ସୌଦି ରାଜପରିବାରର ୩ ଅଟକ

ରିୟାଧ,୮।୩(ପି.ଟି.): ସୌଦି ଆରବ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ ବିରୋଧରେ ବିଦ୍ରୋହ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ରାଜ ପରିବାରର ଦୁଇ ବରିଷ୍ଠ ଯୁବରାଜଙ୍କ ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି। ଅନ୍ୟପକ୍ଷରେ କ୍ରାଉନ୍‌ ପ୍ରିନ୍ସ ପୁଣିଥରେ ତାଙ୍କ ହାତମୁଠା ମଜଭୁତ କରିବା ଲାଗି ଉଦ୍ୟମ କରୁଥିବା କୁହାଯାଉଛି। ରାଜା ସଲମାନଙ୍କ ଭାଇ ପ୍ରିନ୍ସ ଅହମଦ ବିନ୍‌ ଅବଦୁଲ୍ଲାଜିଜ୍‌ ଅଲ୍‌-ସୌଦ, ପୁତୁରା ପ୍ରିନ୍ସ ମହମ୍ମଦ ବିନ୍‌ ନାୟେଫ୍‌ଙ୍କୁ ସୁରକ୍ଷାକର୍ମୀମାନେ ଶୁକ୍ରବାର ସେମାନଙ୍କ ଘରୁ ଉଠାଇନେଇଛନ୍ତି। ସେମାନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ହୋଇଥିଲା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ପ୍ରିନ୍ସ ନାୟେଫ୍‌ଙ୍କ ସାନଭାଇ ନଓ୍ବାଫ ବିନ୍‌ ନାୟେଫଙ୍କୁ ମଧ୍ୟ ଅଟକ ରଖାଯାଇଛି। ପୂର୍ବରୁ କ୍ରାଉନ ପ୍ରିନ୍ସ ନିଜ କ୍ଷମତା ବଢ଼ାଇବା ପାଇଁ କେତେକ ପ୍ରମୁଖ ମୌଲବୀ, କର୍ମୀ, ପ୍ରିନ୍ସ ଓ ବ୍ୟବସାୟୀଙ୍କୁ ବନ୍ଦୀ କରିଥିଲେ। ୨୦୧୮ ଅକ୍ଟୋବରରେ ଇସ୍ତାନବୁଲ୍‌ ବାଣିଜି୍ୟକ ଦୂତାବାସରେ ସମାଲୋଚକ ଜମାଲ ଖାଶୋଗୀଙ୍କୁ ହତ୍ୟା ଘଟଣାରେ ପ୍ରିନ୍ସ ମହମ୍ମଦ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଥିଲେ। ୨୦୧୭ ଜୁନ୍‌ରେ ପୂର୍ବତନ କ୍ରାଉନ୍‌ ପ୍ରିନ୍ସ ନାୟେଫ୍‌ଙ୍କୁ ପଛରେ ପକାଇ ପ୍ରିନ୍ସ ମହମ୍ମଦ ଆରବ ରାଜ ସିଂହାସନର ଉତ୍ତରାଧିକାରୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ୫୦% ଭାରତୀୟ ବୈଷମ୍ୟର ସମ୍ମୁଖୀନ

ଓ୍ବାଶିଂଟନ, ୧୧।୬:ଆମେରିକାରେ ଦ୍ୱିତୀୟ ସର୍ବାଧିକ ପ୍ରବାସୀ ଭାବେ ଜଣାଶୁଣା ଭାରତୀୟମାନେ ନିୟମିତ ଭାବେ ବୈଷମ୍ୟ ଓ ଧ୍ରୁବୀକରଣର ଶିକାର ହେଉଥିବା ଏକ ସର୍ଭେରୁ ଜଣାପଡ଼ିଛି। ୟୁଏସ୍‌ରେ...

ବଦଳିଥିବା ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ, ୪ା୧: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍‌ ଏକ ବଡ଼ ଘୋଷଣା କରିଥିଲେ। ଦେଶର ଜାତୀୟ ସଙ୍ଗୀତକୁ ଆହୁରି ସ୍ବତନ୍ତ୍ର କରିବାକୁ...

ବିବାହ ବିଚ୍ଛେଦ ପାଇଁ ସରଳ କରାଯାଉ ଆଇନ

ଡବଲିନ,୨୭।୫: ଆୟରଲାଣ୍ଡରେ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବା ପାଇଁ ୮୨ ପ୍ରତିଶତ ଲୋକ ଦାବି କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି।...

ପାଞ୍ଚଦିନରେ ୫ ହଜାର ଓଟଙ୍କୁ ଗୁଳିକରି ହତ୍ୟା

ସିଡ୍‌ନୀ,୧୫-୧:ଦକ୍ଷିଣ ଅଷ୍ଟ୍ରେଲିଆର ମରୁଡ଼ି ଗ୍ରସ୍ତ ଅଞ୍ଚଳରେ ୫ ଦିନରେ ୫ ହଜାର ଓଟଙ୍କୁ ହତ୍ୟା କରାଯାଇଛି। ସ୍ଥାନୀୟ ଆଦିମ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ...

ଆମେରିକାରେ ଅବୈଧ ଭାବେ ପ୍ରବେଶ କରିଥିବା ୧୪୫ ଜଣ ଭାରତୀୟ ସ୍ବଦେଶ ଫେରିଲେ

ଓ୍ବାଶିଂଟନ,୨୦।୧୧: ଆମେରିକାରେ ଅବୈଧ ଭାବେ ପ୍ରବେଶ କରିଥିବା ୧୪୫ ଜଣ ଭାରତୀୟ ବୁଧବାର ସ୍ବଦେଶ ଫେରିଛନ୍ତି। ବାଂଲାଦେଶ  ଦେଇ ସେମାନେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ...

ତେଜିଲା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ

କେନୋଶା,୨୬ା୮(ଏ.ପି.): ଆମେରିକାର ମିନିଆପଲିସରେ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ ମୁଣ୍ଡ ଟେକିଥିବା ଆନ୍ଦୋଳନ ଆଉ ଜଣେ କୃଷ୍ଣକାୟଙ୍କୁ ପୋଲିସର ଗୁଳିମାଡ଼ ପରେ ଆହୁରି ବ୍ୟାପକ ହୋଇଛି।...

ପାକିସ୍ତାନରେ ଶିଖ୍‌ ଯୁବକଙ୍କୁ ହତ୍ୟା

ଇସ୍‌ଲାମାବାଦ,୫।୧: ପାକିସ୍ତାନର ପେଶାୱାରଠାରେ ଜଣେ ଶିଖ୍‌ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରବୀନ୍ଦ୍ର ସିଂହ। ଚାମକାନି ପୋଲିସ ଷ୍ଟେସନ ଅଞ୍ଚଳରୁ ରବୀନ୍ଦ୍ରଙ୍କ ମୃତଦେହ ମିଳିଛି।...

ସଙ୍କଟରେ ବିଶ୍ୱର ଅଧା ଶ୍ରମଶକ୍ତି

ଜେନେଭା,୩।୫ : ମହାମାରୀ କରୋନା ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍‌ ଯୋଗୁ ଅଣସଙ୍ଗଠିତ ଅର୍ଥନୀତିର ପ୍ରାୟ ୧୬୦ କୋଟି ଶ୍ରମିକ ଜୀବିକା ହରାଇବେ, ଯାହାଙ୍କୁ ବିଶ୍ୱର...

Advertisement


Archives

Model This Week

Why Dharitri