Posted inଜାତୀୟ

ସୋସିଆଲ ମିଡିଆ ଛାଡିବେ ମୋଦି: ଟ୍ରେଣ୍ଡ କରୁଛି ‘ହାସ ନୋସାର୍‌’

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଟୁଇଟ୍‌ କରି ସେ ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଏହି ସୂଚନା ସେ ତାଙ୍କ ବ୍ୟକ୍ତିଗତ ଟୁଇଟର ହ୍ୟାଣ୍ଡେଲ @narendramodiରେ ଦେବା ସହ ଏହାକୁ ଫେସବୁକରେ ପୋଷ୍ଟ କରିଦେଇଥିଲେ। ଏହାପରେ ମୋଦିଙ୍କ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆ ନ ଛାଡିବାକୁ ଅନୁରୋଧ କରିବା ଆରମ୍ଭ କରିଥିଲେ। ଆଉ ଖୁବ୍‌ କମ୍‌ ସମୟ ମଧ୍ୟରେ #NoSir ଟପ୍‌ ଟ୍ରେଣ୍ଡରେ ନଜର ଆସିଲା। ଭାରତରେ ଏହା ଟପ୍‌ ଟ୍ରେଣ୍ଡରେ ଥିବା ବେଳେ #NarendraModi ଦ୍ୱିତୀୟ ସ୍ଥାନରେ ଓ #modiji ତୃତୀୟ ସ୍ଥାନରେ ଟ୍ରେଣ୍ଡ କରିବାକୁ ଲାଗିଛି। ସୂଚନାଯୋଗ୍ୟ, ବିଶ୍ୱରେ ରାଜନେତାଙ୍କ ମଧ୍ୟରେ ସର୍ବାଧିକ ସୋସିଆଲ ମିଡିଆ ଫଲୋୟର୍ସ ତାଲିକାରେ ମୋଦିଙ୍କର ସ୍ଥାନ ରହିଛି। ଏବେ ତାଙ୍କ ସୋସିଆଲ ମିଡିଆ ଫଲୋୟର୍ସଙ୍କ ସଂଖ୍ୟା ରହିଛି ପାଖାପାଖି ୫ କୋଟି ୩୩ ଲକ୍ଷ। ଆଉ ମୋଦି ଏମାନଙ୍କ ମଧ୍ୟରୁ ପ୍ରାୟ ୨୩୭୨ ଜଣଙ୍କୁ ଫଲୋ କରନ୍ତି ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପହଞ୍ଚିବ ‘ଏୟାର ଇଣ୍ଡିଆ ୱାନ୍‌’

ନୂଆଦିଲ୍ଲୀ,୧ ।୧୦: ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମେରିକାରୁ ଆସୁଥିବା ସ୍ୱତନ୍ତ୍ର ବିମାନ ଏୟାର ଇଣ୍ଡିଆ ୱାନ ଗୁରୁବାର ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବ...

୨୪ ଘଣ୍ଟାରେ ଦେଶରେ ୧,୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ: ମୃତକଙ୍କ ସଂଖ୍ୟା ୫ଶହ ଟପିଲା

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ନେଇ ଗୋଟିଏ ପଟେ ଦେଶର ଲକ୍‌ଡାଉନ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି...

୩.୬ ଲକ୍ଷ ଭାରତୀୟ ଫେରିଲେଣି

ନୂଆଦିଲ୍ଲୀ,୨୭ା୬(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ଗତ ମେ’ ୭ରେ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଥିଲା।...

ଖରାପ ଟେଷ୍ଟ କିଟ୍‌ ଅର୍ଡର ରଦ୍ଦ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ଦେଶରେ ବ୍ୟାପକ ଟେଷ୍ଟ୍‌ କରାଇବା ପାଇଁ ଚାଇନାରୁ ୫ ଲକ୍ଷ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ କିଟ୍‌...

ତ୍ରିରଙ୍ଗାର ଅପମାନ ଦୁର୍ଭାଗ୍ୟଜନକ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯ ।୧: କରୋନା ମହାମାରୀର କଡା କଟକଣା ଭିତରେ ଶୁକ୍ରବାର ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ପ୍ରଥମେ ରାଷ୍ଟପତି ରାମନାଥ କୋବିନ୍ଦ ଅଧିବେଶନକୁ...

୨୭ରେ ଭାରତ ଆସିବେ ଆଫ୍‌ଗାନ ସେନା ମୁଖ୍ୟ

ନୂଆଦିଲ୍ଲୀ, ୨୧ା୭: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଦିନକୁ ଦିନ ବଢ଼ିଚାଲିଥିବାବେଳେ ଦେଶର ସେନା ମୁଖ୍ୟ ମହମ୍ମଦ ଅହମଦ୍‌ଜାଇ ଆସନ୍ତା ୨୭ ତାରିଖରେ ଭାରତକୁ ୩ ଦିନିଆ...

ବାଇକ୍‌ ଚାଳକକୁ ଅଟକାଇ ମାନବିକତା ଦେଖାଇଲେ ପୋଲିସ ବାବୁ

ଚେନ୍ନାଇ,୨୫।୩ : ନୂଆ ଯାନବାହନ ଆଇନ କାର୍ଯ୍ୟକାରୀ ହେଲା ପରେ ବାଇକ୍‌ ଚାଳକଙ୍କୁ ପୋଲିସ ଅଟକାଇବାର ଅର୍ଥ ହେଲା ଜରିମାନା କଟିବା ନିଶ୍ଚିତ। କିନ୍ତୁ ତାମିଲନାଡୁର...

ଗୁଜରାଟରେ ବାଜି ମାରିଲା ଭାଜପା, ରୂପାନି କହିଲେ ଏହା କେବଳ ଟ୍ରେଲର

ଗାନ୍ଧିନଗର,୧୦ ।୧୧: ଗୁଜରାଟରେ ହୋଇଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ସମସ୍ତ ୮ ଆସନରେ ବିଜୟର ଦ୍ୱାର ଦେଶରେ ଥିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ...

Advertisement
Archives

Model This Week