ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଚଢ଼ିଗଲା ଟ୍ରକ୍‌

ଗୋପ, ୨୮ା୧୨(ଡିି.ଏନ୍‌.ଏ):ଗୋପ-ବାଲିଘାଇ ରାସ୍ତାର ମଦରଙ୍ଗ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଏକ ବାଲିବୋଝେଇ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତା ମହିଳା ହେଲେ କୋଣାର୍କ ଥାନା ଅଧୀନ ଖରାଗାଁ ତଳସାହି ଗ୍ରାମର ରବୀନ୍ଦ୍ର ଛାଟୋଇଙ୍କ ସ୍ତ୍ରୀ ଅହଲ୍ୟା ଛାଟୋଇ (୪୫)। ଏହି ଦୁର୍ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ଦୀର୍ଘ ୨ଘଣ୍ଟା ଧରି ଗୋପ-ବାଲିଘାଇ ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅବରୋଧ ହଟିଥିଲା। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଜବତ ହୋଇଥିବାବେଳେ ଡ୍ରାଇଭର ଫେରାର ଥିବା ପୋଲିସ୍‌ କହିଛି।
ସୂଚନା ଅନୁଯାୟୀ, ରବୀନ୍ଦ୍ର ଏବଂ ଅହଲ୍ୟା ଗୋପ ଥାନା ଅଧୀନ ଓରୁଆଳି ଗ୍ରାମର ନଣନ୍ଦେଇ ଧନେଶ୍ୱର ସେନାପତିଙ୍କ ଘରକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୨ଟାରେ ଏକ ସ୍କୁଟି (ନଂ. ଓଡି ୦୨ ୱାଇ-୬୬୫୦) ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଅପରପାର୍ଶ୍ୱରୁ ଆସୁଥିବା ବାଲି ବୋଝେଇ ଟ୍ରକ୍‌ (ନଂ. ଓଡି ୧୪ଆର୍‌-୧୧୫୦) ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ରବୀନ୍ଦ୍ର ନିଜର ଭାରସାମ୍ୟ ହରାଇବାବେଳେ ପଛରେ ବସିଥିବା ଅହଲ୍ୟା ଓଲଟି ପଡ଼ିଥିଲେ। ଅହଲ୍ୟାଙ୍କ ମୁଣ୍ଡ ଉପରେ ଟ୍ରକ ଚଢ଼ିଯାଇଥିଲା। ଅହଲ୍ୟାଙ୍କୁ ରାସ୍ତା ଉପରୁ ଟେକି ଆଣି ଡାକ୍ତରଖାନା ନେବା ପାଇଁ ରବୀନ୍ଦ୍ର ଚେଷ୍ଟା କରିଥିଲେ ମଧ୍ୟ ଯାଇପାରି ନ ଥିଲେ। ତାଙ୍କ ଆଖି ସାମ୍ନାରେ ସ୍ତ୍ରୀଙ୍କ ଜୀବନ ଦୀପ ଲିଭିଯାଇଥିଲା। ପରେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ରାସ୍ତାରୋକୋ କରିଥିଲେ। ବଣିଆସାହିର ପୂର୍ବତନ ସରପଞ୍ଚ ନିରଞ୍ଜନ ଶଗଡ଼ିଆ ଏବଂ ପୋଲିସ ସେମାନଙ୍କୁ ବୁଝାଶୁୁଝା କରିଥିଲେ। ଗୋପ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ପରିବାରକୁ ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପ ମାଛଧରା ବନ୍ଦର ଶୂନ୍‌ଶାନ୍‌

ପାରାଦୀପ,୨୦ା୪(ସ୍ବ.ପ୍ର.): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଏବେ ଶୂନ୍‌ଶାନ୍‌ ଅବସ୍ଥାରେ ରହିଛି। କାରଣ ଏପ୍ରିଲ ୧୫ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ୨ମାସ...

କଂଗ୍ରେସରୁ ବହିଷ୍କାର ପରେ ବିଜେଡିରେ ଯୋଗଦେଲେ

ଝାରସୁଗୁଡ଼ା ଅଫିସ,୪।୩: ଦଳ ବିରୋଧୀ କାର୍ଯ୍ୟ ପାଇଁ ଝାରସୁଗୁଡ଼ା ଜିଲା ଛାତ୍ର କଂଗ୍ରେସ(ଏନ୍‌ଏସ୍‌ୟୁଆଇ) ସଭାପତି ନବନିତ୍‌ କୌରଙ୍କୁ ଗୁରୁବାର ଦଳରୁ ବହିଷ୍କାର କରାଯାଇଛି। ଏନେଇ ଏନ୍‌ଏସୟୁଆଇ...

ପାଣିଘେରରେ କେନ୍ଦୁଘାଟି

କେନ୍ଦୁଝର, ୨୩ା୯ (ସ୍ବ.ପ୍ର.)-ସରକାର ସମସ୍ତ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି। ଏପରିକି ବିଜୁ ସେତୁ ଯୋଜନାରେ ନଦୀନାଳରେ ପୋଲ ନିର୍ମାଣ କରି...

ଦଣ୍ଡ ଭୟ

ଆମ ସମାଜରେ ଦେଖାଯାଏ, ଅନେକେ ଅଭ୍ୟାସଗତ ଆଇନ ଭଙ୍ଗକାରୀ। ଛେପ ପକାଇବାକୁ ଯେଉଁଠି ବାରଣଥିବ, ସେଠାରେ ହିଁ ସେମାନେ ଛେପ ପକାଇବେ। କିନ୍ତୁ ତା’ ପାଖରେ...

୧୫୦ରୁ ଊର୍ଦ୍ଧ୍ୱ କେନ୍ଦୁଗଛ କାଟିଦେଲେ

ଯାଜପୁର ଅଫିସ/ ରଗଡି(ଡି.ଏନ.ଏ.),୨୧ା୭: କଟକ ବନଖଣ୍ଡ ଯାଜପୁର ରୋଡ ରେଞ୍ଜ ଅଧୀନ ପଛିକୋଟ ଡିପିଏଫ୍‌ (ଡିମାର୍କେଟେଡ ପ୍ରୋଟେକ୍ଟ ଫରେଷ୍ଟ) ଅଧୀନ କୋରାବନ୍ଦୀ ଓ ମଲାରିଆ ମଧ୍ୟ...

ୟୁକ୍ରେନ୍‌ରୁ ଫେରିଲେ ଡାକ୍ତରୀ ଛାତ୍ର ବିକାଶ

ଆଳି,୪ା୩(ଡି.ଏନ.ଏ.): ଯୁଦ୍ଧଭୂମି ୟୁକ୍ରେନ୍‌ରୁ ଓଡ଼ିଶା ଫେରିଛନ୍ତି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ତେଲିପାଟଣା ଗଁାର ଡାକ୍ତରୀ ଛାତ୍ର ବିକାଶ ବେହେରା। ବିକାଶ ବୁଧବାର ଭୁବନେଶ୍ୱର ବିମାନବନ୍ଦରରେ...

ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସବୁ ସରକାରୀ ଅଫିସ ବନ୍ଦ

ବଲାଙ୍ଗୀର ଅଫିସ,୧୭ା୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବି ନେଇ ଗୁରୁବାର ବଲାଙ୍ଗୀରରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ବଲାଙ୍ଗୀରର...

ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଯାଜପୁର ରୋଡ଼,୮।୧(ଡି.ଏନ୍‌.ଏ.): ଯାଜପୁର ରୋଡ଼ରୁ କଟକ ଯିବା ରାସ୍ତାରେ ପାଣିକୋଇଲି ନିକଟରେ ଶୁକ୍ରବାର ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା...

Advertisement
Archives

Model This Week