ସ୍ବତନ୍ତ୍ର କୋଭିଡ-୧୯ ହସ୍‌ପିଟାଲ ଲାଗି ପ୍ରସ୍ତାବ

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ରାଜ୍ୟରେ କରୋନା ଭୂତାଣୁ (କୋଭିଡ୍‌-୧୯)କୁ ରୋକିବା ଓ ସଂକ୍ରମିତ ରୋଗୀଙ୍କ ନିମନ୍ତେ ଏକ ସ୍ବତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଛନ୍ତି। ମନ୍ତ୍ରୀ ସ୍ବାଇଁ ତାଙ୍କ ପ୍ରସ୍ତାବରେ ଦର୍ଶାଇଛନ୍ତି ଯେ, ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ରହିଛି। ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଧିକ କରୋନା ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଏକ ସ୍ବତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ସ୍ଥାପନ କରାଯାଇ ପାରିଲେ ଭଲ। କରୋନା ସଂକ୍ରମଣକୁ ସହଜରେ ରୋକାଯାଇ ପାରିବ। ଜୟଦେବ ବିହାର ନିକଟରେ ହସ୍‌ପିଟାଲ୍‌ର ସମସ୍ତ ସୁବିଧା ଥାଇ ବନ୍ଦ ହୋଇ ପଡ଼ିଥିବା ଏକ ବହୁତଳ କୋଠାକୁ ସହଜରେ ଏକ ପୂର୍ଣ୍ଣାଙ୍ଗ କୋଭିଡ୍‌ ହସ୍‌ପିଟାଲ୍‌ରେ ପରିଣତ କରାଯାଇପାରିବ ବୋଲି ସ୍ବାଇଁ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅନୁମତିରେ ଚାଲିଛି ଶତାଧିକ ବିଦ୍ୟାଳୟ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଅର୍ଗାନାଇଜେଶନ୍‌ ଅଫ୍‌ ପ୍ୟାରେଣ୍ଟ ଆସୋସିଏଶନ୍‌ ଫୋରମ୍‌ (ଓପାଫ୍‌) ତରଫରୁ ଘରୋଇ ବିଦ୍ୟାଳୟଗୁଡ଼ିକରେ ମନମୁଖି କାର୍ଯ୍ୟକଳାପ, ଗଣଶିକ୍ଷା ବିଭାଗର ନୀରବତା ଓ ସିବିଏସ୍‌ଇର ସ୍ଥାଣୁତା...

ରାସ୍ତାରେ ପାର୍କିଂ କଲେ ଗାଡ଼ି ଟେକିନେବ ପୋଲିସ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଯେତେ ନିୟମ ହେଉଛି, ଗାଡ଼ି ଚାଳକ ସେତେ ଅମାନିଆ ହେଉଛନ୍ତି। ଫଳରେ ସ୍ମାର୍ଟସିଟି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।...

କୋଟାରୁ ଆସିଥିବା ପିଲାଙ୍କୁ ଯାଞ୍ଚ ପରେ ପଠାଗଲା କ୍ୱାରାଣ୍ଟାଇନ୍‌ରେ

ଶାହଜହାଁପୁର,୨୩।୪: ଉତ୍ତରପ୍ରଦେଶରେ ରାଜସ୍ଥାନ କୋଟାରୁ ଫେରିଥିବା ସମସ୍ତ ପିଲାଙ୍କ ରାପିଡ୍‌ ଟେଷ୍ଟ କରାଯାଇ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ପଠାଯାଇଛି। କୋଟାରୁ ଉତ୍ତରପ୍ରଦେଶର ସହାରାନପୁରକୁ ଆସିଥିବା...

୬ ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପାଇଁ ଆଜି ସାକ୍ଷାତ୍‌କାର

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ଓଡ଼ିଶାରେ ଖାଲି ପଡ଼ିଥିବା ୬ ବିଶ୍ୱବିଦ୍ୟାଳୟ କୁଳପତି ପଦବୀ ପୂରଣ ପାଇଁ ସୋମବାର ପ୍ରାର୍ଥୀମାନଙ୍କ ସାକ୍ଷାତ୍‌କାର ଅନୁଷ୍ଠିତ ହେବ। କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ...

କଟକ: ସନ୍ଧ୍ୟା ୭ରୁ ସକାଳ ୭ ସବୁ ବନ୍ଦ

କଟକ ଅଫିସ,୭ା୫: କଟକରେ ବୁଧବାର ଠାରୁ ଲାଗୁ ହୋଇଛି କର୍ଫ୍ୟୁ ଭଳି ପରିସ୍ଥିତି। ସନ୍ଧ୍ୟା ୭ଟା ପରେ ସାଧାରଣ ଚଳପ୍ରଚଳ ଉପରେ କଡ଼ା କଟକଣା ଲାଗିଛି।...

୬ ଶ୍ରମିକ ହାଟର ପୁନରୁଦ୍ଧାର ହେବ

ଭୁବନେଶ୍ୱର, ୭।୧୧ (ବ୍ୟୁରୋ): ଶ୍ରମିକ ହାଟକୁ ମିଳିବ ଛାତ। ସ୍ଥାୟୀ ବିଶ୍ରାମ ଘରେ ପଙ୍ଖା ସହିତ ବିଶୁଦ୍ଧ ପାନୀୟ ମଧ୍ୟ ମିଳିବ। ପ୍ରାଥମିକ ଭାବେ ରାଜଧାନୀ...

ଗଞ୍ଜାମ ବ୍ଲକ କୁ ମୁସଲମାନ ପଶିଆସିଥିବା ଆଶଙ୍କା:ସୂଚନା ପାଇଲେ ପ୍ରଶାସନ କୁ ଜଣାଇବା ପାଇଁ ଅନୁରୋଧ

ଗଞ୍ଜାମ ୪ ।୪(ଡିଏନଏ )ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ କିଛି ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତି ଗଞ୍ଜାମ ବ୍ଲକ ଅଂଚଳ କୁ ପଶିଆସିଥିବା ପ୍ରଶାସନ...

ତାମିଲନାଡୁରେ ଅଟକିଥିବା ଶ୍ରମିକଙ୍କୁ ଫେରାଇବାକୁ ଉଦ୍ୟମ

ଭୁବନେଶ୍ୱର,୧।୫(ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ ଜାରି ରହିଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ରାଜ୍ୟ ସରକାର ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।...

Advertisement
Archives

Model This Week