ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଚଢ଼ିଗଲା ଟ୍ରକ୍‌

ଗୋପ, ୨୮ା୧୨(ଡିି.ଏନ୍‌.ଏ):ଗୋପ-ବାଲିଘାଇ ରାସ୍ତାର ମଦରଙ୍ଗ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀ ଆଗରେ ସ୍ତ୍ରୀ ଉପରେ ଏକ ବାଲିବୋଝେଇ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତା ମହିଳା ହେଲେ କୋଣାର୍କ ଥାନା ଅଧୀନ ଖରାଗାଁ ତଳସାହି ଗ୍ରାମର ରବୀନ୍ଦ୍ର ଛାଟୋଇଙ୍କ ସ୍ତ୍ରୀ ଅହଲ୍ୟା ଛାଟୋଇ (୪୫)। ଏହି ଦୁର୍ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ଦୀର୍ଘ ୨ଘଣ୍ଟା ଧରି ଗୋପ-ବାଲିଘାଇ ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଅବରୋଧ ହଟିଥିଲା। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଜବତ ହୋଇଥିବାବେଳେ ଡ୍ରାଇଭର ଫେରାର ଥିବା ପୋଲିସ୍‌ କହିଛି।
ସୂଚନା ଅନୁଯାୟୀ, ରବୀନ୍ଦ୍ର ଏବଂ ଅହଲ୍ୟା ଗୋପ ଥାନା ଅଧୀନ ଓରୁଆଳି ଗ୍ରାମର ନଣନ୍ଦେଇ ଧନେଶ୍ୱର ସେନାପତିଙ୍କ ଘରକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୨ଟାରେ ଏକ ସ୍କୁଟି (ନଂ. ଓଡି ୦୨ ୱାଇ-୬୬୫୦) ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଅପରପାର୍ଶ୍ୱରୁ ଆସୁଥିବା ବାଲି ବୋଝେଇ ଟ୍ରକ୍‌ (ନଂ. ଓଡି ୧୪ଆର୍‌-୧୧୫୦) ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ରବୀନ୍ଦ୍ର ନିଜର ଭାରସାମ୍ୟ ହରାଇବାବେଳେ ପଛରେ ବସିଥିବା ଅହଲ୍ୟା ଓଲଟି ପଡ଼ିଥିଲେ। ଅହଲ୍ୟାଙ୍କ ମୁଣ୍ଡ ଉପରେ ଟ୍ରକ ଚଢ଼ିଯାଇଥିଲା। ଅହଲ୍ୟାଙ୍କୁ ରାସ୍ତା ଉପରୁ ଟେକି ଆଣି ଡାକ୍ତରଖାନା ନେବା ପାଇଁ ରବୀନ୍ଦ୍ର ଚେଷ୍ଟା କରିଥିଲେ ମଧ୍ୟ ଯାଇପାରି ନ ଥିଲେ। ତାଙ୍କ ଆଖି ସାମ୍ନାରେ ସ୍ତ୍ରୀଙ୍କ ଜୀବନ ଦୀପ ଲିଭିଯାଇଥିଲା। ପରେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ରାସ୍ତାରୋକୋ କରିଥିଲେ। ବଣିଆସାହିର ପୂର୍ବତନ ସରପଞ୍ଚ ନିରଞ୍ଜନ ଶଗଡ଼ିଆ ଏବଂ ପୋଲିସ ସେମାନଙ୍କୁ ବୁଝାଶୁୁଝା କରିଥିଲେ। ଗୋପ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ପରିବାରକୁ ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ: ଦାରିଙ୍ଗବାଡ଼ି କୃଷି କାର୍ଯ୍ୟାଳୟରେ କୃଷକଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡ଼ି,୪।୮(ଅରୁଣ ସାହୁ): କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଅଞ୍ଚଳରେ ଲଗାଣ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ପାଟଣା କଲେଜର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଜଗନ୍ନାଥ ମହାନ୍ତ

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତଥା ରିଡର ଜଗନ୍ନାଥ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

ତାତିଲେ ଛାତ୍ରୀଛାତ୍ର: ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଦାବିରେ ଚାଲି ଚାଲି ଗଲେ ବିଡ଼ିଓଙ୍କ ନିକଟକୁ, ତା’ପରେ…

ମୋରଡା,୪।୮(ସ୍ମାରକ ମାଜୀ): ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ତଥା ପୋକଯୁକ୍ତଖାଦ୍ୟ, ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର, ବିଦ୍ୟାଳୟରୁ ଜିନିଷ ନେଇ ନେବା ଆଦି ବିଭିନ୍ନ ଅଭିଯୋଗ ନେଇ ପ୍ରଧାନଶିକ୍ଷକଙ୍କ ବହିଷ୍କାର…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri