ସୋମବାରଠାରୁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ କୋହଳ, ବଳବତ୍ତର ରହିବ ଅନ୍ୟାନ୍ୟ କଟକଣା: ଜିଲାପାଳ

ଛତ୍ରପୁର, ୧୯।୪(ଡି.ଏନ୍‌.ଏ.)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସୋମବାରଠାରୁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ କୋହଳ କରାଯାଇଛି। ଫଳରେ ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିଆଯାଇଥିବା ନିର୍ଦ୍ଧାରିତ ସମୟସୀମା ଉପରେ ଥିବା କଟକଣା ଉଠାଇ ନିଆଯାଇଛି। ହେଲେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ବାହାରେ ଛେପ ନ ପକାଇବା ଆଦି ନିର୍ଦ୍ଦେଶନାମା ପୂର୍ବଭଳି ବଳବତ୍ତର ରହିଥିବା ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ସୂଚନା ଦେଇଛନ୍ତି।

ଜିଲାପାଳ କହିଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଆଗରେ ୨ ମିଟର ଦୂରତା ଅବଲମ୍ବନ କରି ଗ୍ରାହକ ଛିଡା ହେବେ। ଏହାକୁ ଖିଲାପ କଲେ ଉକ୍ତ ଦୋକାନ ସିଲ୍‌ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା ମୋଟର ସାଇକେଲରେ ଜଣେ ଲେଖାଏ ଚାଳକ ରାସ୍ତାରେ ଗାଡି ଚଲାଇ ପାରିବେ। ଗୁଟଖା, ପାନ, ଚା’ ଓ ମଦ ଦୋକାନ ବନ୍ଦ ରହିବ। ଏମ୍‌ଜିଏନଆର୍‌ଜିଏସ୍‌, ରୁରାଲ ହାଉସିଂ କାମ ଗ୍ରାମାଞ୍ଚଳରେ କରାଯିବ। ସେହିପରି ସହରାଞ୍ଚଳରେ କନ୍‌ଷ୍ଟ୍ରକ୍‌ଶନ କାମ ଚାଲିବ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଏସ୍‌ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ...

ଓଲଟିଲା ଯାତ୍ରୀବାହୀ ବସ୍‌: ୫ ମୃତ, ୩୦ ଆହତ

ମାଲକାନଗିରି,୧୩ା୬(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ବୋଡୁଗୁଡମ ନିକଟରେ ସୋମବାର ଭୋର୍‌ରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ...

ଅମରେଶ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଗିରଫ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛ ପଡ଼ିଆରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣାର ଦଶ...

ଆଇଏଏସ୍‌ ଅଫିସରସ୍ତରରେ ଅଦଳବଦଳ: ସୁରେନ୍ଦ୍ର କୁମାର ହେଲେ ଜଳସମ୍ପଦ ସଚିବ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟ...

ଡକୁଆ ସାଜିଛେ ସୋସିଆଲ୍‌ ମିଡିଆ

ବିଜେପୁର, ୨୫।୩ (ଡି.ଏନ୍‌.ଏ.)- ସମିଆର ଧାରେ ପଡି ରୀତିନୀତି, ରିକ୍‌ମା ବଦ୍‌ଲିବାରଟା ସୁଆଭାବିକ୍‌ ଆଏ। ସେଦିନ୍‌ କେନ୍‌ତା ଥିଲା, ଆଏଜ୍‌ କେନତା ହେଉଛେ ବଲି ବିସ୍‌ମାତ୍‌...

ଧୂଳି ନ ଉଡ଼ିବାକୁ ୨୧ଲକ୍ଷ ଖର୍ଚ୍ଚ

କଟକ ଅଫିସ,୨୩ା୧୧: ବାଲିଯାତ୍ରାରେ ଅନିୟମିତତା ଅଭିଯୋଗରେ ଜିଲା ପ୍ରଶାସନ ବିବାଦରେ ଥିବା ବେଳେ ଏବେ ଏହା ଭିତରକୁ ଟାଣି ହୋଇଆସିଛି କଟକ ମହାନଗର ନିଗମ(ସିଏମ୍‌ସି) ା...

କଟକବାସୀଙ୍କ ଲାଗି ପାଇଲଟ ପ୍ରୋଜେକ୍ଟ, ପ୍ରତି ଘରକୁ ମିଳିବ ଗୋଟିଏ ବାଲ୍‌ଟି: ପ୍ରତାପ ଜେନା

କଟକ ଅଫିସ,୧୨।୬: କଟକବାସୀଙ୍କ ଲାଗି ସରକାରଙ୍କ ନୂଆ ଯୋଜନା। ଅଳିଆ ଆବର୍ଜନାକୁ ଏଣେ ତେଣେ କିମ୍ବା ନାଳ ନର୍ଦ୍ଦମାରେ ନ ଫିଙ୍ଗିବା ଲାଗି ନୂଆ ପନ୍ଥା...

କେବଳ ପ୍ରକୃତି ନୁହନ୍ତି, ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବି ନାହିଁ: ବାବୁସାନ

ଭୁବନେଶ୍ୱର,୨୪।୭: ପାରିବାରିକ କଳହ ଗଣମାଧ୍ୟମର ଶିରୋନାମା ପାଲଟିବା ପରେ ଭିଡିଓ ବାର୍ତ୍ତା ଜରିଆରେ ମନ କଥା କହିଛନ୍ତି ଅଭିନେତା ବାବୁସାନ ମହାନ୍ତି। ସେ ଅଭିନେତ୍ରୀ ପ୍ରକୃତି...

Advertisement
Archives

Model This Week