୍ଲୀ,୩।୮: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମସୁଦ ଅଜହରଙ୍କ ଭାଇ ଇବ୍ରାହିମ୍‌ ଅଜହରଙ୍କ ଅନୁପସ୍ଥିତିକୁ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।...

ଭାକ୍ସିନ ନ ଆସୁଣୁ ଭିଡ଼

ନୂଆଦିଲ୍ଲୀ,୧୬ା୧୧: ମହାମାରୀ କରୋନାରୁ ମୁକ୍ତି ପାଇଁ ଟିକାକୁ ସାରା ବିଶ୍ୱ ଅପେକ୍ଷା କରିଥିବାବେଳେ ଏହା ଉପରେ ଏବେଠାରୁ ଅଧିକାର ଜମାଇ ବସିଲେଣି ଧନୀ ରାଷ୍ଟ୍ର। ଫଳରେ...

ଚିରାଗ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଏଲ୍‌ଜେପି

ପାଟନା,୨୯ ।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏନ୍‌ଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତୀଶ କୁମାର ଓ ମହାମେଣ୍ଟ...


Coronavirus Update

Archives

Model This Week

Why Dharitri