ସ୍ନାନଯାତ୍ରା ପାଇଁ ମୁତୟନ ହେବେ ୩୮ ପ୍ଲାଟୁନ୍‌ ଫୋର୍ସ

ପୁରୀ ଅଫିସ,୪।୬: ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏଥର ବିନା ଭକ୍ତରେ ସ୍ନାନଯାତ୍ରା ହେବା ନେଇ ଯଦିଓ ନିଷ୍ପତ୍ତି ହୋଇଛି, ତଥାପି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ନାନ ଯାତ୍ରା ପାଇଁ ମୋଟ ୩୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ ବୋଲି ଗୁରୁବାର ପୋଲିସ ରିଜର୍ଭ ଅଫିସରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଆଇଜି ଆଶିଷ ସିଂହ ଏହି ସୂଚନା ଦେଇଛନ୍ତି। ସ୍ନାନଯାତ୍ରା ଲାଗି ୨ କମାଣ୍ଡାଣ୍ଟ, ୬ଜଣ ଏଏସ୍‌ପି, ୧୬ ଡିଏସ୍‌ପି, ୪୪ଜଣ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ। ପୋଲିସ କର୍ମଚାରୀମାନେ ୨୪ ଘଣ୍ଟିଆ ଡ୍ୟୁଟି କରିବେ। ନିରବିଚ୍ଛିନ୍ନ ଡ୍ୟୁଟି କାର୍ଯ୍ୟ ଥିବାରୁ ସେମାନଙ୍କ ୪ଟା ସିଫ୍ଟ କରାଯାଇଛି। ଏହାଛଡ଼ା ୧୪୪ ଧାରାକୁ କଡ଼ାକଡ଼ି ପାଳନ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ସିସିଟିଭି ଲାଗିଥିବା ବେଳେ ୨୦ କ୍ୟାମେରାରେ ଭିଡିଓଗ୍ରାଫି କରାଯିବ ବୋଲି ସେ କହିଛନ୍ତି। ତେବେ ଗୁରୁବାର ରାତି ୧୦ଟାରୁ ଶନିବାର ଭୋର ୨ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଞ୍ଚଳରେ ୧୪୪ ଧାରା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ: ଶବ୍ଦ ପ୍ରଦୂଷଣ ଉପରେ ଲାଗିବ ଲଗାମ

ବାଲେଶ୍ୱର ଅଫିସ, ୨୧।୯-ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଶୁକ୍ରବାର ସ୍ଥାନୀୟ ଗାନ୍ଧୀସ୍ମୃତି...

ଆଜିଠୁ ଓଜେଇଇ

ଭୁବନେଶ୍ୱର,୪।୭(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସୋମବାରଠାରୁ ଆରମ୍ଭ ହେବ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଦୈନିକ ତିନୋଟି ଶିଫ୍ଟରେ ଏହି ପରୀକ୍ଷା ଚାଲିବ।...

ଘରୋଇ ହସ୍ପିଟାଲକୁ ମାଗଣାରେ ଟିକା

ଭୁବନେଶ୍ୱର,୭ା୫(ବ୍ୟୁରୋ):ସମଗ୍ର ଦେଶ ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି। କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଟିକା ନେବା ପାଇଁ ଲୋକମାନେ ବ୍ୟାକୁଳ ହେଉଛନ୍ତି। ଏହାକୁ...

ଧନୀଙ୍କୁ ବାଦ୍‌ ଦେଇ ଗରିବଙ୍କୁ ସାମିଲ କର

ବଲସକୁମ୍ପା,୩୦ା୧(ଡି.ଏନ୍‌.ଏ.): ଖଜୁରିପଡ଼ା ବ୍ଲକରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଧନୀ ଶ୍ରେଣୀର ଲୋକଙ୍କ ନାମ ଆବାସ ଯୋଜନାରେ ସାମିଲ କରାଯାଇଥିବାରୁ ବ୍ଲକ...

ଉପଖଣ୍ଡରେ ବଢୁଛି ଚୋରା ମଦ କାରବାର

ବଇଣ୍ଡା,୨୧ା୫ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଚୋରା ମହୁଲି ମଦ କାରବାର ବୃଦ୍ଧି ପାଇଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଠିକ୍‌ ଭାବେ ଚଢ଼ାଉ...

ଆଂଗ୍‌ଠି ନାଇଁ ଲେଖାପଢ଼ା କରମି କେନ୍‌ତା: ମୋର ଜୀବନ୍‌ଟା ମାଏଟ୍‌ କରିଦେଲା

ମନମୁଣ୍ଡା, ୧୬।୫ (ଡି.ଏନ.ଏ)-  ସବୁ ଛୁଆ ଛୋଟବେଲେ ଖାଇପିଇ ଖେଲକୁଦ କରସନ୍‌। ସ୍କୁଲରେ ପାଠ୍‌ପଢ଼ା ବାହାରେ ସାଂଗସରସାକର  ସଂଗେ ମିଶି ହସି ମଜାକ୍‌ରେ ସମିଆ ବିତାସନ୍‌।...

ପ୍ରେମ ବିବାହକୁ ବିରୋଧ କରି ହତ୍ୟା ଉଦ୍ୟମ ଅଭିଯୋଗ: ଶଳାଙ୍କ ଟାଙ୍ଗିଆ ଚୋଟରେ ଭିଣୋଇ ଗୁରୁତର

ପରଜଙ୍ଗ, ୨ା୫(ଡି.ଏନ.ଏ.)- ପରିବାରର ବିନା ସ୍ବୀକୃତିରେ ପ୍ରେମ ବିବାହ କରିଥିବା ଯୋଗୁ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଳଦା ଗ୍ରାମର...

ଆଉନାହାନ୍ତି ସୁନାମଧନ୍ୟ ସଂଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ବର,୧୭୲୪( ବ୍ୟୁରୋ):ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ତଥା ଗୀତିକାର ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି। ରବିବାର ଭୁବନେଶ୍ବରର ସତ୍ୟ ନଗରସ୍ଥିତ ବାସଭବନରେ...

Advertisement
Archives

Model This Week