ହସ୍ପିଟାଲରୁ ୪ କରୋନା ପୀଡ଼ିତ ଭୁଲରେ ଡିସ୍‌ଚାର୍ଜ: ଖୋଜୁଛି ପୋଲିସ

ଚେନ୍ନାଇ: ତାମିଲନାଡୁର ଭିଲୁପୁରମ ଜିଲାର ୪ କରୋନା ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ମଙ୍ଗଳବାର ଭୁଲ୍‌ରେ ଡିସ୍‌ଚାର୍ଜ କରି ଦିଆଯାଇଛି। ଏହି ରୋଗୀମାନଙ୍କୁ ଖୋଜିବା ପାଇଁ ପୋଲିସ ନାକେଦମ୍‌ ହୋଇପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଡୋବୋରା ଡାକ୍ତରଖାନାକୁ ପୁଣି ଅଣାଯାଇଥିବା ବେଳେ ଅନ୍ୟ ଜଣେ ରୋଗୀ ଫେରାର ଅଛନ୍ତି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ୪ ରୋଗୀଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟ ଜଣେ ଆଉ ଏକ ପରିବାରର।
ଏକ ରିପୋର୍ଟ ଅନୁଯାୟୀ, ଭିଲୁପୁରମର ସିଭିଲ ହସ୍ପିଟାଲରେ ୪ ସନ୍ଦିଗ୍ଧ ରୋଗୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ସେମାନଙ୍କୁ କରୋନା ନେଗେଟିଭ୍‌ କୁହାଯାଇଥିଲା। କିନ୍ତୁ ପରେ ଏହି ୪ ରୋଗୀଙ୍କ ରିପୋର୍ଟ ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ଫେରାର ଥିବା ରୋଗୀ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଖୋଜାଚାଲିଛି। ସଂପୃକ୍ତ ରୋଗୀ ଜଣକ ଦିଲ୍ଲୀର ଜଣେ ପ୍ରବାସୀ ଶ୍ରମିକ । ତାଙ୍କୁ ଖୋଜିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ଗୁରୁବାର ସକାଳ ପର୍ଯ୍ୟନ୍ତ ତାମିଲନାଡୁରେ ମୋଟ ୭୩୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଚେନ୍ନାଇରେ ସର୍ବାଧିକ ୮୧ ରୋଗୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯୯ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୫ ଜୀବନ

ଭୁବନେଶ୍ୱର,୧।୭(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୫...

ଓମିକ୍ରନ ସହ ଲଢ଼େଇରେ ବୁଷ୍ଟର ଡୋଜ୍‌ ଜରୁରୀ

ନୂଆଦିଲ୍ଲୀ,୨।୪: କରୋନା ଭାଇରସ୍‌ର ଓମିକ୍ରନ ଭାରିଆଣ୍ଟ ମାମଲାରେ କୋଭିଶିଲ୍ଡ, କୋଭାକ୍ସିନ ଏବଂ ଉଭୟର ମିଶ୍ରଣର ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ଆଣ୍ଟିବଡି ସ୍ତର ୬ ମାସ...

କରୋନା ସଙ୍କଟ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ରୋକ ଲଗାଇଲେ ସରକାର

ନୂଆଦିଲ୍ଲୀ,୨୩।୪: ଦେଶରେ ଜାରି ରହିଥିବା କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପକ୍ଷରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨୦୨୧ ପର୍ଯ୍ୟନ୍ତ...

ମହାରାଷ୍ଟ୍ର, କେରଳରେ ବଢ଼ୁଛି ସଂକ୍ରମଣ

ମୁମ୍ବାଇ/ନୂଆଦିଲ୍ଲୀ, ୧୩।୭: ମହାରାଷ୍ଟ୍ର ଏବଂ କେରଳରେ କରୋନା ଭୂତାଣୁର ‘ଆର୍‌’ ଫ୍ୟାକ୍ଟର (ସଂକ୍ରମଣ ହାର) ବଢ଼ୁଥିବାରୁ ଏହାର ଚିନ୍ତାର କାରଣ ହୋଇଛି। ଏହା ଉକ୍ତ ରାଜ୍ୟରେ...

ଥମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୦ ଜୀବନ

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...

ଟଙ୍କା ନ ଦେବାରୁ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା,୨୬।୭: ସାରା ଦେଶରେ କରୋନା ରୋଗୀ ଓ ଆମ୍ବୁଲାନ୍ସକୁ ନେଇ ଭିନ୍ନ ଭିନ୍ନ ଖବର ଆସୁଥିବା ବେଳେ ଏବେ କୋଲକାତାରୁ ଆସିଥିବା ଏକ ଖବର ପୁଣି...

ମୋଦିଙ୍କ ଲୋକପ୍ରିୟତା ବଢ଼ାଇଲା କରୋନା

ନୂଆଦିଲ୍ଲୀ,୧୯ା୫: ଭାରତକୁ କରୋନା ଭୂତାଣୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭବତଃ ତାଙ୍କ କାର୍ଯ୍ୟକାଳର ସବୁଠୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ସରକାର ବିରୋଧୀ...

Advertisement
Archives

Model This Week