ସ୍ବାମୀ ଚରିତ୍ରକୁ ସନ୍ଦେହ, ସ୍ତ୍ରୀ ସାଜିଲେ ହତ୍ୟାକାରୀ

ମୋହନା,୭ା୧(ଡି.ଏନ୍‌.ଏ.)-ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କଲେ ସ୍ତ୍ରୀ ା
ରାସ୍ତାରୁ ହଟାଇବା ପାଇଁ ଯୋଜନା ରଚିଲେ ା ଶେଷରେ ୩୦ ହଜାର ଟଙ୍କା ସୁପାରୀ ଦେଇ ହତ୍ୟା କଲେ ା ପ୍ରମାଣ ନଷ୍ଟ ପାଇଁ ୧୦୦ କି.ମି ଦୂରରେ ଫିଙ୍ଗି ଦେଲେ ସ୍ବାମୀଙ୍କ ମୃତଦେହ। ସୋମବାର ପୋଲିସ ଅଭିଯୁକ୍ତ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଫେରାର ଅଛନ୍ତି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ା ମୃତକ ଜଣକ ହେଲେ କଳାହାଣ୍ଡି ଜିଲା ଗୋଲାମୁଣ୍ଡାର ଯୁବରାଜ ଚଣ୍ଡୀ ା
ସୋମବାର ଗଜପତି ଏଏସ୍‌ପି ସୀତାରାମ ଶତପଥୀ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଆହୁରି କହିଛନ୍ତି ଯେ, ରାୟଗଡ଼ା ଜିଲା ମୁନିଗୁଡ଼ା ତହସିଲରେ ବରିଷ୍ଠ କିରାଣି ଥିବା ନିବେଦିତାଙ୍କ ସ୍ବାମୀ ଯୁବରାଜ ମୁନିଗୁଡ଼ା ବିଡିଓଙ୍କ ଡ୍ରାଇଭର ଥିଲେ। ମୁନିଗୁଡ଼ା ଗୁପ୍ତା କଲୋନୀରେ ଉଭୟେ ରହୁଥିଲେ। ସ୍ବାମୀ ଅନ୍ୟ ଜଣକୁ ଭଲ ପାଉଥିବା ନିବେଦିତା ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟ ଝଗଡ଼ା ହେଉଥିଲା। କିଛିଦିନ ପୂର୍ବରୁ ନିବେଦିତା ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ଡିସେମ୍ବର ୩୧ରେ ଯୁବରାଜ ଜିରୋନାଇଟ୍‌ ପାଇଁ ବାହାରକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ସ୍ତ୍ରୀଙ୍କ ସମେତ ଅନ୍ୟ ୩ଜଣ ମିଶି ତାଙ୍କୁ ବେଲଣାକାଠି, ନନ୍‌ଷ୍ଟିକ୍‌ ତାୱା ଓ ଲୁହାରଡ୍‌୍‌ରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଯୁବରାଜଙ୍କର ମୃତ୍ୟୁ ଘଟିଥିଲା। ପ୍ରମାଣ ଲୁଚାଇବା ପାଇଁ ଅଭିଯୁକ୍ତମାନେ ହତ୍ୟାରେ ବ୍ୟବହୃତ ସମସ୍ତ ଜିନିଷ ସହ ରାତାରାତି ମୃତଦେହ ଏକ କାର ଯୋଗେ ଆଣି ପ୍ରାୟ ୧୦୦ କି.ମି. ଦୂର ଅଡ଼ବା ଥାନା ଶ୍ମଶାନ ନିକଟରେ ଫିଙ୍ଗି ଦେଇଥିଲେ। ନୂଆବର୍ଷ ଦିନ ଅର୍ଥାତ୍‌ ବୁଧବାର ଭୋରୁ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଅଡ଼ବା ଥାନାଧିକାରୀ ଆଲୋକ ରଞ୍ଜନ ଜଗଦଳା ଓ ଅନ୍ୟ କର୍ମଚାରୀ ମୃତଦେହ ଜବତ କରିଥିଲେ। ସେଠାରୁ ବେଲଣାକାଠି, ଓଢ଼ଣି, ରୁମାଲ, ୨ଟି ଗ୍ଲୋବ୍‌ସ ଜବତ କରାଯାଇଥିଲା। ପୋଲିସ ମାମଲା( ନଂ. ୧/୨୦) ରୁଜୁ କରି ତଦନ୍ତ ଚଳାଇଥିଲା। ଅଡ଼ବା ଥାନା ପକ୍ଷରୁ ସମସ୍ତ ଥାନାକୁ ମୃତଦେହ ଫଟୋ ପଠାଯାଇଥିଲା। ଯୁବରାଜଙ୍କ ଭାଇ ଦେବରାଜ ଏହା ଜାଣିପାରି ଅଡ଼ବା ଥାନାରେ ମୃତଦେହ ଚିହ୍ନଟ କରିଥିଲେ। ମୁନିଗୁଡ଼ା ଓ ଅଡ଼ବା ପୋଲିସ ତଦନ୍ତ ବେଳେ ସ୍ତ୍ରୀ ନିବେଦିତାଙ୍କ ଉପରେ ସନ୍ଦେହ କରିଥିଲେ। ତାଙ୍କୁ ଅଟକ ରଖି ପଚରାଉଚରା ବେଳେ ସ୍ବାମୀଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନ ପାରି ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ ବୋଲି ଏଏସ୍‌ପି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ମାତୃ ଦିବସରେ ବାଲୁକା କଳାକୃତି: ଦୁଇ ଯୁବ ବାଲୁକା ଶିଳ୍ପୀଙ୍କୁ ଛୁଟୁଛି ପ୍ରଶଂସାର ସୁୁଅ

ଗଞ୍ଜାମ,୯।୫(ଡି.ଏନ୍‌.ଏ.): ମେ ୯ ତାରିଖକୁ ଅନ୍ତର୍ଜାତୀୟ ମାତୃ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ୱର ଶୈବପୀଠ...

ପୂର୍ବତନ ଆକାଉଣ୍ଟାଣ୍ଟଙ୍କୁ ୨ବର୍ଷ ଜେଲ

ଫୁଲବାଣୀ ଅଫିସ,୨୪ା୪- ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ଏକ ଲାଞ୍ଚ ମାମଲାର ବିଚାର କରି ଜଣେ ଆକାଉଣ୍ଟାଣ୍ଟଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ...

୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଲୁଟ୍‌: * ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ଧରାକୋଟ,୨୮ା୫(ଡି.ଏନ.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଲୁଟ୍‌ ହୋଇଛି। ୩ ବ୍ୟବସାୟୀଙ୍କ ଠାରୁ ଖଣ୍ଡା...

ଫୋନ କଲ କରି ଆକାଉଣ୍ଟରୁ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୧୩।୬: ସହରରେ ଏବେ ସାଇବର ଠକେଇ ବଢୁଛି। ଅନଲାଇନ, ବ୍ୟାଙ୍କ ଋଣ, ଜମି ବିକ୍ରି, ବିଦେଶୀ ଲିଙ୍କରେ ଚାକରି ନାଁରେ ଗୋଟିଏ ପରେ ଗୋଟିଏ ଠକେଇ...

ଗ୍ରୀନ୍‌ ଦୀପାବଳି ପାଳନ କରିବାକୁ ଅନୁରୋଧ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୨ା୧୧(ଡି.ଏନ୍‌.ଏ.): ଭିଡିଓ କନ୍‌ଫରେନ୍ସି ଜରିଆରେ ଜିଲାସ୍ତରୀୟ କୋଭିଡ୍‌ ପରିଚାଳନା ବୈଠକ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦୋକାନଠାରୁ ଆରମ୍ଭ କରି...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣା; ଠିକ୍‌ ତଦନ୍ତ କରି ସତ ସାମ୍ନାକୁ ଅଣାଯାଉ: ଜୟନ୍ତୀ

ବ୍ରହ୍ମପୁର ଅଫିସ,୬ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା ଘଟଣାରରେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ କରି ଗୋପାଳଙ୍କ ଘରୁ ଫେରିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ରଙ୍କ...

ଗଞ୍ଜାମ ସହରରେ ଲାଗିଲା ଅଶୋକ ଚକ୍ର

ଗଞ୍ଜାମ,୧୧।୨(ଡି.ଏନ୍‌.ଏ.): ସଜେଇ ହେଉଛି ଗଞ୍ଜାମ ସହର। ଗଞ୍ଜାମ ସହର ଦାମୋଦରପୁରରେ ପ୍ରଥମ ଥର ପାଇଁ ପଥରରେ ନିର୍ମିତ ଅଶୋକ ଚକ୍ର ଲଗାଯାଇଛି। ଏଥିସହ ଆକର୍ଷଣୀୟ ପଥରରେ...

ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ଜିଲାପାଳ

ହିିିଞ୍ଜିଳିକାଟୁ/ଶେରଗଡ଼,୨୩ା୧୨(ଡିି.ଏନ୍‌.ଏ)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଶେରଗଡ଼ ବ୍ଲକ ମାରୁଡ଼ିଠାରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରି ମାନବିକତାର...

Advertisement
Archives

Model This Week