Posted inଜାତୀୟ

ସ୍ତ୍ରୀଙ୍କୁ ରାଜନୀତିକୁ ଆଣିବାରୁ ଶତ୍ରୁତା

ଲକ୍ଷ୍ନୌ,୨।୮ (ଆଇଏଏନ୍‌ଏସ୍‌):୨୦୧୮ ଏପ୍ରିଲ ୮ରେ ଉନ୍ନାଓ ବଳାତ୍କାର ପୀଡ଼ିତା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରୀ ବାସଭବନ ଆଗରେ ଆମତ୍ଦାହ ଉଦ୍ୟମ କରି ନ ଥିଲେ କୁଲଦୀପ ସିଂ ସେନ୍‌ଗର ଉତ୍ତରପ୍ରଦେଶ ବିଧାନସଭାର ୪୦୩ ବିଧାୟକଙ୍କ ମଧ୍ୟରୁ ଜଣେ ହୋଇ ରହିଯାଇଥାନ୍ତେ। ପ୍ରଥମେ କୁଲଦୀପଙ୍କ ଭାଇ ଅତୁଲ ସିଂ ସେନ୍‌ଗର ପୀଡ଼ିତାଙ୍କ ବାପାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ସେ ପୋଲିସ ହାଜତରେ ଆଖି ବୁଜିଦେବା ପରେ ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା। ଫଳରେ ଏପ୍ରିଲ ୧୩ରେ ଯୋଗୀ ସରକାର ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଥିଲେ।
କୁଲଦୀପ ସେନ୍‌ଗର କଂଗ୍ରେସରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ହେଁ ୨୦୦୨ରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ରେ ଯୋଗଦେଇ ଉନ୍ନାଓ ସଦର ଆସନରୁ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ। ପରେ ସେ ସମାଜବାଦୀ ପାର୍ଟି (ଏସ୍‌ପି)ରେ ସାମିଲ ହୋଇ ୨୦୦୭ ନିର୍ବାଚନରେ ବାଙ୍ଗରମୌ ଆସନରେ ଜିତିଥିଲେ। ୨୦୧୨ରେ କୁଲଦୀପ ଉନ୍ନାଓ ଜିଲା ଭଗଓ୍ବନ୍ତ ନଗର ଆସନରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଗୋଟିଏ ଜିଲାର ୩ଟି ଆସନରେ ଲଢ଼ି କ୍ରମାଗତ ଭାବେ ନିର୍ବାଚିତ ହେବା କୁଲଦୀପ ସେନ୍‌ଗରଙ୍କ ଶକ୍ତିର ପ୍ରମାଣ ଦିଏ। ଏସ୍‌ପି ପ୍ରତିଷ୍ଠାତା ମୁଲାୟମ୍‌ ସିଂ ଯାଦବ ଦଳରୁ ବାହାରିଯିବା ପରେ କୁଲଦୀପ ଭାଜପାରେ ମିଶିଥିଲେ। ସେ ୨୦୧୭ ବିଧାନସଭା ନିର୍ବାଚନରେ ବାଙ୍ଗରମୌ ଆସନରୁ ଭାଜପା ଟିକେଟରେ ବିଜୟୀ ହୋଇଥିଲେ। ହେଲେ ତାଙ୍କ ବିରୋଧରେ ଆସିଥିବା ବଳାତ୍କାର ଅଭିଯୋଗ ସମସ୍ତଙ୍କୁ ଚକିତ କରିଦେଇଥିଲା। ବିଶେଷକରି କୁଲଦୀପଙ୍କୁ ଜଣେ ଲୋକପ୍ରିୟ ତଥା ସମ୍ବେଦନଶୀଳ ନେତା ବୋଲି ବିଚାର କରୁଥିବା ଲୋକେ ତାଙ୍କୁ ଘୃଣା କରିବା ଆରମ୍ଭ କରିଦେଲେ। ବଳାତ୍କାର ପୀଡ଼ିତାଙ୍କ ବାପା କୁଳଦୀପଙ୍କ ଘନିଷ୍ଠ ସହଯୋଗୀ ଥିଲେ ଓ ଉଭୟଙ୍କ ପରିବାର ମଧ୍ୟରେ ସୁସମ୍ପର୍କ ଥିଲା। କୁଲଦୀପ ତାଙ୍କ ସ୍ତ୍ରୀ ସଙ୍ଗୀତା ସେନ୍‌ଗରଙ୍କୁ ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ମଇଦାନକୁ ଛାଡ଼ିବା ପରେ ଦୁଇ ପରିବାର ମଧ୍ୟରେ ମତାନ୍ତର ଦେଖାଦେଇଥିଲା। କାରଣ ପୀଡ଼ିତାଙ୍କ ପରିବାର ତାଙ୍କ ମା’ ନିର୍ବାଚନ ଲଢ଼ନ୍ତୁ ବୋଲି ଚାହୁଁଥିଲେ। ସଙ୍ଗୀତା ଅନାୟାସରେ ବିଜୟୀ ହେବା ପରେ ବିବାଦ ବଢ଼ିବାରେ ଲାଗିଥିଲା। ୨୦୧୭ରେ କୁଲଦୀପ ଚତୁର୍ଥଥର ପାଇଁ ନିର୍ବାଚନରେ ବିଜୟୀ ହେବା ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ସେହିପରି ନିର୍ବାଚନମଣ୍ଡଳୀରେ ଦୁଇଟି ଠିକା ବଣ୍ଟନକୁ ନେଇ ମଧ୍ୟ ସେମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ବିଧାୟକ କୁଲଦୀପ ସେନ୍‌ଗର ଭାଜପାରୁ ବହିଷ୍କୃତ

ନୂଆଦିଲ୍ଲୀ,୧ା୮(ପି.ଟି./ଆଇଏଏନ୍‌ଏସ୍‌)ଚାରିଆଡ଼ୁ କଡ଼ା ସମାଲୋଚନାର ଶିକାର ହେବା ପରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲା ବାଙ୍ଗରମୌ ବିଧାୟକ କୁଲଦୀପ ସିଂ ସେନ୍‌ଗରଙ୍କୁ ଦଳରୁ ବହିଷ୍କାର କରିଛି ଭାଜପା। ଦୁଇବର୍ଷ ତଳେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ଗତ ରବିବାର ପରିବାରର ଦୁଇ ସଦସ୍ୟଙ୍କୁ କୁଳଦୀପ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାରା ଦେଶରେ ସ୍ବର ଉଠିଥିଲା। ସେନ୍‌ଗରଙ୍କ ଏହି କାରନାମାକୁ ନେଇ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଯୋଗୀଙ୍କ ସୁପାରିସ କ୍ରମେ କେନ୍ଦ୍ର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଛି। ବଳାତ୍କାର ମାମଲାରେ ଚାରି ଥର ବିଧାୟକ ଥିବା କୁଲଦୀପଙ୍କୁ ଗତବର୍ଷ ଏପ୍ରିଲ ୧୩ରେ ଗିରଫ କରାଯାଇଥିଲା। ତାଙ୍କୁ ଭାଜପାରୁ ବିଦା କରାଯିବା ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍‌ କରିଛନ୍ତି, ଭାଜପା ଜଣେ ଅପରାଧୀଙ୍କୁ ସଶକ୍ତ କରିଥିଲା ବୋଲି ସ୍ବୀକାର କରିଛି। ଏହାସହ ଶେଷରେ ନିଜକୁ ସୁଧାରିବା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ସେହିପରି ସମାଜବାଦୀ ପାର୍ଟି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?