‘ସୌଦି ରାଜା ମୃତ କିମ୍ବା ମୃତ୍ୟୁଶଯ୍ୟାରେ’

ରିୟାଧ,୯ା୩(ଆଇଏଏନ୍‌ଏସ୍‌): ସୌଦି ଆରବରେ ବିଦ୍ରୋହ ଉଦ୍ୟମ ଅଭିଯୋଗରେ ରାଜ ପରିବାରର ୩ ଜଣଙ୍କୁ ଅଟକ ରଖାଯିବା ପରେ ୮୪ ବର୍ଷୀୟ ରାଜାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫଳରେ ରବିବାର ରାଜା ସଲ୍‌ମାନଙ୍କ ଫଟୋ ଛଡ଼ାଯାଇଛି। ଫଟୋରେ ରାଜା ୟୁକ୍ରେନ ଓ ଉରୁଗୁଏ ପାଇଁ ନିଯୁକ୍ତ ନୂଆ ରାଷ୍ଟ୍ରଦୂତଙ୍କ ଶପଥ ଉତ୍ସବରେ ପୌରୋହିତ୍ୟ କରୁଥିବା ଦେଖାଯାଇଛି। ଅନ୍ୟପକ୍ଷରେ ରାଜା ସମ୍ଭବତଃ ମୃତ କିମ୍ବା ମୃତ୍ୟୁଶଯ୍ୟାରେ ବୋଲି ଟୁଇଟର ଆକ୍ଟିଭିଷ୍ଟ ତଥା ସୌଦି ହ୍ବିସିଲ୍‌ବ୍ଲୋୟର ମୁଜ୍‌ତାହିଦ ଦାବି କରିଛନ୍ତି। ଇରାନର ଏକ ଗଣମାଧ୍ୟମ ଏହା ପ୍ରକାଶ କରିଛି। ବିଦ୍ରୋହ ଆଶଙ୍କାରେ ଶନିବାର ରାଜାଙ୍କ ଭାଇ ପ୍ରିନ୍ସ ଅହମଦ ବିନ୍‌ ଅବଦୁଲାଜିଜ୍‌ ଅଲ୍‌-ସୌଦ୍‌ ଏବଂ ପୁତୁରା ପ୍ରିନ୍ସ ମହମ୍ମଦ ବିନ୍‌ ନାୟେଫ୍‌ଙ୍କ ସମେତ ୩ ଜଣଙ୍କୁ ସୌଦି କର୍ତ୍ତୃପକ୍ଷ ଅଟକ ରଖିବା ଖବର ପ୍ରକାଶ ପାଇବା ପରେ ମୁଜତାହିଦ ଉପରୋକ୍ତ ପୋଷ୍ଟ କରିଛନ୍ତି। ରାଜାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ସେ ବାହାରକୁ ଯାଇପାରୁନାହାନ୍ତି ବୋଲି ରାଜପ୍ରାସାଦ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କଠାରୁ ଜଣାପଡିଛି। ତେଣୁ ରାଜାଙ୍କ ତରଫରୁ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ରାଜାଙ୍କ ପଦତ୍ୟାଗ ଓ ନିଜକୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ହ୍ବିସିଲବ୍ଲୋୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଧନ୍ୟବାଦ ଦେଲେ ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ

ଜେନେଭା,୨୩ ।୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏଥିରୁ ମୁକୁଳିବା ପାଇଁ ପ୍ରାୟତଃ ସବୁ ବିକାଶଶୀଳ ଦେଶ ଭ୍ୟାକ୍ସିନ ପ୍ରସ୍ତୁତି କାମରେ...

ଦିନକରେ ୪, ୧୬୮ ମୃତ

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୧୪।୪: ମହାମାରୀ କରୋନା ବିଶ୍ୱରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟିକରିଛି। ସୋମବାର ରାତି ୧୧ଟା ସୁଦ୍ଧା ୧,୧୮,୩୬୨ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି...

ସ୍ଥିର ହେଲା ନଓ୍ବାଜ ଶରିଫଙ୍କ ପାକିସ୍ତାନ ଫେରିବା ତାରିଖ

ଇସଲାମାବାଦ,୧୭।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ସ୍ବଦେଶ ଫେରିବେ। ଏବେ ଏହାର ତାରିଖ ସ୍ଥିର ହୋଇଥିବା ଜଣାପଡିଛି। ନଓ୍ବାଜଙ୍କ ଭାଇ ଶେହବାଜ ଶରିଫ ଏହି...

ଓମିକ୍ରନ୍‌ ନିରୋଧୀ ଆଣ୍ଟିବଡି ଚିହ୍ନଟ

ଓ୍ବାଶିଂଟନ, ୩୦।୧୨: ଓମିକ୍ରନ୍‌ ଏବଂ କରୋନା ଭୂତାଣୁର ଅନ୍ୟ ଭାରିଆଣ୍ଟଗୁଡ଼ିକୁ ନିଷ୍କ୍ରିୟ କରିବା ଲାଗି ଆଣ୍ଟିବଡି ଚିହ୍ନଟ ହୋଇଛି। ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍‌ ନିକଟରେ...

ହୋଇଗଲା ବଡ଼ ଭୁଲ, ଆତଙ୍କବାଦୀ ବଦଳରେ ନିରୀହଙ୍କ ଉପରେ ବୋମା ମାଡ଼…

ଓ୍ବାଶିଂଟନ,୧୧।୯: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ବିସ୍ଫୋରଣ ପରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିଲା। ତେବେ ଏଥିରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କର ବଡ଼ ଭୁଲ୍‌ ହୋଇଥିଲା।...

ଜେଲେନକ୍ସିଙ୍କୁ ଆମେରିକାର ଝଟ୍‌କା: ପ୍ରଥମେ ଶେଷ ହେଉ ଯୁଦ୍ଧ ଏହାପରେ ନାଟୋ ସଦସ୍ୟତା ନେଇ ବିଚାର…

ଓ୍ବାଶିଂଟନ,୧୦।୭ : ସର୍ବ ବୃହତ ସାମରିକ ସଂଗଠନ ନାଟୋରେ ଯୋଗଦେବାକୁ ୟୁକ୍ରେନ ହତାଶ ହେଉଥିବା ଲକ୍ଷ୍ୟ କରାଯାଉଛି। ଏହାର ଗନ୍ତବ୍ୟ ସ୍ଥଳ ବହୁତ ଦୂରରେ ରହିଛି।...

ସେଣ୍ଟ ପିଟର୍ସବର୍ଗରେ ବୋମା ବିସ୍ଫୋରଣ ସେନା ବ୍ଲଗରଙ୍କ ମୃତ୍ୟୁ, ୧୯ ଆହତ

ମସ୍କୋ,୩।୪: ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଥିବା ଏକ କାଫେରେ ବିସ୍ଫୋରଣ ହେବା ଫଳରେ ରୁଷିଆ ସେନା ବ୍ଲଗର ଓ୍ବାଲାଡଲେନ ଟାଟାର୍ସକିଙ୍କ ମୃତ୍ୟୁ ହୋଇଯାଇଛି। ଏହାସହ ଏହି...

୧୫ ବର୍ଷ ପରେ ନିଜ ଦେଶକୁ ଫେରିଲେ ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ, ହୋଇପାରନ୍ତି ଗିରଫ

ବ୍ୟାଙ୍କକ,୨୨।୮: ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକସିନ ଶିନାଓ୍ବାଟ୍ରା ୧୫ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି। ଗଣମାଧ୍ୟମ ସୂତ୍ର ଅନୁଯାୟୀ, ଟେଲି ଯୋଗାଯୋଗ ବ୍ୟବସାୟରେ ନିଜର...

Advertisement
Archives

Model This Week