ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବୁଗୁଡ଼ା,୧୯ା୧୧(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ବେଲପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି ନେଇ ସୋମବାର ଉକ୍ତ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ସ୍କୁଲରେ ତାଲା ପକାଇବା ସହ ଏହାକୁ ସମର୍ଥନ କରି ଛାତ୍ରୀଛାତ୍ରମାନେ ମଧ୍ୟ ଧାରଣା ଦେଇଥିଲେ। ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା, ଶିକ୍ଷାଦାନରେ ଅବ୍ୟବସ୍ଥା ଏବଂ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମୁଖି କାରବାର ନେଇ ଗ୍ରାମବାସୀ ସ୍ଥାନୀୟ ବିଇଓଙ୍କୁ ଅବଗତ କରାଇଥିଲେ। ଏହା ପରେ କାର୍ଯ୍ୟାଳୟ ଏବିଇଓ ପୀତାମ୍ବର ବିଷୋୟୀ ଶନିବାର ଉକ୍ତ ବିଦ୍ୟାଳୟକୁ ଯାଇ ଶିକ୍ଷୟିତ୍ରୀ ଓ କମିଟିର ସଭ୍ୟମାନଙ୍କୁ ବୁଝାଇଥିଲେ। ହେଲେ ମଧ୍ୟ ଗ୍ରାମବାସୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ଦାବି କରିଥିଲେ। ତେଣୁ ସୋମବାର ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି ନେଇ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ଅପରପକ୍ଷେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମଧ୍ୟ ଗେଟ୍‌ ବାହାର ରାସ୍ତାରେ ବସି ଧାରଣା ଦେଇଥିଲେ। ଖବର ପାଇ ଘଟଣାସ୍ଥଳକୁ ବିଇଓ ରସାନନ୍ଦ କର, ବିଡିଓ ତନ୍ମୟ ପାତ୍ର, ବୁଗୁଡ଼ା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା, ତହସିଲଦାର ସଂଗ୍ରାମ କେଶରୀ ଜେନା ଯାଇ ଗ୍ରାମବାସୀ, ଅଭିଭାବକମାନଙ୍କୁ ବୁଝାଶୁଝା କରିଥିଲେ। ୪ ଜଣିଆ ଅଧିକାରୀଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇ ଏହାର ତଦନ୍ତ କରିବା ପାଇଁ ବିଇଓଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତଦନ୍ତକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ କହିଥିଲେ। ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡାଙ୍କୁ ପଚାରିବାରେ ତାଙ୍କୁ ବଦଳି କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁ ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା: ଚକଡ଼ି ଦେଲେ ଘୁଷୁରୀ ଚରାଇବାକୁ ଯାଇଥିବା ଯୁବକ, ପରେ…

ଦିଗପହଣ୍ଡି,୧|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ପୋଖରୀ ନିକଟରେ କେହି ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ହାତ ବୋମା ଖଞ୍ଜିଥିଲେ। ଉକ୍ତ…

ପୂର୍ବତନ ଏମପି ବାଳଗୋପାଳ ମିଶ୍ରଙ୍କୁ ଅସମ୍ମାନ ପ୍ରସଙ୍ଗ; କୋଶଲବାଦୀ ସଙ୍ଗଠନ ପକ୍ଷରୁ ଅଭିନଵ ପ୍ରତିବାଦ, ଚୌକି ଧରି…

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପୂର୍ବତନ ଏମ୍‌ପି ତଥା ବର୍ଷିୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ…

ଥାନାରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା ଅଭିଯୋଗ; ଦେହରେ ଗରମ ପାଣି ଢାଳି ଲଙ୍କାଗୁଣ୍ଡ ଫିଙ୍ଗିଦେଲେ, ଚାଲିଗଲା ଜୀବନ

କବିସୂର୍ଯ୍ୟନଗର,୧।୬(କୃପାସିନ୍ଧୁ ସ୍ବାଇଁ): କବିସୂର୍ଯ୍ୟନଗର ପୋଲିସ ନାଁରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଥାନା ଭିତରେ ଯୁବକଙ୍କୁ ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ଗୁରୁତର…

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଲେ ଜିଲାପାଳ, ତାଗିଦ୍‌ କରି ଅଧିକାରୀଙ୍କୁ କହିଲେ ଯଦି କିଛି ସମସ୍ୟା ଅଛି…

ଭଞ୍ଜନଗର,୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ସୋମବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡର ବିଭିନ୍ନ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ। ଏହି ସମୟରେ କିଛି…

ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତ ହେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର,୧।୬: ରାଜ୍ୟ ସଭା ଉପ-ନିର୍ବାଚନ ପାଇଁ ବିଧାନସଭା ସଚ୍ଚିବାଳୟ ପକ୍ଷରୁ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯାଇଛି।…

ଆଇପିଏଲ ବ୍ୟାଟିଂର ପର୍ଦ୍ଦାଫାଶ: ଦୋକାନୀଙ୍କୁ ବାନ୍ଧିଲା ପୋଲିସ

ସୁନ୍ଦରଗଡ଼, ୧।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅନଲାଇନ୍ ମାଧ୍ୟମରେ ଚାଲୁଥିବା ଆଇପିଏଲ କ୍ରିକେଟ ବେଆଇନ ବ୍ୟାଟିଂ ଉପରେ ପୋଲିସର ଚଢ଼ାଉ ଅଭିଯାନ…

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri