ସୌରଶକ୍ତି ଚାଳିତ ହେବ ବିଧାନସଭା

ଭୁବନେଶ୍ୱର,୨।୬(ବ୍ୟୁରୋ): ଓଡିଶା ବିଧାନସଭା ସାୈରଶକ୍ତି ଚାଳିତ ହେବ। ବିଧାନସଭା ଛାତ ଉପରେ ସାୈର ଶକ୍ତି ପ୍ରକଳ୍ପ ସ୍ଥାପନ ହେବ। ଏନେଇ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ବିଧାନସଭାକୁ ସାୈର ଶକ୍ତି ଚାଳିତ କରାଯିବ ବୋଲି ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା)ଯୁଗ୍ମ ନିର୍ଦ୍ଦେଶକ ଅଶୋକ ଚାୈଧୁରୀ କହିଛନ୍ତି। ଏଥିରେ ୩୫ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପର କାର୍ଯ୍ୟ ଶାନ୍ତି ଆସୋସିଏଟକୁ ଦିଆଯାଇଛି। ଛାତର ବର୍ଗ ଅନୁଯାୟୀ ୯୦କିଲୋୱାଟ୍‌ର ପ୍ଲାଣ୍ଟ ସ୍ଥାପିତ ହେବ। ବର୍ଷକୁ ୧ଲକ୍ଷ ୧୮ହଜାର ୟୁନିଟ ବିଦ୍ୟୁତ ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପର କାର୍ଯ୍ୟ ୪ମାସ ମଧ୍ୟରେ ଶେଷ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ସ୍ଥାପନ ହେଲେ ବିଧାନସଭାର ବିଦ୍ୟୁତ ଜନିତ ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ପାଇବ ବୋଲି ବାଚସ୍ପତି କହିଛନ୍ତି। ବୈଠକରେ ଓରେଡାର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମ୍‌ନି ଅଫିସ ଉଦ୍‌ଘାଟିତ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ପାଳନ ଉତ୍ସବ। ୨୪ ତାରିଖରେ ଆଲୁମିନି ମିଟ୍‌ ହେବ। ଏଥିପାଇଁ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨୯ କରୋନା ଆକ୍ରାନ୍ତ, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ୱର,୩।୧୨ (ବ୍ୟୁରୋ)- ରାଜ୍ୟରେ ଗୁରୁବାର ସୁସ୍ଥ ହୋଇଛନ୍ତି ୬୨୯ କରୋନା ଆକ୍ରନ୍ତ। ଅନୁଗୁଳ ଜିଲରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୬୫,...

ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ସ୍କ୍ବାଡ ପରିଚୟ ଦେଇ କରୁଥିଲେ ଲୁଟ୍‌ପାଟ

ବରଗଡ଼ ଅଫିସ,୧୫ା୧: ପୋଲିସ ସ୍କ୍ବାଡର କର୍ମଚାରୀ ପରିଚୟ ଦେଇ ଲୁଟ୍‌ପାଟ୍‌ ଚଲାଇଥିବା ୨ ଅଭିଯୁକ୍ତଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର...

ବଢ଼ି ଚାଲିଛି ଗୋଠଛଡ଼ା ଦନ୍ତାର ଉତ୍ପାତ

ଝୁମ୍ପୁରା, ୨୬।୭ (ଡି.ଏନ.ଏ.)-ବଢି ଚାଲିଛି ଗୋଠଛଡା ଦନ୍ତା ହାତୀର ଉତ୍ପାତ। ଘର ଭାଙ୍ଗିବା, ଫସଲ ଉଜାଡିବା ସହିତ ମଣିଷଙ୍କୁ ଆକ୍ରମଣ କରିବା ଘଟଣା ପ୍ରତ୍ୟେହ ଘଟୁଛି।...

ଚୋରି ଘଟଣାରେ ୪ଗିରଫ: ସୁନା ଅଳଙ୍କାର, ମାରଣାସ୍ତ୍ର ଜବତ

ହିଞ୍ଜିଳିକାଟୁ,୧୦।୬(ଡି.ଏନ୍‌.ଏ.)- ହିଞ୍ଜିଳି ଥାନା ଅଞ୍ଚଳରେ କିଛିଦିନ ଧରି ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଚୋରି ହେଉଥିଲା। ରବିବାର ରାତିରେ ହିଞ୍ଜିଳି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି...

ଏମ୍‌ସ ପକ୍ଷରୁ ୪ ସେବା ଆରମ୍ଭ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସାମ୍ପ୍ରତିକ କୋଭିଡ୍‌ ମହାମାରୀ ଯୋଗୁ ସାଧାରଣ ଲୋକେ ଡାକ୍ତରଖାନାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସଂକ୍ରମଣ ରୋକିବାକୁ କଟକଣା ଯୋଗୁ ଡାକ୍ତରଖାନାକୁ ପ୍ରବେଶ ବାରଣ...

ଦର୍ପଣ ଗଡ଼ ମନ୍ଦିରରୁ ଚୋରି ମୂର୍ତ୍ତି ଦିଲ୍ଲୀରୁ ଜବତ

ଚଣ୍ଡିଖୋଲ,୨୯ା୧୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣଗଡ଼ ଗ୍ରାମର ଗ୍ରାମ ଦେବତୀ ମା’କୋଟ୍ରାକ୍ଷୀଙ୍କ ଚୋରି ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ଦିଲ୍ଲୀରୁ ଜବତ କରାଯାଇଛି। କିଛିଦିନ...

ମାର୍କେଟ ବିଲ୍ଡିଂ ମନା, ଦୁର୍ଦ୍ଦିନରେ ୨୦ରୁ ଊର୍ଦ୍ଧ୍ୱ ଦୃଷ୍ଟିହୀନ ବ୍ୟବସାୟୀ ପରିବାର

ଭୁବନେଶ୍ୱର,୯।୮(ବ୍ୟୁରୋ):ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମାର୍କେଟ ବିଲ୍ଡିଂରେ ଉଠା ଦୋକାନ କରି ବ୍ୟବସାୟ କରୁଥିଲୁ। ଖେଳନା ଏବଂ ଅନ୍ୟାନ୍ୟ ଛୋଟମୋଟ ସାମଗ୍ରୀ ବିକ୍ରି...

Advertisement
Archives

Model This Week