ସ୍କୁଲ ଛୁଟି ଅବଧି ବଢ଼ିବା ଖବର ଗୁଜବ: ଗଣଶିକ୍ଷା ସଚିବ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ସ୍କୁଲ ଛୁଟି ବଢ଼ିନି। ଛୁଟି ଅବଧି ବଢ଼ିବା ନେଇ ଗଣଶିକ୍ଷା ବିଭାଗ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଏଭଳି ଖବର ଗୁଜବ ବୋଲି କୁହାଯାଇଛି। ସୋମବାର କିମ୍ବା ମଙ୍ଗଳବାର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। କିଛିଦିନ ହେବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଅବଧି ଘୁଞ୍ଚାଯାଇଥିବା ସୋସିଆଲ ମିଡିଆରେ ଗୁଜବ ହୋଇଥିଲା। ଏହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଥିଲା। ପ୍ରକୃତରେ ସ୍କୁଲ ଛୁଟି ବଢ଼ିଛି କି ନାହିଁ ତାହା ସ୍ପଷ୍ଟ ଜଣା ପଡ଼ି ନ ଥିଲା। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ ଏହି ଖବରକୁ ସତ ବୋଲି ଭାବି ନେଇଥିଲେ। ତେବେ ଏହି ଖବର ଗୁଜବ ବୋଲି ସଚିବ କହିଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ। ଗୁଜବ ଖବର ଶୁଣି ଛାତ୍ରୀଛାତ୍ର ତଥା ଅଭିଭାବକ ପ୍ରଭାବିତ ହେବା ଆବଶ୍ୟକ ନାହିଁ। ପୂର୍ବରୁ ୧୯ ଯାଏ ସ୍କୁଲ ଛୁଟି ରହିବ ବୋଲି ଘୋଷଣା ହୋଇଥିଲା। ସୂଚନାଯୋଗ୍ୟ ଗତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କିଛିଦିନ ପାଇଁ ଛୁଟି ବଢ଼ାଇ ଦିଆଯାଇଥିଲା। କିନ୍ତୁ ଚଳିତବର୍ଷ ତାତି ଓ ଗୁଳୁଗୁଳି ଜୋର ଥିଲେ ମଧ୍ୟ କିଛି ସ୍ଥାନରେ ପାଗ ଏବେ ଭଲ ରହିଛି। ତେଣୁ ଛୁଟି ବଢ଼ିବା ନେଇ ଏଯାଏ କୌଣସି ନିଷ୍ପତ୍ତି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧ା୭(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଗୁରୁବାର ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...

ମାସକ ଭିତରେ ୩ ଗୁଳିକାଣ୍ଡ: ବସ୍‌ ମାଲିକଙ୍କୁ ଗୁଳିମାଡ଼ ପରେ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର,୯।୩(ବ୍ୟୁରୋ): କମିଶନରେଟ ପୋଲିସ ଚାହିଁ ରହିଛି, ହେଲେ ରାଜଧାନୀରେ ତୁହାକୁ ତୁହା ଗୁଳି ଫୁଟୁଛି। ଅପରାଧିମାନେ ଦିନଦ୍ୱିପ୍ରହରରେ ସଂଘବଦ୍ଧ ଭାବେ ଅପରାଧ ଘଟାଉଥିଲେ ମଧ୍ୟ ପୋଲିସ...

କୋଭିଡ କଟକଣା ଭିତରେ ଟେଷ୍ଟିଂ: ୧୮ରୁ ଡିଏଲ, ୨୯ରୁ ଏଲ୍‌ଏଲ୍‌

ଭୁବନେଶ୍ୱର,୧୦ା୬ (ବ୍ୟୁରୋ)- ମହାମାରୀ କରୋନା ପାଇଁ ବନ୍ଦ ହୋଇଥିବା ଡିଏଲ ଓ ଏଲଏଲ ଟେଷ୍ଟିଂ ପୁଣିଥରେ ଆରମ୍ଭ ହେବ। ଏ ନେଇ ରାଜ୍ୟ ସଡକ ଓ...

ନନ୍ଦନକାନନରେ ଗାଇଡ୍‌ଙ୍କୁ କାମୁଡ଼ିଲା ଭାଲୁ

ବାରଙ୍ଗ,୨୮।୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ଅଘଟଣ ଦେଖିବାକୁ ମିଳିଛି। ଅପରାହ୍ନ ସମୟରେ ଭାଲୁ ସଫାରିରେ ଯାଇଥିବା ଜଣେ ଗାଇଡ୍‌ ଭାଲୁକୁ ଖାଦ୍ୟ ଦେଉଥିବାବେଳେ...

ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୭୫ କୁ ବୃଦ୍ଧି...

ଗାଁ ମଣ୍ଡପରେ ବୃଦ୍ଧଙ୍କ ଗଳା କାଟି ହତ୍ୟା

ପାଟପୁର,୫ା୮- ଗଞ୍ଜାମ ଜିଲା ପାଟପୁର ଥାନା ପ୍ରତାପଗିରି ଗ୍ରାମ କୋଠଘର ମଣ୍ଡପରୁ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଉକ୍ତ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର/ନୂଆଦିଲ୍ଲୀ,୨।୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମାନ୍ୟବର ସୁପ୍ରିମକୋର୍ଟ ଏହି ମାମଲାରେ ରାୟକୁ ସଂରକ୍ଷିତ ରଖିଛନ୍ତି । ଉଭୟ ପକ୍ଷର...

ଯାଜପୁରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଦଶରଥପୁର ବ୍ଲକର ୫ ଗାଁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା, ମେ’ ୧୦ ଯାଏ ବଳବତ୍ତର

ଯାଜପୁର ଅଫିସ, ୨୬।୪- ଯାଜପୁର ଜିଲା ଦଶରଥପୁର ବ୍ଲକର ୩ଟି ପଞ୍ଚାୟତର ୫ ଗ୍ରାମକୁ ରବିବାର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଜିଲାପାଳ ରଞ୍ଜନ କୁମାର ଦାସ...

Advertisement
Archives

Model This Week