ସ୍ବାମୀଙ୍କ ଆତ୍ମହତ୍ୟା ପରେ ଏମିତି କହିଥିଲେ ରେଖା, ହନିମୁନ୍‌ରେ ସବୁ ଜାଣି ସାରିଥିଲି…

ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଫିଲ୍ମ କ୍ୟାରିୟର ସହ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ତାଙ୍କ ଫିଲ୍ମ ଜୀବନ ଯେତିକି ସଫଳ ବ୍ୟକ୍ତିଗତ ଜୀବନ ସେତିକି ସମସ୍ୟାରେ ପରିପୂର୍ଣ୍ଣ । ସେ ନିଜ ପରିବାରକୁ ଚଳାଇବା ପାଇଁ ଖୁବ କମ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ। ସେ ଜଣେ ସଫଳ ଅଭିନେତ୍ରୀ ଭାବରେ ଫିଲ୍ମ ଜଗତରେ ନିଜର ସ୍ଥାନ ସୃଷ୍ଟି କରିଥିଲେ । ସେ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲେ କିନ୍ତୁ ବାସ୍ତବ ଜୀବନରେ ତାଙ୍କର ପ୍ରେମ ଅସମ୍ପୂର୍ଣ୍ଣ ରହିଗଲା । ରେଖା ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ, ପ୍ରାୟ ୬ ମାସ ପରେ ସ୍ବାମୀ ତାଙ୍କ ଓଢ଼ଣିରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ଯାହାର ସମ୍ପୂର୍ଣ୍ଣ ଦୋଷ ରେଖାଙ୍କ ଉପରକୁ ଆସିଥିଲା। ସ୍ବାମୀଙ୍କ ମୃତ୍ୟୁର ବହୁ ଦିନ ପରେ ରେଖା ତାଙ୍କ ନୀରବତା ଭାଙ୍ଗି ଅନେକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ।

ଛାଡପତ୍ରକୁ ନେଇ ରେଖା ନୀରବତା ଭାଙ୍ଗିଥିଲେ

ଯେତେବେଳେ ମୁକେଶ ଅଗ୍ରୱାଲ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ, ସେତେବେଳେ ରେଖାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। କିନ୍ତୁ ରେଖା ଏହି ପ୍ରସଙ୍ଗରେ ଅଧିକ ସମୟ ଚୁପ ରହି ନ ଥିଲେ । ରେଖା ଏକ ବାର୍ତ୍ତାଳାପ ସମୟରେ କହିଥିଲେ, ‘ସର୍ବପ୍ରଥମେ ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ମୁକେଶ ଛାଡପତ୍ର କରିବାକୁ ଚାହୁଁଥିଲେ ମୁଁ ନୁହେଁ। ସେ ମୋ ଠାରୁ ଛାଡପତ୍ର ମାଗିଥିଲେ। ବୋଧହୁଏ ଆରେଞ୍ଜ ମ୍ୟାରେଜ ପାଇଁ ମୋର ତତ୍ପରତା ଠିକ ନଥିଲା। ଯେତେବେଳେ ଆମେ ଭାବୁ ଆମେ ପରସ୍ପର ପାଇଁ ତିଆରି ହୋଇ ନାହୁଁ, ତେବେ ସେହି ସମୟରେ ଅଲଗା ହେବା ଉଚିତ।

ସେ ଆହୁରି ମଧ୍ୟ କହିଥିଲେ ବିବାହର ଖୁବ କମ ସମୟ ମଧ୍ୟରେ ମୁଁ ତାଙ୍କ ପାଖେ ପାର୍ଥକ୍ୟ ଅନୁଭବ କରିଥିଲି। ଯେତେବେଳେ ଆମେ ହନିମୁନ ପାଇଁ ଲଣ୍ଡନ ଯାଇଥିଲୁ ସେତେବେଳେ ମୁଁ ଆମ ଭବିଷ୍ୟତ ସମ୍ପର୍କ ବିଷୟରେ ଜାଣି ସାରିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ କୁମାର କରୋନା ପଜିଟିଭ୍‌

ମୁମ୍ବାଇ,୪।୪: ବଲିଉଡ୍‌ ଅଭିନେତା ଖିଲାଡି ବୟ ଅକ୍ଷୟ କୁମାରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେି ଅକ୍ଷୟ ନିଜ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍‌...

ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଆସିଲେ ନୂଆ ଅତିଥି, ଫଟୋ ଶେୟାର କରି ଜଣାଇଲେ ପ୍ରଶଂସକଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଏବେ ନୂଆ ଅତିଥି ଆସିଛନ୍ତି। ଏନେଇ ପ୍ରିୟଙ୍କା ଫଟୋ ଶେୟାର କରି ତାଙ୍କ ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଅସଲ...

ଏହି ଅଭିନେତ୍ରୀଙ୍କ ନାମ ସହ ଅଛି ସଲ୍‌ମାନଙ୍କ କନେକ୍‌ଶନ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ...

ଡେଞ୍ଜର ଲୁକ୍‌ରେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ର ଆକ୍ସନ ମାଷ୍ଟର ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ନିଜ ଫିଲ୍ମର ଲୁକ୍‌ ଶେୟାର କରିବା ସହ ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା...

‘ଗଙ୍ଗୁବାଇ କଠିଆଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀଙ୍କ ଅପ୍‌ କମିଂ ଫିଲ୍ମ ‘ଗଙ୍ଗୁବାଇ କଠିଆଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ...

ଅନୁଷ୍କାଙ୍କ ହାତଧରି କ୍ଲିନିକ୍‌ ନେଇ ଗଲେ ବିରାଟ କୋହଲି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। କେବଳ ସୋସିଆଲ ମିଡିଆରେ ନୁହେଁ, ନିଜ...

ବଦଳି ଗଲେଣି କୁନି ଶ୍ରେୟା, ଏବେ ଚିହ୍ନିବା ମୁସ୍କିଲ

ବମ୍ବେ: ବଦଳିଗଲେଣି ଟେଲି ପରଦାର ଲୋକପ୍ରିୟ ଶୋ’ ‘କସୌଟି ଜିନ୍ଦେଗୀ କି’ରେ ନଜର ଆସିିଥିବା କୁନି ଝିଅ ଶ୍ରେୟା ଶର୍ମା। ତାଙ୍କୁ ଏବେ ୨୫ ବର୍ଷ।...

ନିର୍ମାଣ ହେବ ପାରିକରଙ୍କ ବାୟୋପିକ୍‌

ମୁମ୍ବାଇ,୧୪।୧୨: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଏଥିପାଇଁ...

Advertisement
Archives

Model This Week