ସ୍ବାମୀ ରଣବୀର ଶୋରେଙ୍କଠାରୁ ଅଲଗା ହେବେ କୋଙ୍କଣା

ବମ୍ବେ: ଅଲଗା ହେବେ ବଲିଉଡ୍‌ର ଆଉ ଏକ ଯୋଡ଼ି। ସ୍ବାମୀ ରଣବୀର ଶୋରେଙ୍କ ସହ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। ଉଭୟ ଛାଡ଼ପତ୍ର ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ରଣବୀରଙ୍କ ସହ ଏକାଧିକ ଫିଲ୍ମରେ ଏକାଠି କାମ କରିଥିଲେ କୋଙ୍କଣା। ଯେପରିକି ଟ୍ରାଫିକ୍‌ ସିଗ୍‌ନାଲ, ମିକ୍ସଡ୍‌ ଡବଲ୍ସ, ଆଜା ନଚଲେ। ସାଙ୍ଗ ହୋଇ କାମ କରିବା ସମୟରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିଲେ। ସେହି ସମୟରେ କୋଙ୍କଣା ଗର୍ଭବତୀ ମଧ୍ୟ ହୋଇଯାଇଥିଲେ। ବିବାହ ପୂର୍ବରୁ ମା’ ହେବାକୁ ଯାଉଥିବା ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ କୋଙ୍କଣା। ଶେଷରେ ୨୦୧୦ରେ ସେ ରଣବୀରଙ୍କୁ ବିବାହ କରିଥିଲେ। ଛଅ ସାତ ବର୍ଷ ବିବାହ ଠିକ୍‌ରେ ଚାଲିବା ପରେ ଏଥିରେ ତିକ୍ତତା ଆସିଥିଲା। ଫଳରେ ତିନି ବର୍ଷ ହେଲା ଉଭୟ ଉଭୟଙ୍କଠାରୁ ଅଲଗା ରହିଆସୁଥିଲେ ବୋଲି କୁହାଯାଉଛି।

ଏବେ ସମ୍ପର୍କକୁ ତୁଟାଇ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି କୋଙ୍କଣା-ରଣବୀର। ଉଭୟଙ୍କ ଛଅ ବର୍ଷର ପୁଅ ରହିଛି। ସହମତି ଭିତ୍ତିରେ ସେମାନେ ଅଲଗା ହେଉଥିବାରୁ ପୁଅଙ୍କ ଯତ୍ନ ଉଭୟେ ନେବେ। ଆଗାମୀ ୬ ମାସ ମଧ୍ୟରେ ଛାଡ଼ପତ୍ର ଫାଇନାଲ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ର଼୍ୟାମ୍ପରେ ଚାଲିଲେ ବଢ଼େ ଆତ୍ମବିଶ୍ୱାସ

ସୁରମୟୀ ମହାପାତ୍ର। ଓଡ଼ିଆ ସିନେ ଜଗତର ଏବେ ଜଣାଶୁଣା ଚେହେରା। ମଡେଲିଂରୁ କ୍ୟାରିୟର ଆରମ୍ଭ କରି ସେ ନିଜ ଦକ୍ଷତା ବଳରେ ଫିଲ୍ମ ଦୁନିଆରେ ପ୍ରବେଶ...

ଶାହରୁଖଙ୍କ ସୁରକ୍ଷାରେ ତ୍ରୁଟି

ବଲିଉଡର କିଙ୍ଗ ଖାନ ତଥା ଶାହାରୁଖଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ପ୍ରାୟତଃ ଅନେକ ପ୍ରଶଂସକ ସେମାନଙ୍କର ସୁପରଷ୍ଟାରଙ୍କୁ ଭେଟିବା ପାଇଁ ସମସ୍ତ ସୀମା ଅତିକ୍ରମ...

ନାରୀକୈନ୍ଦ୍ରିକ ଫିଲ୍ମ ଦେଖି ଦେଖି ଚିଡି ଗଲେଣି, କାହିଁକି ଏମିତି କହିଲେ ଅକ୍ଷୟ କୁମାର

ବଲିଉଡରେ ଖିଲାଡି ଅକ୍ଷୟ କୁମାରଙ୍କ ଏବେ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ସେ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ମିଶନ୍‌...

ଅଙ୍କିତା କହିଲେ ଭାଡ୍‌ ମେ ଗୟା ପ୍ୟାର୍‌ ବ୍ୟାର, ଭିଡିଓ ଦେଖି ପ୍ରେମିକଙ୍କ…

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ କ୍ରମାଗତ ଭାବରେ ଚର୍ଚ୍ଚାରେ ରହି ଆସୁଛନ୍ତି। ବର୍ତ୍ତମାନ ସେ ‘ପବିତ୍ରରିସ୍ତା’ର ସିଜନ ୨ ରେ ନଜର ଆସୁଛନ୍ତି। ଏଥି ସହିତ...

ମନ କିଣୁଛି ଦୀପିକାଙ୍କ ଓସ୍କାର ଆପ୍ଟର ଲୁକ ଇମେଜ

ମୁମ୍ବାଇ: ବଲିଉଡ ଦିଭା ଦୀପିକା ପାଦୁକୋନଙ୍କ କିଛି ଲେଟେଷ୍ଟ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଦୀପିକାଙ୍କ ଏହି ଫଟୋ ଓସ୍କାର ଆୱାର୍ଡ ୨୦୨୩...

ରିଲିଜ୍‌ ହେଉ ହେଉ ଲିକ୍‌

ମୁମ୍ବାଇ,୨୪।୧୨: ଡିଜିଟାଲ ପ୍ଲାଟଫର୍ମ ଡିଜନୀ+ହଟଷ୍ଟାରରେ ଶୁକ୍ରବାର ରିଲିଜ ହୋଇଛି ଅକ୍ଷୟ କୁମାର, ସାରା ଅଲି ଖାନ ଓ ଧନୁଶଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’। ଭିନ୍ନ...

ମାଳଦ୍ୱୀପରେ ବଲିଉଡ ଷ୍ଟାରଙ୍କ ଭିଡ

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲେବ୍ରିଟି ଯାଏ ସମସ୍ତେ ଲକ୍‌ଡାଉନ ସମୟରେ ନିଜ ନିଜ ଘରେ ରହି ପରିବାର ସହ ସମୟ ଅତିବାହିତ କରୁଥିଲେ। ଏହି...

ଅଙ୍ଗ ପ୍ରଦର୍ଶନ କରି ଟ୍ରୋଲ୍‌ ହେଲେ ମଲାଇକା, ସନ୍ନି ଲିଓନିଙ୍କ ସହ ତୁଳନା କଲେ ୟୁଜର୍ସ

ବଲିଉଡ୍‌ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏ ନେଇ ଗୁରୁବାର ରାତିରେ ଫିଲ୍ମ ନିର୍ମାତା ରିତେଶ...

Advertisement
Archives

Model This Week