ହଜିଗଲା ମାନବିକତା: କୁଷ୍ଠ ରୋଗୀ ବୋଲି ମିଳିଲାନି କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ

ପର୍ଲା,(ଡି.ଏନ୍‌.ଏ.),୧୮।୧- ଆଜିର ଅତ୍ୟାଧୁନିକ ସମାଜରେ ମଧ୍ୟ ଅନେକେ ଅନ୍ଧବିଶ୍ୱାସ ଭଳି ସାମାଜିକ ବ୍ୟାଧିଗ୍ରସ୍ତ। ଏପରିକି ସମାଜରେ ମାନବିକତା ଧୀରେ ଧୀରେ ହଜିବାକୁ ବସୁଛି। ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ଛଞ୍ଚାଣବାହାଳି ପଞ୍ଚାୟତ ବେହେରାଗୁଡାରେ ଦେଖିବାକୁ ମିଳିଛି। କୁଷ୍ଠରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଅନ୍ତିମ ସଂସ୍କାର ପାଇଁ କେହି ଆଗକୁ ଆସି ନ ଥିଲେ। ଫଳରେ ସାଇକେଲରେ ମୃତଦେହକୁ ଶ୍ମଶାନ ନିଆଯାଇଥିବା ଜଣାପଡ଼ିଛି।

ଗ୍ରାମର ସୁବାସ ଦୋରୁଆନ (୪୫)ଗତ ୪ବର୍ଷ ତଳେ କୁଷ୍ଠ ରୋଗରେ ପୀଡିତ ଥିଲେ। ଏହା ଜାଣିବା ପରେ ସ୍ତ୍ରୀ ସୁଲ ତାଙ୍କୁ ଛାଡ଼ି ପଳାଇଥିଲେ। ଏବେ ତାଙ୍କର ଗୋଟିଏ ଝିଅ ଓ ଦୁଇ ପୁଅ ରହିଛନ୍ତି। ଫଳରେ ଏବେ ବୃଦ୍ଧା ଜେଜେ ମା’ଙ୍କ ଉପରେ ପରିବାରର ବୋଝ ପଡ଼ିଛି। ସେ ଅନ୍ୟ ଘରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ହେଲେ ଶୁକ୍ରବାର ରାତିରେ ପୁଅ ସୁବାସଙ୍କ ମୃତ୍ୟୁ ଘଟିବା ପରେ ସେ ମୃତଦେହ ଶ୍ମଶାନକୁ ନେବାପାଇଁ ଜାତି ଭାଇ ଓ ପରିଜନକୁ କାକୁତି ମିନତି କରିଥିଲେ। ହେଲେ କେହି ଆସି ନ ଥିଲେ। ଦୀର୍ଘ ୧୦ଘଣ୍ଟା ଧରି ମୃତଦେହ ପଡ଼ି ରହିବା ପରେ ଶେଷରେ ମୃତକଙ୍କ ଦାଦା ଏବଂ ପୁତୁରା ଶନିବାର ସାଇକେଲରେ ଲଦି ତାଙ୍କୁ ଶ୍ମଶାନକୁ ନେଇଥିଲେ। ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏବେ ମୃତକଙ୍କ ପୁଅ ଝିଅ ଓ ବୃଦ୍ଧା ମା’ ଅସହାୟ ହୋଇ ପଡିଛନ୍ତି। ଏମାନଙ୍କ ଥଇଥାନ ବ୍ୟବସ୍ଥା ପାଇଁ ପ୍ରଶାସନ ଓ ସରକାର ପଦକ୍ଷେପ ନେବା ସହ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀଙ୍କ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ମାସ ମଧ୍ୟରେ ହାଇକୋର୍ଟରେ ତଥ୍ୟ ଦାଖଲ ନିର୍ଦ୍ଦେଶ

କାଏମା,୧୫।୪(ଡି.ଏନ.ଏ.): ଯାଜପୁର ଜିଲାର ବହୁ ଗରିବ, ଅସହାୟ, ବିଧବା ଓ ଶ୍ରମିକ ଶ୍ରେଣୀ ଲୋକମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଏକାଧିକ ବାର...

ସବୁଠି ଜଗିଛି ପୋଲିସ: ବାଇକ୍‌, ୪ ଚକିଆ ଯାନ ଉପରେ ନଜର

ବନ୍ତ, ୧୦।୪(ଡି.ଏନ.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର ଦିନକୁଦିନ ଲକଡାଉନ୍‌ ଆଇନକୁ କଡାକଡି କରୁଛନ୍ତି ା ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ...

୧୦ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ: ଭାଗନେଲେ ୧୭୬ ବିଡର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ୧୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହି ଖଣିଗୁଡ଼ିକ ହେଲା ନୂଆଗଁା ଲୁହାପଥର ଖଣି, ଠାକୁରାଣୀ ଲୁହା...

ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ବିଶେଷ ପଦକ୍ଷେପ ନେବାକୁ ଯାଉଛନ୍ତି। ତଦନୁଯାୟୀ ଏଣିକି ନିବା ସ୍ପର୍ଶରେ ଯାତ୍ରୀ ବିମାନରେ...

ଭରତପୁର ଖଣି ଦୁର୍ଘଟଣା ଅଞ୍ଚଳରେ ଏମ୍‌ସିଏଲ ସିଏମ୍‌ଡି:‘କୋଲ ଇଣ୍ଡିଆ ଇତିହାସରେ ପ୍ରଥମ’

ତାଳଚେର,୩୦ା୭(ନି.ପ୍ର.) ତାଳଚେର ଭରତପୁର କୋଇଲା ଖଣିରେ ଅତଡା ଖସିବା ଘଟଣା ପରେ ମହାନଦୀ କୋଲ ଫିଲ୍‌ଡସ (ଏମ୍‌ସିଏଲ)ର ସିଏମ୍‌ଡି ଭୋଳନାଥ ଶୁକ୍ଳା ସୋମବାର ଦିନିକିଆ ତାଳଚେର...

ଅମ୍ଫନ୍‌ ପ୍ରଭାବ, ଗୋପାଳପୁର ବେଳାଭୂମି ଅଶାନ୍ତ

ଗୋପାଳପୁର,୧୯ା୫(ଡି.ଏନ୍‌.ଏ.)- ଅମ୍ଫନ୍‌ ପ୍ରଭାବରେ ମଙ୍ଗଳବାର ଗୋପାଳପୁର ବେଳାଭୂମି ଅଶାନ୍ତ ରହିବା ସହ ବଡବଡ ଜୁଆର ଉଠିଥିଲା। ୨୪ ଘଣ୍ଟାରେ ୦.୫ ମିଲି ବର୍ଷା ରେକର୍ଡ଼ କରାଯାଇଛି।...

୪ ଦଶନ୍ଧିର ଦାବି, ହୋଇପାରୁନି ଘୁମୁସର ଜିଲା

ବ୍ରହ୍ମପୁର ଅଫିସ,୯ା୧୨:ରାଜ୍ୟରେ ନୂଆ ଜିଲା ଗଠନ ଦାବି ସମ୍ପ୍ରତି ବଢ଼ିବାରେ ଲାଗିଛି। ଆସନ୍ତା ୨୦୨୩ରେ ପଦ୍ମପୁରକୁ ଜିଲା ମାନ୍ୟତା ଦିଆଯିବ ବୋଲି ନବୀନ ପଟ୍ଟନାୟକ ସୂଚନା...

ଘୂର୍ଣ୍ଣିବଳୟ: ଆଉ ୨ ଦିନ ବର୍ଷା

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ):ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗତ ୧୫ ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା...

Advertisement
Archives

Model This Week