ସୋମବାର ମହାବିଷୁବ ସଂକ୍ରାନ୍ତି: ଆରଡ଼ିରେ ହେବନାହିଁ ଜଳଲାଗି

ଆରଡ଼ି,୧୨ା୪(ଡି.ଏନ୍‌.ଏ) : ସୋମବାର ମହାବିଷୁବ ସଂକ୍ରାନ୍ତି। ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଚଳିତବର୍ଷ ହେବ ନାହିଁ ଭକ୍ତଙ୍କ ସମାଗମ। ଲକ୍‌ଡାଉନ୍‌ ହୋଇଥିବାରୁ ୧୯ଦିନ ହେଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଛି। ପ୍ରଥା ଅନୁସାରେ ବୈଶାଖ ମାସ ସଂକ୍ରାନ୍ତି ଓ ମାସର ସବୁ ସୋମବାର ସ୍ଥାନୀୟ ବାରପଡ଼ା ଅଞ୍ଚଳର ଗୋପାଳମାନେ ବାବାଙ୍କ ମସ୍ତକରେ ଜଳଲାଗି କରନ୍ତି । ସେମାନେ ବୈତରଣୀ ନଦୀରୁ ପାଣି ଭାର କରି ଆଣି ଏହି ଜଳଲାଗି କରିଥା’ନ୍ତି। ଏହାସହ ସଂକ୍ରାନ୍ତିଠାରୁ ଆରମ୍ଭ ହୁଏ ବାବାଙ୍କ ଶୀତଳ ଉପଚାର ପୂଜା। ଚଳିତ ବର୍ଷ କରୋନା କଟକଣା ଯୋଗୁ ଗୋପାଳମାନେ ଏହି ଜଳଲାଗି କରିପାରିବେ ନାହିଁ। ଏନେଇ ଜିଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳର ଯାଦବ ସଂଘ ମଧ୍ୟ ମାନି ନେଇଥିବା ଜଣାପଡ଼ିଛି। ହେଲେ ବାବାଙ୍କ ଶୀତଳ ଉପଚାର ପୂଜା ବନ୍ଦ ହେବନାହିଁ। ସେବାୟତମାନେ ପୂର୍ବପରି ବାବାଙ୍କ ମସ୍ତକ ଉପରେ ଝୁଲା ହୋଇଥିବା ଏକମାତ୍ର ଛିଦ୍ର ଥିବା ପିତ୍ତଳ ହାଣ୍ଡିରେ ଜଳ ଭରିବେ। ଦିନ ତମାମ ତାହା ବାବାଙ୍କ ମସ୍ତକରେ ପଡ଼ିବ। ବୈଶାଖରେ ଟାଣ ଖରା ହେଉଥିବାରୁ ଏହି ଶୀତଳ ଉପଚାର ପୂଜା ହୋଇଥାଏ ବୋଲି ସେବାୟତ ମାନେ କହିଛନ୍ତି। ଚଳିତବର୍ଷ ଏହି ଶୀତଳ ଉପଚାର ପୂଜା ସେବାୟତମାନେ କରିବେ ବୋଲି ସୂଚନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାଭେଲଙ୍କ ମୃତ୍ୟୁ ତଦନ୍ତ ପାଇଁ ରାୟଗଡ଼ାରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ତନାଘନା

ରାୟଗଡ଼ା ଅଫିସ,୨୯ା୧୨: ପାଭେଲ ଏବଂ ବିଦାନୋଭଙ୍କ ମୃତ୍ୟୁ ରହସ୍ୟର ଗୁମର ଖୋଲିବାକୁ ରାୟଗଡ଼ାରେ ପହଞ୍ଚିଛି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା। ସୂଚନା ଅନୁସାରେ, ଗୁରୁବାର ସକାଳେ ହୋଟେଲ...

କୃଷି କାର୍ଯ୍ୟାଳୟରେ ସାମାଜିକ ଦୂରତା ଭୁଲିଗଲେ ଚାଷୀ

ରସୁଲପୁର, ୨୪।୫ (ଡି.ଏନ୍‌.ଏ.)-କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରସୁଲପୁର ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଘାସମରା...

ପାଇପ୍‌ ଫାଟି ବିଲରେ ମାଡ଼ୁଛି ପାନୀୟ ଜଳ

ମାଧପୁର,୧୮।୪: ଗ୍ରୀଷ୍ମ ପ୍ରବାହ ବେଳେ ଗାଁକୁ ମିଳୁନି ପିଇବା ପାଣି। ୨ ଦିନ ହେଲା ପାଇପ୍‌ ଫାଟିବା କାରଣରୁ ସବୁତକ ପାଣି ବିଲରେ ମାଡ଼ୁଛି। କର୍ତ୍ତୃପକ୍ଷଙ୍କ ନିକଟରେ...

୪ ବର୍ଷ ପରେ ବି ମିଳିନି ଫନୀ ସହାୟତା

ଜଗତ୍‌ସିଂହପୁର ଅଫିସ,୫।୫:୨୦୧୯ରେ ଫନୀ ବାତ୍ୟାରେ ଜଗତ୍‌ସିଂହପୁର ସମେତ ମୋଟ ୧୦ ଜିଲା ପ୍ରଭାବିତ ହୋଇଥିଲା। ବାତ୍ୟା ପରେ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବେ...

ଟ୍ରଲର ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ରଗଡି,୮ା୯(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଛକରେ ଗୁରୁବାର ସକାଳେ ଏକ ଟ୍ରଲର ଧକ୍କାରେ ସ୍ବାମୀଙ୍କ ମୃତ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ମୟୂରଭଞ୍ଜ ଜିଲାରେ ନିର୍ବାଚନ ଫଳାଫଳ: ଭାଜପା ୬, ବିଜେଡି ୩ ବିଧାନସଭା ଆସନରେ ବିଜୟୀ

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ...

ଫେଲ୍‌ ମାରିଛି ଆଳୁ ମିଶନ

ଭଦ୍ରକ ଅଫିସ, ୯ା୨: ଭଦ୍ରକ ଜିଲାରେ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହୁ ନ ଥିବା ଦେଖିବାକୁ ମିଳିଛି। ସରକାର ଆଳୁ ଚାଷକୁ ପ୍ରୋତ୍ସାହିତ...

ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ: ହିନ୍ଦୁ, ମୁସ୍‌ଲିମ ରୋଗୀଙ୍କ ପାଇଁ ଅଲଗା ଓ୍ବାର୍ଡ

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ୍‌ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ଗୁଜରାଟର ଏକ ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ ଦେଖିବାକୁ ମିଳିଛି। ଏହି ବୈଷମ୍ୟପୂର୍ଣ୍ଣ ବିଷୟ ସାମ୍ନାକୁ ଆସିବା...

Advertisement
Archives

Model This Week