Posted inଜାତୀୟ

ସ୍ବାଭାବିକ ହେବ ମନ୍ତ୍ରଣାଳୟ କାର୍ଯ୍ୟ

ନୂଆଦିଲ୍ଲୀ,୧୩ା୪: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଜାରି ରହିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ଆସନ୍ତା ୧୪ ତାରିଖ ଯାଏ ରହିଛି। ଇତିମଧ୍ୟରେ ଓଡ଼ିଶା, ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ କର୍ନାଟକ ସରକାର ଲକ୍‌ଡାଉନ ମିଆଦକୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରିଛନ୍ତି। ହେଲେ କେନ୍ଦ୍ର ସରକାର ସାରା ଦେଶରେ ଏହି ତାଲାବନ୍ଦ ଅବଧିକୁ ବଢ଼ାଇବେ କି ନାହିଁ କିମ୍ବା ଅନ୍ୟ କ’ଣ ପଦକ୍ଷେପ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦେଶର କରୋନା ସ୍ଥିତିକୁ ନେଇ ଆଲୋଚନା କରିଥିଲେ। ଏହି ସମୟରେ ଅଧିକାଂଶ ରାଜ୍ୟ ପକ୍ଷରୁ ଲକ୍‌ଡାଉନ୍‌ ସମୟସୀମା ୨ ସପ୍ତାହ ବୃଦ୍ଧି ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ତେଣୁ ତାହାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିନେବେ ବୋଲି ମନେହେଉଛି। କିନ୍ତୁ ଏକ ଘରୋଇ ଟିଭି ଚ୍ୟାନେଲ ସୂତ୍ର ଅନୁଯାୟୀ, ୧୩ ତାରିଖ ଠାରୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନିଜ ନିଜ ମନ୍ତ୍ରଣାଳୟରେ ସୋମବାରଠାରୁ କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଥିବା ଜଣାପଡ଼ିଛି। ଏପରି କି ସାମାଜିକ ଦୂରତ୍ୱର ଗାଇଡ୍‌ଲାଇନକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଥିବା ଜଣାପଡ଼ିଛି। ସେହିପରି ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ସୋମବାରଠାରୁ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି। ମନ୍ତ୍ରଣାଳୟଗୁଡ଼ିକରେ ୨ୟ, ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀମାନେ ପାଳି କରି କାର୍ଯ୍ୟ କରିବେ।
ଲକ୍‌ଡାଉନ ଯୋଗୁ କୃଷକ ଓ ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପଦାନକାରୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ସରକାର ଏ ଦିଗରେ କେତେକ କଟକଣା କୋହଳ କରିଥିଲେ ମଧ୍ୟ ତାହା ସେମାନଙ୍କୁ ଆଶ୍ୱସ୍ତ କରିନାହିଁ। ଫଳରେ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଛି। ତେଣୁ ଏସବୁ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଓ କଟକଣାକୁ କୋହଳ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ଅନୁମତି ଦେବ। ବୃହତ୍‌ ଶିଳ୍ପଗୁଡିକ ପାଇଁ ସରକାର ସେଗୁଡ଼ିକର ଅଂଶୀଦାରମାନଙ୍କ ସହ ଆଲୋଚନା କରିବାକୁ ସ୍ଥିର କରିଛନ୍ତି। ଲକ୍‌ଡାଉନ ଯୋଗୁ ଶିଳ୍ପଗୁଡ଼ିକ ସଙ୍କଟରେ ପଡ଼ିଛନ୍ତି। ସେଗୁଡ଼ିକୁ ଏହି ସଙ୍କଟରୁ କିଭଳି ମୁକୁଳାଇହେବ ସେନେଇ ସରକାର ଚିନ୍ତା କରୁଛନ୍ତି। ଶିଳ୍ପସଂସ୍ଥାଗୁଡିକ ପାଇଁ କଟକଣା କୋହଳ ହେଲେ ଶ୍ରମିକ ଓ କର୍ମଚାରୀମାନେ ଉପକୃତ ହୋଇପାରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୂନ ଖଣିରେ ବିସ୍ଫୋରଣ: ୧୦ ମୃତ

କଡ଼ାପା, ୯।୫: ଆନ୍ଧ୍ରପ୍ରଦେଶର କଡାପାରେ ଥିବା ଏକ ଚୂନପଥର ଖଣିରେ ଶନିବାର ସକାଳେ ବିସ୍ଫୋରଣ ଘଟି ୧୦ ଶ୍ରମିକ ପ୍ରାଣ ହରାଇଛନ୍ତି। କଳସପାଡୁ ବ୍ଲକ୍‌ର ମାମିଲାପାଲେ...

ରହିଲାନି ମହଲତ ମୂଲ୍ୟ

ବେଙ୍ଗାଲୁରୁ,୨୦ା୭(ପି.ଟି.): କର୍ନାଟକ ବିଧାନସଭାରେ ଆସ୍ଥାଭୋଟ ପାଇଁ ଦୁଇଦିନ ଧରି ଚାଲିଥିବା କସରତ ଶେଷରେ ଅମୀମାଂସିତ ହୋଇ ରହିଯାଇଛି। ବାଚସ୍ପତି କେ.ଆର୍‌. ରମେଶ କୁମାର ସୋମବାର ଯାଏ...

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ୫୦ ବିଦ୍ୟାର୍ଥୀ କରୋନା ପଜିଟିଭ, ସମସ୍ତ ପରୀକ୍ଷା ସ୍ଥଗିତ

ଲକ୍ଷ୍ନୌ,୧୪ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର କାରଣ...

ଗଣପତି ଦର୍ଶନ ପାଇଁ ଶିନ୍ଦେଙ୍କ ଘରେ ସଲମାନ-ଶାହାରୁଖ…

ମୁମ୍ବାଇ,୨୫।୯ : ଆଗାମୀ ଚଳଚ୍ଚିତ୍ର ଟାଇଗର ବନାମ ପଠାନରେ ମୁଖ୍ୟ ଅଭିନେତା ଭାବରେ ଶାହରୁଖ ଖାନ ଏବଂ ସଲମାନ ଖାନ ପୁଣି ପରଦାରେ ଏକାଠି ହେବାକୁ...

ସୋମବାରଠାରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥଳ: ମାର୍ଗଦର୍ଶିକା ଜାରି

ମୁମ୍ବାଇ,୧୫।୧୧: ସୋମବାର ଠାରୁ ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।  ୬୫ ବର୍ଷ ବୟସରୁ...

୫ ଦିନ ହେଲା ଜଳୁଛି ଚାନ୍ଦନି ଚୌକର ଭାଗିରଥ ପ୍ୟାଲେସ ବଜାର, ଅପରେଶନରେ ଲାଗିଛନ୍ତି ୧୫୦ ଫାୟାର ଟେଂଡର୍ସ

ନୂଆଦିଲ୍ଲୀ,୨୯ ।୧୧: ରାଜଧାନୀ ଦିଲ୍ଲୀର ଚାନ୍ଦନି ଚୌକରେ ଥିବା ଭାଗିରଥ ପ୍ୟାଲେସ ବଜାରରେ ସୋମବାର ପର୍ଯ୍ୟନ୍ତ ବି ନିଆଁ ଲାଗିରହିଛି । ଏବେ ଜଳୁଥିବା ଦୋକାନ...

କରୋନା କଲା ରେକର୍ଡ: ୨୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦେଶରେ କରୋନା...

ଡିଆରଡିଓର ମାନବ ବିହୀନ ବୋଟ, ସାମୁଦ୍ରିକ ସୀମା ଉପରେ ରଖିବ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ,୬।୧୦ : ଦେଶର ବାୟୁ ମାର୍ଗ ସୀମା ଉପରେ ନଜର ରଖିବା ପାଇଁ ମାନବ ବିହୀନ ଡ୍ରୋନ ନିୟୋଜିତ କରାଯାଇଛି। ସେହିପରି ସାମୁଦ୍ରିକ ସୀମା ଉପରେ...

Advertisement
Archives

Model This Week