ସ୍କୁଲ ପରିଦର୍ଶନ ବେଳେ ଡିଇଓ ଖପ୍ପା

ବନ୍ତଳା, ୧୫ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ସଚ୍ଚିଦାନନ୍ଦ ବେହେରା ଶନିବାର ବନ୍ତଳା ଅଞ୍ଚଳର ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟଗୁଡିକୁ ଯାଇ ଛାତ୍ରୀଛାତ୍ରଙ୍କୁ ପାଠ ପଚାରିବା ସହ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ହେଲେ କେତେକ ପ୍ରଶ୍ନର ଉତ୍ତର ନ ପାଇ ଶିକ୍ଷା ଅଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ।
ପ୍ରଥମେ ଡିଇଓ ନନ୍ଦପୁର ୟୁପି ସ୍କୁଲ, ପରେ କଳିଙ୍ଗ ହାଇସ୍କୁଲ, ନନ୍ଦପୁର ଓ କରତପଟା ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ହେଲେ ଅଧିକାଂଶ ପିଲା ଏବିସିଡି ମଧ୍ୟ କହି ପାରୁ ନ ଥିବା ସହ ଅନେକେ ବହି ପଢିପାରି ନ ଥିଲେ। ଶିକ୍ଷକ କଳାପଟାରେ ଲେଖୁଥିବା ପାଠ ଅନେକେ ବୁଝି ପାରୁ ନ ଥିବା ଡିଇଓ ଦେଖିବାକୁ ପାଇଥିଲେ। ଅନ୍ୟପକ୍ଷରେ ସ୍କୁଲରେ କେତେ ଛାତ୍ରୀଛାତ୍ର ଉପସ୍ଥିତ ରହୁଛନ୍ତି ସେ ବିଷୟରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ନ କହିପାରିବାରୁ ଡିଇଓ ଖପ୍ପା ହୋଇଥିଲେ। ସେହିପରି ପାଇଖାନା, ନିଆଁ ଲିଭା ଯନ୍ତ୍ର, ଲେଶନ ପ୍ଲାନ, ଫ୍ୟାନ, ଲାଇଟ ଆଦି ବୁଲି ଦେଖିଥିଲେ। ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ଏହାର ମାନ ପରୀକ୍ଷା କରିଥିଲେ। ସେଠାରୁ ପୋକତୁଙ୍ଗା ସରକାରୀ ହାଇସ୍କୁଲ ଓ ପାଟଣାସାହି ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ଏଥିସହ ଶିକ୍ଷାଦାନର ମାନ ବଢାଇ ଠିକ୍‌ ଭାବେ ପାଠ ପଢାଇବାକୁ ଶିକ୍ଷା ଅଧିକାରୀ ବେହେରା ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ତାଗିଦ୍‌ କରିଥିଲେ। ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ କେଦାର ବେହେରା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆପକାକୁ ନେଇ ବିବାଦ: ଡ୍ରାଇଭରଙ୍କୁ ବାନ୍ଧିଲେ, ଗାଡ଼ି ଅଟକ ରଖିଲେ

ଅନୁଗୋଳ ଅଫିସ, ୧୨।୯- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କଲୋନୀ ପଛପଟେ ପୌରପାଳିକା ଟ୍ରାକ୍ଟର ଅଳିଆ ପକାଇବାକୁ ନେଇ ବୁଧବାର ସୃଷ୍ଟି ହୋଇଥିଲା ବିବାଦ। କଲୋନୀବାସୀ...

ସମର୍ଥନ ଯୋଗାଡ଼ରେ ବ୍ୟସ୍ତ ବିଜେଡି, ଭାଜପା

ଛେଣ୍ଡିପଦା,୬।୩(ସ୍ବ.ପ୍ର.) ସପ୍ତାହେ ପରେ ଅର୍ଥାତ୍‌ ଆସନ୍ତା ୧୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ଏହାକୁ ନେଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ରାଜନୀତି ଜୋର୍‌ଧରିଛି।...

ଆଜିଠାରୁ ମାଟ୍ରିକ ଖାତାଦେଖା

ଅନୁଗୋଳ ଅଫିସ, ୨୧।୫ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଅନୁଷ୍ଠିତ ମାଟ୍ରିକ ପରୀକ୍ଷା ଖାତାଦେଖା କାର୍ଯ୍ୟ ଶନିବାରଠାରୁ ଆରମ୍ଭ ହେବ। ଅନୁଗୋଳ ହାଇସ୍କୁଲ କେନ୍ଦ୍ରରେ...

ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ସଚେତନତା ବୈଠକ: ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଅଭିଯୋଗ ପାଇଁ ଆହ୍ବାନ

ଅନୁଗୋଳ ଅଫିସ, ୨୨।୯ – ସମାଜର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ହଟାଇ ଲୋକମାନଙ୍କୁ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଲୋକାୟୁକ୍ତ ଅଧିନିୟମ...

୪ ଘଣ୍ଟା ଯାତାୟାତ ବାଧାପ୍ରାପ୍ତ

ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଦେବଗଡ଼-ଅନୁଗୋଳ ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ଶିମିଳିସାହି ଠାରେ ସୋମବାର ଭୋର ୪ଟାରୁ...

ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ; କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟର ସମୀକ୍ଷା

ଅନୁଗୋଳ ଅଫିସ, ୧୨।୧୨:  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ହରପ୍ରସାଦ ପଟ୍ଟନାୟକ, ନର୍ସିଂ ନିର୍ଦ୍ଦେଶକ ଡାକ୍ତର ସୁଶୀଲ କୁମାର କର ଓ...

ଦୃଷ୍ଟି ଆଢୁଆଳରେ ମା’ ଝାରୀ କୁଆଁଦେଈ ପୀଠ: ଉନ୍ନତୀକରଣ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

ଛେଣ୍ଡିପଦା, ୩୦।୧୧(ସ୍ବ.ପ୍ର.) ମନୋରମ ପରିବେଶ, ଉଷ୍ମ ପ୍ରସ୍ରବଣ, ଜନ ସାଧାରଣଙ୍କ ସମାଗମ ଲାଗି ରହିବା ସତ୍ତ୍ୱେ ପର୍ଯ୍ୟଟନ ବିଭାଗ ତଥା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଅନୁଗୋଳ...

ଅଳ୍ପ ଦେଇ ମାଗୁଛନ୍ତି ଅଧିକ ଅର୍ଥ

ପାଲଲହଡା,୨୯ା୮: କରୋନା ମହାମାରୀ ସମୟରେ ହ୍ରାସ ପାଇଛି ରୋଜଗାର। ବ୍ୟାପକ ଛଟେଇ ସହ କର୍ମନିଯୁକ୍ତି ଅଭାବରୁ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି ଯୁବପିଢ଼ି। ତେଣୁ ଅଭାବ ମେଣ୍ଟାଇବାକୁ...

Advertisement
Archives

Model This Week