ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବୁଗୁଡ଼ା,୧୯ା୧୧(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ବେଲପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି ନେଇ ସୋମବାର ଉକ୍ତ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ସ୍କୁଲରେ ତାଲା ପକାଇବା ସହ ଏହାକୁ ସମର୍ଥନ କରି ଛାତ୍ରୀଛାତ୍ରମାନେ ମଧ୍ୟ ଧାରଣା ଦେଇଥିଲେ। ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା, ଶିକ୍ଷାଦାନରେ ଅବ୍ୟବସ୍ଥା ଏବଂ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମୁଖି କାରବାର ନେଇ ଗ୍ରାମବାସୀ ସ୍ଥାନୀୟ ବିଇଓଙ୍କୁ ଅବଗତ କରାଇଥିଲେ। ଏହା ପରେ କାର୍ଯ୍ୟାଳୟ ଏବିଇଓ ପୀତାମ୍ବର ବିଷୋୟୀ ଶନିବାର ଉକ୍ତ ବିଦ୍ୟାଳୟକୁ ଯାଇ ଶିକ୍ଷୟିତ୍ରୀ ଓ କମିଟିର ସଭ୍ୟମାନଙ୍କୁ ବୁଝାଇଥିଲେ। ହେଲେ ମଧ୍ୟ ଗ୍ରାମବାସୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ଦାବି କରିଥିଲେ। ତେଣୁ ସୋମବାର ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି ନେଇ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ଅପରପକ୍ଷେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମଧ୍ୟ ଗେଟ୍‌ ବାହାର ରାସ୍ତାରେ ବସି ଧାରଣା ଦେଇଥିଲେ। ଖବର ପାଇ ଘଟଣାସ୍ଥଳକୁ ବିଇଓ ରସାନନ୍ଦ କର, ବିଡିଓ ତନ୍ମୟ ପାତ୍ର, ବୁଗୁଡ଼ା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା, ତହସିଲଦାର ସଂଗ୍ରାମ କେଶରୀ ଜେନା ଯାଇ ଗ୍ରାମବାସୀ, ଅଭିଭାବକମାନଙ୍କୁ ବୁଝାଶୁଝା କରିଥିଲେ। ୪ ଜଣିଆ ଅଧିକାରୀଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇ ଏହାର ତଦନ୍ତ କରିବା ପାଇଁ ବିଇଓଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତଦନ୍ତକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ କହିଥିଲେ। ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡାଙ୍କୁ ପଚାରିବାରେ ତାଙ୍କୁ ବଦଳି କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମତସାବ୍ୟସ୍ତ କଲେ ତଥାଗତ

ଢେଙ୍କାନାଳ ଅଫିସ, ୨୩।୪-ଢେଙ୍କାନାଳ ଜିଲାରେ ଆରମ୍ଭ ହୋଇଛି ମତଦାନ। ଏଠାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନଷ୍ଠିତ ହେଉଥିବାବେଳେ ସବୁଠି ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି। କୁଞ୍ଜକାନ୍ତସ୍ଥିତ...

ଓଡ଼ିଶାର ଚାଷୀଙ୍କୁ ପିଏମ୍‌ କିଷାନ: ସମସ୍ତ ଯୋଗ୍ୟ ଚାଷୀ ପାଇବେ ଟଙ୍କା

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀ ପ୍ରଧାନମନ୍ତ୍ରୀ(ପିଏମ୍‌) କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବେ। ଏ ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ...

କଙ୍କଡ଼ାହାଡ଼ ଥାନା ଆଇଆଇସି ସସ୍‌ପେଣ୍ଡ

ଢେଙ୍କାନାଳ ଅଫିସ,୩୦ା୧: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ଗୁରୁବାର ସସ୍‌ପେଣ୍ଡ କରାଯାଇଛି। ଜଣେ ଅସହାୟା ମହିଳାଙ୍କ ଅଭିଯୋଗ ନ ରଖିବାରୁ...

ଈଶ୍ୱରଙ୍କ କଳାକୃତି: ୬୩୫ଟି ଦିଆସିଲି କାଠିରେ ନିର୍ମାଣ କଲେ ତିନି ରଥ, ଉଚ୍ଚତା ୩.୫ ଇଞ୍ଚ

ଭୁବନେଶ୍ୱର,୩।୭(ବ୍ୟୁରୋ): ଗୁରୁବାର ମହାପ୍ରଭୁଙ୍କ ଘୋଷଯାତ୍ରା। ଏହି ନବଦିନାତ୍ମକ ଯାତ୍ରା ପାଇଁ ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ପ୍ରତିଟି ଓଡ଼ିଆ ପ୍ରାଣର ଦେବତା...

ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ପୁରସ୍କାର

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ବତ ସାଧକ ଡ. ରାମଚନ୍ଦ୍ର...

୮ଘଣ୍ଟା ପରେ ଉଦ୍ଧାର ହେଲା ଭାଲୁ

ଝରିଗାଁ, ୧୧।୬: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅଧୀନ ରାଣୀଚଚରା ଗ୍ରାମକୁ ପଶି ଆସିଥିଲା ଶୁକ୍ରବାର ଏକ ଭାଲୁ। ଗ୍ରାମବାସୀ ଭାଲୁକୁ ଦେଖି...

ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଶାଖା ସ୍ଥାନାନ୍ତରଣକୁ ବିରୋଧ: ମିଳିତ କ୍ରିୟାନୁଷ୍ଠାନ କମିିିଟିର ଦାବିପତ୍ର

ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ସ୍ଥାନାନ୍ତରଣକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଶରଧାବାଲିରେ ଥିବା ଏହି ବ୍ରାଞ୍ଚକୁ ଖୋଡାସିଙ୍ଗି...

ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ

ଭୁବନେଶ୍ୱର, ୧।୩(ବ୍ୟୁରୋ): ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ବିଶେଷ କରି ଦହିବରା ଆଳୁଦମ ପାଇଁ...

Advertisement
Archives

Model This Week