ସୋନାକ୍ଷୀଙ୍କ ପରେ ଟୁଇଟର ଛାଡିଲେ ଏହି ସେଲିବ୍ରିଟି

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଏବେ ଜଣକ ପରେ ଜଣେ ଟୁଇଟର ଆକାଉଣ୍ଟରୁ ଦୂରେଇ ଯାଉଥିବା ଦେଖାଯାଇଛି। କିଛିଦିନ ତଳେ ନାୟିକା ସୋନାକ୍ଷୀ ସିହ୍ନା ଟୁଇଟରକୁ ବାଏ ବାଏ କହିଥିବା ବେଳେ ଏବେ ଅଭିନେତା ସକିବ ସଲିମ, ଜାହିର ଇକବାଲ ଓ ସଲମାନ ଖାଁଙ୍କ ଭଉଣୀ ଅର୍ପିତାଙ୍କ ସ୍ବାମୀ ଆୟୁଷ ଶର୍ମା ମଧ୍ୟ ଟୁଇଟରକୁ ବାଏ ବାଏ କହିଥିବା ଜଣାପଡିଛି। ପ୍ରଥମେ ସୋନାକ୍ଷୀ ନେଗେଟିଭିଟି ପାଇଁ ଟୁଇଟର ଛାଡିଥିବା ପ୍ରକାଶ କରିଥିବା ବେଳେ ଏବେ ଅଭିନେତା ସକିବ ସଲିମ ମଧ୍ୟ ସମାନ କଥା ଲେଖିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଟୁଇଟର ପ୍ରଥମେ ତାଙ୍କ ପାଇଁ ଥିଲା ଭଲପାଇବା। ଏଥିରୁ ସେ ବହୁତ କିଛି ଶିଖିଛନ୍ତି। ହେଲେ ଏବେ ସମସ୍ତେ ନେଗେଟିଭିଟି ଭିତରେ ହଜି ଯାଇଛନ୍ତି। ତେଣୁ ମୋ ଜୀବନରେ ଏମିତି ଶକ୍ତିର ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ସେ ଟୁଇଟର ଛାଡିଥିବା କହିଛନ୍ତି। ଅନ୍ୟପଟେ ଜହିର ଇକବାଲ ଓ ଆୟୁଷ ଶର୍ମା କାହିଁକି ଟୁଇଟର ଛାଡିଲେ ତାହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ କରି ନ ଥିଲେ ମଧ୍ୟ ଏମାନେ ଟୁଇଟରକୁ ବାଏ ବାଏ କହିଛନ୍ତି। ଏହାପରେ ତାଙ୍କ ଫଲୋୟର୍ସମାନେ ନିଶ୍ଚିତ ଭାବେ ନିରାଶ ହେବେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକପ୍ରିୟ କରିବାକୁ ଚେଷ୍ଟା କରେ

ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ। ୧୯୫୭ ଫେବୃୟାରୀ ୭ରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କିସ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍‌ ଚାନ୍ସଲର ଭାବେ କାର୍ଯ୍ୟରତ। ଉତ୍କଳ...

କାର୍‌ରେ ଗୁଡ୍‌ ନ୍ୟୁଜର ପ୍ରମୋଶନ କଲେ ଅକ୍ଷୟ-କରିନା

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଓ ବଲିଉଡ୍‌ ବେବୋ କରିନା କପୁର ଖାଁ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ଗୁଡ୍‌ ନ୍ୟୁଜର ପ୍ରମୋଶନରେ...

ଫିଲ୍ମ ଫେୟାର ପୁରସ୍କାର ଫେରାଇ ଦେଇଥିଲେ ବଲିଉଡ୍‌ର ଆଙ୍ଗ୍ରିମ୍ୟାନ୍‌

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଭାବେ ପରିଚିତ ପ୍ରାନ୍‌ଙ୍କ ଆଜି ୧୦୦ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ...

ନସିରୁଦ୍ଦିନ-ଅନୁପମଙ୍କ ବିବାଦକୁ ନେଇ ଟୁଇଟ୍‌ କଲେ ରାହୁଲ

ମୁମ୍ବାଇ: ବଲିଉଡ୍‌ର ଦୁଇ ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହା ଓ ଅନୁପମ ଖେର ଏବେ ଅଛନ୍ତି ଚର୍ଚ୍ଚାରେ। ନିକଟରେ ନସିରୁଦ୍ଦିନ ଶାହା ଏକ ସାକ୍ଷାତ୍‌କାରରେ ଅଭିନେତା...

ଦିନ ଗଣୁଛନ୍ତି ତମନ୍ନା

ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ଲକ୍‌ ଡାଉନ ପାଇଁ ତ ସିନେମା ରିଲିଜ ହୋଇପାରୁନି।...

କଥା ୩୩ କୋଟିର

ବରୁଣ ଧାଓ୍ବନ ଏବେ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର-ଥ୍ରୀଡି’ରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ପାଇଁ ସେ କୁଆଡ଼େ ପାରିଶ୍ରମିକ ଭାବେ ୩୩ କୋଟି ଟଙ୍କା ନେଇଛନ୍ତି। ହେଲେ...

ପାଚିକା ଜିତିଲେ ଏକ କୋଟି

ମୁମ୍ବାଇ: ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ ସିଜିନ୍‌ ୧୧ରେ ଭାଗ ନେଇ ଜଣେ ପାଚିକା ଏକ...

ଅମିତାଭ ଲେଖିଲେ ଏମିତି ମଜାଳିଆ କଥା‌, ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ବହୁତ ଆକ୍ଟ୍ରିଭ୍‌ ରହୁଛନ୍ତି। କେବଳ ଏତିକି ନୁହେଁ, ସେ ପ୍ରତିଦିନ ପ୍ରଶଂସକଙ୍କ ସହ ତାଙ୍କ...

Coronavirus Update


Archives

Model This Week

Why Dharitri