ସ୍ବେଚ୍ଛାସେବୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଆସିକା,୩୧ା୩ (ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଲାଗି ଆସିକା ଏନ୍‌ଏସିରେ ନିରାଶ୍ରୟଙ୍କୁ ଦୈନିକ ରନ୍ଧାଖାଦ୍ୟ ଦିଆଯାଉଛି। ମଙ୍ଗଳବାରଠାରୁ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ନିରାଶ୍ରୟଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଜରିଆରେ ଖାଦ୍ୟ ବଣ୍ଟା ଆରମ୍ଭ ହୋଇଛି। ମଙ୍ଗଳବାର ବ୍ଲକର ୨୭ ପଞ୍ଚାୟତରେ ୧୩୩୨ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାାଇଥିବା ବିଡିଓ ପ୍ରଦୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ କନିଆରି ଗ୍ରାମର ସ୍ବେଚ୍ଛାସେବୀ ରବୀନ୍ଦ୍ର ନାୟକ ଓ କାଳିଚରଣ ସାହୁ ବାଇକରେ ବୁଲି ବୁଲି ଆସିକା ସହରାଞ୍ଚଳରେ ଦୈନିକ ୪୦ଜଣଙ୍କୁ ବିସ୍କୁଟ, ପାଣି ବୋତଲ, ଚୁଡା ଓ ଗୁଡ ବାଣ୍ଟୁଥିବା ଦେଖାଯାଇଛି। ସୋମବାର ରାତିରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରୟ ଥାନାରେ ପହଞ୍ଚି ଆସିକା ଅଞ୍ଚଳରେ ଲକଡାଉନର ସ୍ଥିତି ଅନୁଧ୍ୟାନ କରିଛନ୍ତି । କୌଣସି କାରଣ ନଥାଇ ଅଯଥା ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତିି। ମଙ୍ଗଳବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଆସିକା ଆସି କରୋନା ମୁକାବିଲା ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ ା ବିଭିନ୍ନ ଗ୍ରାମାଞ୍ଚଳରେ ସମ୍ଭାବ୍ୟ ପରିସ୍ଥିତିରେ ସକ୍ରିୟ ସହଯୋଗ ନିମନ୍ତେ ୫ଜଣ ଲେଖାଏଁ ସ୍ବେଚ୍ଛାସେବୀଙ୍କ ଏକ ତାଲିକା ପ୍ରସ୍ତୁତ କରିବା ନିମନ୍ତେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…

ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା

ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri