ସ୍ବାସ୍ଥ୍ୟକେନ୍ଦ୍ରର ନାମ ଶହୀଦ ରଘୁଦିବାକର ରଖିବାକୁ ପ୍ରସ୍ତାବ

ରଣପୁର, ୧୭।୮(ସ୍ବ.ପ୍ର.)-ନୟାଗଡ ଜିଲାର ରଣପୁର ସ୍ବାସ୍ଥ୍ୟକେନ୍ଦ୍ରର ନାମ ପରିବତ୍ତର୍ର୍ନ କରାଯାଇ ଶହୀଦ ରଘୁଦିବାକରଙ୍କ ନଁାରେ ରଖିବାକୁ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ପ୍ରସ୍ତାବ ରଖିଛନ୍ତି । ଏ ନେଇ ବିଧାୟକ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସରେ ସ୍ମାରକପତ୍ର ଦେଇଛନ୍ତି।
ଥାଉକି, ଇଂରେଜ ଶାସନ ସମୟରେ ପ୍ରଜା ଆନ୍ଦୋଳନ ଚାଲୁ ରହିଥିଲା। ଆନ୍ଦୋଳନକୁ ଦମନ କରିବା ପାଇ ବେଜେଲଟଗେଟଙ୍କ ନେତୃତ୍ୱରେ ଫୋର୍ସ ଆସୁଥିଲେ। ଇଂରେଜ ଓ ରଣପୁରବାସୀଙ୍କ ମଧ୍ୟରେ ବିବାଦ ବଢ଼ିଥିଲା । ଏଭଳିସ୍ଥଳେ ବାଦଭୂଇଁର ରଘୁନାଥ ମହାନ୍ତି ଓ ଗଡବାଣିକିଲୋର ଦିବାକର ପରିଡା ମିଳିତ ଭାବେ ଲାଠିରେ ପିଟି ବେଜେଲଗେଟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ରଘୁ ଦିବାକରଙ୍କୁ ମିଳିତ ଭାବେ ବିହାରର ଭାଗଲପୁର ଜେଲରେ ଫାଶୀ ଦିଆଯାଇଥିଲା। ଶହୀଦ ଦ୍ୱୟଙ୍କ ସ୍ମୃତି ଉପେକ୍ଷିତ ହୋଇ ରହିଛି। ରଣପୁର ବଜାରରେ କେବଳ ପ୍ରତିମୂର୍ତ୍ତିକୁ ଛାଡିଦେଲେ ସେମାନଙ୍କର ସ୍ମୃତି ରକ୍ଷା ପାଇଁ ନୟାଗଡ ଜିଲାରେ କିଛି ବ୍ୟବସ୍ଥା କରାଯାଇ ନାହିଁ କି ଶହୀଦଙ୍କ ନାମରେ ଆଖିଦୃଶିଆ କୌଣସି କାର୍ଯ୍ୟ କରାଯାଇ ନାହିଁ, ଯାହାକୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହ ରଣପୁର ସ୍ବାସ୍ଥ୍ୟକେନ୍ଦ୍ରର ନାମ ଶହୀଦ ଦ୍ୱୟଙ୍କ ନାମରେ ନାମିତ କରିବାକୁ ଦାବି ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ବର୍ଷର ଝିଅକୁ ମାରି ଆତ୍ମହତ୍ୟା କଲେ ବାପା, ବନ୍ଦ ଘର ଭିତରୁ ମିଳିଲା ମୃତଦେହ

ନୟାଗଡ଼,୨୫।୭(ଲୋକନାଥ ମିଶ୍ର): ବନ୍ଦ ଘର ଭିତରୁ ମିଳିଛି ବାପା-ଝିଅଙ୍କ ମୃତଦେହ। ୫ବର୍ଷର ଝିଅଙ୍କୁ ମାରି ନିଜେ ଝୁଲି ପଡିଲେ ବାପା। ଏପରି ଘଟଣା ଦେଖିବାକୁ ମିଳିଛି...

ଛୁଆଁ ଅଛୁଆଁ ଭେଦଦ୍ଭାବକୁ ନେଇ ପ୍ରାର୍ଥନା କ୍ଲାସରେ ଦଳିତ ଛାତ୍ରୀଛାତ୍ରଙ୍କୁ ମାଡ଼

ନୟାଗଡ଼,୨୪।୭(ଲୋକନାଥ ମିଶ୍ର): ଛୁଆଁ ଅଛୁଆଁ ଭେଦଦ୍ଭାବକୁ ନେଇ ପ୍ରାର୍ଥନା କ୍ଲାସରେ ଦଳିତ ଛାତ୍ରୀଛାତ୍ରଙ୍କୁ ମାଡ଼। ଏଥିରେ ନୟାଗଡ଼ ବ୍ଲକ ମାଛିପଡା ଚନ୍ଦ୍ରଶେଖର ସରକାରୀ ପ୍ରାଥମିକ ପ୍ରାଥମିକ...

୨ ପଞ୍ଚାୟତରେ ୫୭ ଜାଲ୍‌ ଭତ୍ତା ହିତାଧିକାରୀ

ନୂଆଗାଁ,୧୮।୭(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଭତ୍ତା ପ୍ରଦାନରେ ଅନିୟମିତତା ଅଭିଯୋଗ ପରେ ନୟାଗଡ଼ ଉପ ଜିଲାପାଳଙ୍କ ଦ୍ୱାରା ୩ ଜଣିଆ କମିଟି ଗଠନ କରାଯାଇ...

ଦୁଇ ସାଙ୍ଗଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ନୟାଗଡ଼,୧୨ା୭:  ଦୁଇ ସାଙ୍ଗଙ୍କ ଉପରେ ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲା ଦଶପଲ୍ଲା...

ଖବରଦାତାଙ୍କୁ ବାନ୍ଧିବେ, ପିଟିବେ, କେସ୍‌ କରିବେ କହିଲେ ଏସ୍‌ପି

ନୟାଗଡ଼,୮ା୭ (ଲୋକନାଥ ମିଶ୍ର):ରଥଯାତ୍ରା ସମ୍ପର୍କରେ ସୂଚନା ଦିଆଯିବା ନିମନ୍ତେ ନୟାଗଡ଼ ଏସ୍‌ପି ରାହୁଲ ଜୈନଙ୍କ ପକ୍ଷରୁ ସ୍ଥାନୀୟ ଜିଲା ପୋଲିସ କାର୍ଯ୍ୟାଳୟରେ ଶନିବାର ଅପରାହ୍ନ ୪ଟାରେ...

ରୂପାନ୍ତରୀକରଣ ପାଇଁ ଅନେକ ଲକ୍ଷ ଟଙ୍କା ବରବାଦ

ଖଣ୍ଡପଡ଼ା,୫ା୭(ଅଜୟ କୁମାର ମହାରଣା): କଣ୍ଟିଲୋ କୁଞ୍ଜ ବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଆବଶ୍ୟକ ଶ୍ରେଣୀଗୃହ ଅଭାବ ଯୋଗୁ ଛାତ୍ରୀମାନଙ୍କୁ ସେକ୍ସନରେ ବିଭକ୍ତ...

ନିଲମ୍ବିତ ହେଲେ ୩ ପୋଲିସ

ନୟାଗଡ଼,୩ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ ସିରିଜ ଚୋରି ଘଟଣାରେ ଅଭିଯୋଗକାରୀଙ୍କୁ ଅସହଯୋଗ ନେଇ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ...

ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ, ଲାଞ୍ଚ ନେବାବେଳେ ପଡ଼ିଲେ ଧରା

ନୟାଗଡ଼,୩।୭(ଲୋକନାଥ ମିଶ୍ର):ଭିଜିଲାନ୍ସ ଜାଲରେ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଛନ୍ଦି ହୋଇ ପଡିଛନ୍ତି। ବାଲିଗାଡି ଛାଡିବା ପାଇଁ ଦଲାଲ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri