ସ୍ବର୍ଗଦ୍ୱାରରେ ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ ଅଫିସ, ୨୭ା୪: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ସଂଳାପ ଲେଖକ ତଥା ନାଟ୍ୟକାର ଡ. ବିଜୟ ମିଶ୍ରଙ୍କ ଶେଷକୃତ୍ୟ ସୋମବାର ସ୍ବର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ଅପରାହ୍ନରେ ତାଙ୍କ ମରଶରୀର ପୁରୀରେ ପହଞ୍ଚତ୍ବା ପରେ ପ୍ରଥମେ ଅନ୍ନପୂର୍ଣ୍ଣା ଥିଏଟର ପରିସରକୁ ନିଆଯାଇଥିଲା। ସେଠାରେ ଥିଏଟର କଳାକାରଙ୍କ ସମେତ ରଙ୍ଗଶାଳା ଓ ପୁରୀ ଡ୍ୟାନ୍ସ ଏକାଡେମୀର କଳାକାରମାନେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସ୍ବର୍ଗଦ୍ୱାରକୁ ମରଶରୀର ନିଆଯାଇଥିଲା। ସେଠାରେ ପ୍ରଶାସନିକ ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସ୍ବର୍ଗତ ମିଶ୍ରଙ୍କ ବଡ ପୁଅ ଅନୁପମ ମିଶ୍ର ମୁଖାଗ୍ନି ଦେଇଥିଲେ। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଆଡିଶନାଲ ଏସ୍‌ପି ଶାନ୍ତନୁ ଦାଶ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ରିଜର୍ଭ ଇନ୍ସପେକ୍ଟର ଚନ୍ଦ୍ରଶେଖର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଥାଉ କି, ଭୁବନେଶ୍ୱରର ଏକ ନର୍ସିଂହୋମ୍‌ରେ ରବିବାର ଡ. ମିଶ୍ରଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବସିବ ଛତିଶା ନିଯୋଗ ବୈଠକ: ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ହେବ ଆଲୋଚନା

ପୁରୀ ଅଫିସ,୪।୧୧: ଆସନ୍ତା ୧୦ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ସମୟରେ ପୁରୀ ଶ୍ରୀମନ୍ଦିର ଯାଇ...

ବିପଦ ବଢ଼ାଉଛି ବେଆଇନ ବ୍ଲାଷ୍ଟିଂ

ଢେଙ୍କାନାଳ ଅଫିସ, ୧୯।୨ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଆର୍ତ୍ତସାନ୍ତରାକାଟେଣୀ ଗ୍ରାମ ନିକଟରେ ଥିବା କଳାମୁଗୁନି ପଥର ଖାଦାନରେ ବେଆଇନ ବ୍ଲାଷ୍ଟିଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା...

ବିନା ଭିତ୍ତିଭୂମିରେ ଏସ୍‌ଏଚ୍‌ଜିର ଧାନ ସଂଗ୍ରହ

ଯାଜପୁର ଅଫିସ,୨୯ା୮: ଯାଜପୁର ଜିଲାରେ ଧାନ ସଂଗ୍ରହରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ସାମିଲ ବଢ଼ିଛି। ଗତ ୩ ବର୍ଷ ଅର୍ଥାତ୍‌ ୨୦୧୯-୨୦ରୁ ୨୦୨୧-୨୨...

ଜଳୁଛି ସଂରକ୍ଷିତ ଜଙ୍ଗଲ

ବାରିପଦା ଅଫିସ/ସାରସକଣା, ୨୨ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ନିଅଁା ଲାଗିବା ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହ ଓ ପବନର ବେଗ...

ଜେଲରେ ଥାଇ ସଙ୍ଗଠନ ଚଳାଉଛନ୍ତି ମାନସ

ଖୋର୍ଦ୍ଧା ଅଫିସ, ୩୦।୯: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ମାନବବାଦ ସଙ୍ଗଠନର ସମର୍ଥକମାନେ ପୁଣି ଆତଙ୍କରାଜ ଚଳାଇଥିବା ଅଭିଯୋଗ ହୋଇଛି। ଏ ନେଇ ଏକ...

ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରିରୁ ବହିଷ୍କୃତ

ବଡ଼ସାହି,୧୮।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ଓ ଶିଆଳିଘାଟି ଦୁଇ ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଧର୍ମା ସିଂଙ୍କୁ ବୁଧବାର...

ଶିକ୍ଷା ବ୍ୟବସ୍ଥାକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ସ୍କୁଲଗୁଡ଼ିକୁ ୫-ଟି ମଡେଲରେ କେବଳ ପାକିସ୍ତାନୀ ରଙ୍ଗ ବୋଳିଲେ ହେବନାହିଁ। ଶିକ୍ଷାର ମାନ ବଢ଼ାଇବାକୁ ପଡ଼ିବ। ଯେଉଁଠି ଶିକ୍ଷା ନାହିଁ ସେଠାରେ ସାମାଜିକ କିମ୍ବା...

ଜୋର୍‌ସୋରରେ ଚାଲିଛି ପୋଟଳ କାମ

ପୁରୀ ଅଫିସ, ୨୯ା୬: ଜୁଲାଇ ୪ରେ ଘୋଷଯାତ୍ରା। ଶ୍ରୀନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ରଥକାମ। ଗୁରୁବାର ତୃତୀୟ ଭୂଇଁ କାଠ ଉଠି ବଡ଼ ଥାଳି...

Advertisement
Archives

Model This Week