ସେବା ସମବାୟ ସମିତି ସମ୍ପାଦକ ନିଲମ୍ବିତ: କାଳିଆ ଯୋଜନା ଅର୍ଥ ହେରଫେର

ଛତ୍ରପୁର/ଧରାକୋଟ,୬ା୨(ଡି.ଏନ.ଏ)- ଗଞ୍ଜାମ ଜିଲା ଧରାକୋଟ ବ୍ଲକ ସିଙ୍ଗିପୁର ସେବା ସମବାୟ ସମିତିରେ କାଳିଆ ଯୋଜନା ଅର୍ଥ ହେରଫେର ହୋଇଥିଲା। କାଳିଆ ଅର୍ଥ ପାଇବାକୁ ଥିବା ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବଦଳରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଅଭିଯୋଗ ହୋଇଥିଲା । ଏହା ଉପରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମ୍ପୃକ୍ତ ସେବା ସମବାୟ ସମିତିର ସମ୍ପାଦକ କୈଳାସ ଚନ୍ଦ୍ର ମୁନିଙ୍କୁ ନିଲମ୍ବନ କରାଯାଇଛି । ଏଥିସହ କାଳିଆ ଟଙ୍କା ଟ୍ରାନ୍ସଫର କରିଥିବା ଠିକା ଡାଟା ଏଣ୍ଟ୍ରି ଅପରେଟର ବାସୁଦେବ ସାହୁଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ଅଞ୍ଚଳରେ କାର୍ଯ୍ୟରତ ଉଦ୍ୟାନ ଓ କୃଷି ପର୍ଯ୍ୟବେକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ସିଙ୍ଗିପୁର ପଞ୍ଚାୟତ ଧବଳେଶ୍ୱର ସେବା ସମବାୟ ସମିତିକୁ କାଳିଆ ଯୋଜନାର ପ୍ରଥମ କିସ୍ତି ଟଙ୍କା ଗତ ସାଧାରଣ ନିର୍ବାଚନ ପୂର୍ବରୁ ଆସିଥିଲା। ସେଠାରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ୯୪ ହିତାଧିକାରୀଙ୍କ ଅର୍ଥ ହଡ଼ପ କରି ନିଜ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦେଇଥିଲେ। ଦୀର୍ଘଦିନ ପରେ ବି ଏହି ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଟଙ୍କା ଆସି ନ ଥିଲା। କାଳିଆ ଯୋଜନା ଓ୍ବେବସାଇଟରୁ କେତେଜଣ ହିତାଧିକାରୀ ସେମାନଙ୍କ ଟଙ୍କା ଆସିଥିବା ଓ ତାହା ହଡ଼ପ କରାଯାଇଥିବା ଜାଣିବାକୁ ପାଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ୨ ଦିନ ତଳେ ଏ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲାପାଳ ଏହାକୁ ଗୁରୁତର ସହ ନେଇ ଧବଳେଶ୍ୱର ସେବା ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବନ କରିବା ପାଇଁ ବୁଧବାର ଡିଆର୍‌ସିଏସ୍‌ଙ୍କୁ ଜିଲାପାଳ କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିଲେ ା ଡିଆର୍‌ସିଏସ୍‌ଙ୍କ ନିର୍ଦ୍ଦେଶକ୍ରମେ ଏଆର୍‌ସିଏସ୍‌ ସମ୍ପାଦକଙ୍କୁ (ଚିଠି ନଂ.୨୮୮/୨୦)ରେ ନିଲମ୍ବନ କରିଛନ୍ତି। କାଳିଆ ଯୋଜନା ଟଙ୍କା ଯାଇଥିବା ଉକ୍ତ ବ୍ୟାଙ୍କ ଆକାଉଣ୍ଟରେ ନେଣଦେଣ ଉପରେ ରୋକ ଲଗାଇବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ସମସ୍ତ ସୋସାଇଟିର ଡାଟା ଏଣ୍ଟ୍ରି ଅପରେଟରଙ୍କ କାମ ପୁନଃଯାଞ୍ଚ ହେବ ା ଏଥିସହ ଏହି କାର୍ଯ୍ୟର ଠିକ୍‌ ଭାବେ ମନିଟରିଂ କରାଯିବ ବୋଲି ଜିଲାପାଳ କହିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୁଧବାର କୃଷି ଉପନିର୍ଦ୍ଦେଶକ କାଶୀନାଥ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ଟିମ୍‌ ଧବଳେଶ୍ୱର ସମବାୟ ସମିତିକୁ ଯାଇ ତଦନ୍ତ କରିଛନ୍ତି। ଏହି ଟିମ୍‌ରେ ସମବାୟ ଓ ଅନ୍ୟ ବିଭାଗର ଅଧିକାରୀ ସାମିଲ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୧୯ା୪-କିରୋସିନ ଢାଳି ଜଣେ ମହିଳା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଶିଶିର କୁମାର ବାଡ଼ତ୍ୟାଙ୍କ ସ୍ତ୍ରୀ ଲୋପାମୁଦ୍ରା (୩୨) ।  ଘର ବଡ଼ବଜାର...

ଶୂନ୍ୟ ହେଲା ମା’ କୋଳ: ଏକାସାଙ୍ଗରେ ଚାଲିଗଲେ ଭାଇ ଉଭଣୀ

ଗଞ୍ଜାମ,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ହୁମା ଫାଣ୍ଡି ଅଧୀନ ଗଡ଼ହୁମା ଗ୍ରାମରେ ମଙ୍ଗଳବାର ଏକ ଦୁଖଃଦ ଘଟଣା ଘଟିଛି। ଗାଁର ଗୋବିନ୍ଦ ମହାରଣାଙ୍କ ନାତି ଏବଂ ନାତୁଣୀଙ୍କ...

ଗୋଷ୍ଠୀ ସଂକ୍ରମଣ ଭୟ: ଗଞ୍ଜାମ ମିନି ଷ୍ଟାଡିୟମରେ ଖୋଲିବ ମାଛ, ମାଂସ ଦୋକାନ

ଗଞ୍ଜାମ,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏ ନେଇ ପ୍ରଶାସନର ଚିନ୍ତାବଢ଼ୁଛି । କରୋନା ସମ୍ପର୍କିତ ଏକ ବୈଠକ ମଙ୍ଗଳବାର...

ଅଖା ଗୋଦାମରୁ ଚୋରି ଘଟଣା : ୨ ଗିରଫ

ବ୍ରହ୍ମପୁର ଅଫିସ,୨୧।୯: ଗଞ୍ଜାମ ଜିଲା ସଦର ଥାନା ପୋଲିସ ଏକ ଅଖା ଗୋଦାମରୁ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ...

ଭୁବନେଶ୍ୱର ଫେରନ୍ତାଙ୍କ ଉପରେ ପ୍ରଶାସନର ନଜର, ବଢୁଛି ଅସନ୍ତୋଷ

ଦିଗପହଣ୍ଡି,୭ା୪(ଡି.ଏନ୍‌.ଏ.)- ଶହ ଶହ ସଂଖ୍ୟାରେ ଶ୍ରମିକ ଗତ ଦୁଇ ଦିନ ମଧ୍ୟରେ ଚାଲି ଚାଲି କିମ୍ବା ସ୍ବତନ୍ତ୍ର ଗାଡ଼ି ଭଡ଼ା କରି ଦିଗପହଣ୍ଡି ଅଞ୍ଚଳର ଗଁାମାନଙ୍କରେ...

ପୋଲସରା ବ୍ଲକ : ଯାଞ୍ଚ ହେବ ୬ ଶିକ୍ଷକଙ୍କ ସାର୍ଟିଫିକେଟ୍‌

ହାତୀଓଟ,୯|୧୧-ଗଞ୍ଜାମ ଜିଲାରେ ଜାଲ ଶିକ୍ଷକ ଧରପଗଡ଼ ପାଇଁ ସାର୍ଟିଫିକେଟ ଯାଞ୍ଚ ଚାଲିଛି। ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ସମସ୍ତ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଶିକ୍ଷକମାନଙ୍କ ତାଲିକା ପ୍ରସ୍ତୁତ...

ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ୨ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଦଣ୍ଡକାଳୀଙ୍କ ୧୮ଦିନିଆ ଦଣ୍ଡଯାତ୍ରା ଆରମ୍ଭ

ବୁଗୁଡ଼ା ୨୯।୩ (ଡି.ଏନ୍‌ .ଏ.): ଜିଲା ପ୍ରଶାସନ ଜାରି କରିଥିବା କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ, ବୁଗୁଡ଼ା ବ୍ଲକ ଅଧୀନ ଭାମଶ୍ୟାଳି ଗ୍ରାମର ମା’ ଦଣ୍ଡକାଳୀଙ୍କ ୧୮ଦିନିଆ...

Advertisement
Archives

Model This Week