Posted inଖେଳ

ସୌରଭଙ୍କ ଉପରେ ରାଗିଥିଲେ ସଚିନ

ମୁମ୍ବାଇ, ୨୮।୪-
ଭାରତୀୟ କ୍ରିକେଟରେ ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ମହାରାଜା ସୌରଭ ଗାଙ୍ଗୁଲି ଦୁଇ ପ୍ରତିଷ୍ଠିତ କ୍ରିକେଟର। ଉଭୟେ ଅନେକ ମ୍ୟାଚରେ ଏକାକୀ ଭାରତକୁ ବିଜୟ ସ୍ବାଦ ଚଖାଇଛନ୍ତି। ଏକଦା ଉଭୟଙ୍କର ପାର୍ଟନରଶିପ୍‌ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ରେକର୍ଡର ଅଧିକାରୀ ହୋଇଥିଲା। ମାତ୍ର ଏପରି ଦିନ ଆସିଥିଲା ଯେବେ ସୌରଭଙ୍କ ଉପରେ ରାଗିଥିଲେ ସଚିନ। ଏହାକୁ ଏବେ ସର୍ବସମ୍ମୁଖକୁ ଆଣିଛନ୍ତି ସୌରଭ। ୧୯୯୭ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର କଥା। ବାର୍ବାଡୋସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଭଲ ସ୍ଥିତିରେ ଥିବାରୁ ମ୍ୟାଚ ଜିତିବା ସହ ସିରିଜରେ ଅଗ୍ରଣୀ ନେବା ସମ୍ଭାବନା ସୃଷ୍ଟି କରିଥିଲା। ଭାରତ ସମ୍ମୁଖରେ ମାତ୍ର ୧୨୦ରନ ବିଜୟ ଲକ୍ଷ୍ୟ ମଧ୍ୟ ରହିଥିଲା। ମାତ୍ର ଦଳ ଅତ୍ୟନ୍ତ ଖରାପ ବ୍ୟାଟିଂ କରି ୮୧ରନରେ ଅଲଆଉଟ ହୋଇଯାଇଥିଲା। ଏଥିରେ ମର୍ମାହତ ହୋଇଥିଲେ ଅଧିନାୟକ ସଚିନ। କାରଣ ଭାରତ ଏହି ଟେଷ୍ଟକୁ ଜିତିପାରିଥାନ୍ତା ବୋଲି ତାଙ୍କର ହୃଦ୍‌ବୋଧ ହୋଇଥିଲା। ଏହା ହୋଇଥିଲେ ଭାରତ ୧୯୯୦ପରେ ପ୍ରଥମଥରପାଇଁ ବିଦେଶରେ ସିରିଜ ବିଜୟପାଇଁ ସୁଯୋଗ ସୃଷ୍ଟି କରି ପାରିଥାନ୍ତା। ମ୍ୟାଚପରେ ପ୍ରଥମଥରପାଇଁ ଡ୍ରେସିଂ ରୁମ୍‌ରେ କାନ୍ଦିଥିଲେ ସଚିନ। ସୌରଭଙ୍କ ଉପରେ ନିଜ ରାଗ ଶୁଝାଇଥିଲେ । ଦଳରେ ସ୍ଥାନ ବଜାୟ ରଖିବାକୁ ହେଲେ ତୁମକୁ ପ୍ରତି ଇନିଂସରେ ରନ ସଂଗ୍ରହ କରିବାକୁ ପଡ଼ିବ ବୋଲି ସୌରଭଙ୍କୁ କହିଥିଲେ। ଜଣେ ଅଧିନାୟକଭାବେ ସଚିନଙ୍କ ରାଗ ଯଥାର୍ଥ ଥିଲା ବୋଲି କହିଛନ୍ତି ସୌରଭ। ”ମୁଁ ଛୋଟ ବେଳରୁ ସଚିନଙ୍କ ବ୍ୟାଟିଂକୁ ଦେଖି ଆସୁଥିଲି। ତେଣୁ ସେ କ୍ରିଜ୍‌ରେ କ’ଣ ଚାହାନ୍ତି ତାହା ମୁଁ ଜାଣି ପାରୁଥିଲି। ପରେ ଆମେ ସାଥି ହୋଇ ଖେଳିଲୁ ଏବଂ ଅନେକ ମ୍ୟାଚରେ ଇନିଂସ ଓପନ କରିଛୁ। କେଉଁ ସ୍ଥାନରେ ଖେଳିଲେ ଭଲ ହେବ ଏବଂ କେଉଁ ଖେଳାଳିଙ୍କ ଉପରେ ରାଗିବା ଉଚିତ ତାହା ସଚିନଙ୍କୁ ଭଲଭାବେ ଜଣାଥିଲା“ ବୋଲି କହିଛନ୍ତି ସୌରଭ। ପ୍ରକାଶଯୋଗ୍ୟ ଯେ, ବାର୍ବାଡୋସରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ଶିବନାରିନ ଚନ୍ଦରପଲଙ୍କ ଶତକ(୧୩୭) ସତ୍ତ୍ବେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୨୯୮ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ ଭାରତ ସଚିନଙ୍କ ୯୨ ଓ ରାହୁଲ ଡ୍ରାଭିଡଙ୍କ ୭୮ ରନ ସହାୟତାରେ ୩୧୯ ରନକରି ଅଗ୍ରଣୀ ହାସଲ କରିଥିଲା। େଓଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୧୪୦ରେ ଅଲଆଉଟ ହୋଇଯିବାରୁ ଭାରତର ବିଜୟ ସମ୍ଭାବନା ଦୃଢ଼ୀଭୂତ ହୋଇଥିଲା। ମାତ୍ର ଭାରତ ଦ୍ୱିତୀୟ ଇନିଂସରେ ୮୧ ରନରେ ଅଲଆଉଟ ହୋଇଯାଇଥିଲା। ସୌରଭ ଦୁଇଟି ଇନିଂସରେ ଯଥାକ୍ରମେ ୨୨ ଓ ୮ ରନ କରିବାକୁ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

ମୋର ଆଉ ମୋଦିଙ୍କର ସ୍ତ୍ରୀ ନାହାନ୍ତି…ସଂସଦରେ କହୁକହୁ ଏ କ’ଣ କହିଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୭।୪: ମହିଳା ସଂରକ୍ଷଣ ସଂଶୋଧନ ବିଲ ଉପରେ ଆଲୋଚନା ସମୟରେ ଲୋକ ସଭାରେ ଏକ ଅତ୍ୟନ୍ତ ଆକର୍ଷଣୀୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri