ସ୍ବାଭିମାନ ଅଞ୍ଚଳରେ ମଣ୍ଡି ଉଦ୍‌ଘାଟନ ସମାବେଶ: କୃଷି ବିକାଶର ବାର୍ତ୍ତା ଦେଲେ କୃଷି ମନ୍ତ୍ରୀ

ଚିତ୍ରକୋଣ୍ଡା, ୨୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବଡ଼ପଡାଠାରେ ସୋମବାର ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ କରିଛନ୍ତି କୃଷିମନ୍ତ୍ରୀ ଡାକ୍ତର ଅରୁଣ କୁମାର ସାହୁ। ଏହି ଅବସରରେ ମନ୍ତ୍ରୀ ମାଣ୍ଡିଆର ଉପକାରିତା ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇବା ସହ ସ୍ବାଭିମାନ ଅଞ୍ଚଳରେ ଚାଷୀ ତଥା ଚାଷର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହରହ ଚିନ୍ତା କରୁଛନ୍ତି ବୋଲି ସେ କହିଥିଲେ। ଯେଉଁ ଅଞ୍ଚଳକୁ ଦିନେ ଲୋକ, ସରକାରୀ କର୍ମଚାରୀ ଆସିବାକୁ ଭୟ କରୁଥିଲେ ସେହି ସ୍ବାଭିମାନ ଅଞ୍ଚଳ ବିକାଶ ପାଇଁ ପ୍ରତି ମାସରେ ବିଭିନ୍ନ ବିଭାଗର ମନ୍ତ୍ରୀ ଆସି ପହଞ୍ଚୁଛନ୍ତି। ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ମନ୍ତ୍ରୀ ମତ ଦେଇଥିଲେ। ମାଣ୍ଡିଆ ଚାଷ ସହିତ ହଳଦୀ, ସୁଆଁ, କାଙ୍ଗୁ, ଖେରଜନା, ପରିବା ଓ ମାଛଚାଷ ଉପରେ ସ୍ବାଭିମାନ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ। ପରେ ସମସ୍ତ ଅଧିକାରୀ ହଳଦୀ ଚାଷ ଓ ଗୁରୁପ୍ରିୟା ବୁଲି ପରିଦର୍ଶନ କରିଥିଲେ। ବିଭିନ୍ନ ଉନ୍ନୟନମୂଳକ କାମ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୃଷି ବିଭାଗୀୟ ପ୍ରିନ୍‌ସିପାଲ ସେକ୍ରେଟାରି ଡାକ୍ତର ସୌରଭ ଗର୍ଗ, ଓଡିଶାର କୃଷି ବିଭାଗୀୟ ନିର୍ଦ୍ଦେଶକ ଡାକ୍ତର ଏମ୍‌. ମୁଥୁକୁମାର, କେବିକେ ପ୍ରଶାସକ ଏସ୍‌ପି ଠାକୁର, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଶିନରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ: ତଦନ୍ତ ଆରମ୍ଭ କଲେ ଅଧିକାରୀ

ଭଦ୍ରକ ଅଫିସ,୧୭।୪-ଭଦ୍ରକ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଜେସିବି ଦ୍ୱାରା କାମ କରାଯାଉଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ...

ଜବରଦଖଲ ଉଚ୍ଛେଦ ଦାବିରେ ଧାରଣା

ଜଳେଶ୍ୱର, ୧୦।୮-ଜଳେଶ୍ୱର ବ୍ଲକ ଆରୁହା ପଞ୍ଚାୟତର ନିମପୁର ଗ୍ରାମର ଶ୍ମଶାନ ଜାଗାକୁ ଗ୍ରାମ ବାହାରୁ ଆସିଥିବା କେତେକ ଆଦିବାସୀ ଅସ୍ଥାୟୀ ଚାଳିଆ କରି ରହିଛନ୍ତି। ଏହାକୁ...

ଦକ୍ଷତା ବୃଦ୍ଧି କର: ତଥାଗତ

ଭାପୁର,୮।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ ଭାପୁର ନିକଟ କୋଇଲିପଙ୍ଗି ସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜ ପରିସରରେ ରବିବାର ୯୦ ତମ ଦେବେନ୍ଦ୍ର ଶତପଥୀ...

ହାଣ୍ଡି ମାଠିଆ ଧରି ଧାରଣା, ସମସ୍ୟା ସମାଧାନ ନେଇ ଦାବିପତ୍ର

ଗୁଣପୁର,୧୨।୧(ଡି.ଏନ୍‌.ଏ.) – ରାୟଗଡା ଜିଲା ଗୁଣପୁର ସହର ମହିମା ନଗରଠାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏହା ବିରୋଧରେ ଲୋକମାନେ ମଙ୍ଗଳବାର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା...

୭୦ ବର୍ଷ ପରେ ସୁବର୍ଣ୍ଣ ନାଗାଭରଣ ବେଶ

ଢେଙ୍କାନାଳ ଅଫିସ, ୧୪।୮ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ ପୀଠ ପାଇଁ ଶୁକ୍ରବାର ଥିଲା ଐତିହାସିକ ଦିନ। କାରଣ ଦୀର୍ଘ ୭୦ବର୍ଷ ପରେ ଅନୁଷ୍ଠିତ ହୋଇଥିଲା...

ଅନନ୍ୟ ପରମ୍ପରା ବଏଲ ଯାତ୍ରା

କୋଲାବିରା,୮ା୧୦ (ଡି.ଏନ.ଏ.): କୋଲାବିରାର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ଦଶମୀ ତିଥିରେ ସମ୍ପନ୍ନ ହୋଇଛି। କରୋନା ପାଇଁ ଦୁଇବର୍ଷ ଧରି ଯାତ୍ରା...

ଇଶାନ କୁମାର ପାତ୍ର ଆଇଏଏନ୍‌ଏସ୍‌ ସଭାପତି

କଟକ ଅଫିସ,୯।୧୦: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଇଣ୍ଡିଆନ ଏକାଡେମୀ ଅଫ୍‌ ନ୍ୟୁରୋ ସାଇନ୍ସ (ଆଇଏଏନ୍‌ଏସ୍‌)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।...

ପ୍ରମୋଦ ସାହୁ ବରଖାସ୍ତ

ଭୁବନେଶ୍ୱର (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ, ୨୭-୧୧: କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ ସୋସାଇଟି ଲିଃ ସଭାପତି ପଦରୁ ପ୍ରମୋଦ ସାହୁଙ୍କୁ ବରଖାସ୍ତ କରାଯାଇଛି। ଆଇଏଏସ୍‌ ଅଧିକାରୀ ତଥା...

Advertisement
Archives

Model This Week