ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ କନଷ୍ଟେବଳଙ୍କ ବଦଳି

ଆରଡ଼ି, ୨ା୯ (ଡି.ଏନ.ଏ.)- ଭଦ୍ରକ ଜିଲାର ଶୈବପୀଠ ଆଖଣ୍ଡଳମଣି ମନ୍ଦିର ପରିସରରେ ସୋମବାର ପୂର୍ବାହ୍ନରେ ଜଣେ ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ ଆରଡ଼ି ଫାଣ୍ଡିର ଜଣେ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଫାଣ୍ଡିର କନଷ୍ଟେବଳ ମୋହନ ପୁହାଣଙ୍କୁ ବଦଳି କରାଯାଇଛି।
ସୂଚନା ଅନୁସାରେ, ଆରଡ଼ି ନିକଟସ୍ଥ ପହଣା ଗ୍ରାମର ଜଣେ ଯୁବକ ଓ ଜଣେ ସେବାୟତଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏହାକୁ ନେଇ ମନ୍ଦିର ବେଢ଼ାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ଗଣ୍ଡଗୋଳ ଖବର ପାଇ କନଷ୍ଟେବଳ ପୁହାଣ ସେଠାରେ ସାଦା ପୋଷାକରେ ପହଞ୍ଚିଥିଲେ। ଉଭୟ ପକ୍ଷଙ୍କୁ ସେ ବୁଝାଇବାକୁ ଚେଷ୍ଟା କରିବା ପରିବର୍ତ୍ତେ ସେବାୟତ ଜଣଙ୍କୁ ମାଡ଼ ମାରିଥିଲେ। ଅନ୍ୟ ସେବାୟତମାନେ ଏଥିରେ ଉତ୍ତେଜିତ ହୋଇ ତାଙ୍କୁ ଚାକିରିରୁ ନିଲମ୍ବିତ କରିବାକୁ ଧୂଷୁରୀ ଥାନାଧିକାରୀ ଓ ଧାମନଗର ଏସ୍‌ଡିପିଓଙ୍କୁ ଫୋନ ଯୋଗେ କହିଥିଲେ। ଏଥିସହିତ ମନ୍ଦିର କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜର ଭିଜୁଆଲ ସେବାୟତମାନେ ସଂଗ୍ରହ କରି ପୋଲିସ ଅଧିକାରୀମାନଙ୍କ ପାଖକୁ ପଠାଇବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଯେଉଁଥିରେ କନଷ୍ଟେବଳ ପୁହାଣ ସେବାୟତଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ରହିଥିଲା। ଏହାପରେ ଧୂଷୁରୀ ଥାନାଧିକାରୀ ପ୍ରଫୁଲ୍ଲ କୁମାର ସିଂ ଓ ଏଏସ୍‌ଆଇ ପ୍ରଦୀପ କୁମାର ନାୟକ ଆରଡ଼ିରେ ପହଞ୍ଚି ଏ ସମ୍ପର୍କରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ସେବାୟତମାନେ ସେହି ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ଅଡ଼ି ବସିଥିଲେ। ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧିକାରୀମାନେ ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ କନଷ୍ଟେବଳ ପୁହାଣଙ୍କୁ ଧାମନଗର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ଧୂଷୁରୀ ଥାନାଧିକାରୀ ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣ ନାଟକ ରଚିଲେ ନାବାଳକ: ପୋଲିସ ନାକେଦମ୍‌

ଡେରାବିଶ,୫।୩(ସ୍ବ.ପ୍ର.): ମା’ବାପାଙ୍କ ଅତ୍ୟାଧିକ ସ୍ନେହ ଯୋଗୁ ପିଲାମାନେ କିପରି ବାଟ ହୁଡୁଛନ୍ତି ତା’ର ଏକ ଉଦାହରଣ ଡେରାବିଶରେ ଦେଖିବାକୁ ମିଳିଛି। ଡେରାବିଶ ଥାନା ଅଞ୍ଚଳର ଜଣେ...

ଗାଁବାସୀକୁ ଘାରୁଛେ ଫ୍ଲୋରାଇଡ ପାଏନ୍‌ ଚିନ୍‌ତା

ଗୋଲାମୁଣ୍ଡା, ୧୨।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅଧୀନ ଗଣ୍ଡାମେର ଗାଁବାସୀକୁ ଫ୍ଲୋରାଇଡ ପାଏନ୍‌ର ଚିନ୍‌ତା ଘାରୁଛେ। ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି...

ମେଡିକାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧ା୬-ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ମେଡିକାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ...

ଗଜପତିରେ ୫-ଟି ସଚିବଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ, ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ.): ୫-ଟି ସଚିବ ଭି.କେ. ପାଣ୍ଡିଆନ ଗଜପତି ଜିଲା ଗସ୍ତରେ ଆସି ଭାରତମାତା ପରିସରରେ ପ୍ରସ୍ତୁତ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଶୁକ୍ରବାର ପରିଦର୍ଶନ...

ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ

ଭଦ୍ରକ ଅଫିସ,୩୧।୮: ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣ ହୋଇଛି। ନଦୀର ଜଳପତ୍ତନ ହ୍ରାସ ପାଇ ବିପଦ ସଂକେତରେ ବହୁ ତଳେ ପ୍ରବାହିତ ହେଉଛି। ତେବେ...

ଜାହାନିଆଁରେ ବାଲିଯାତ୍ରା: ଶ୍ରଦ୍ଧାଳୁଙ୍କ ଭିଡ଼

କାକଟପୁର, ୧୨।୧୧(ଡି.ଏନ୍‌.ଏ.): ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଜିଲା ଅସ୍ତରଙ୍ଗ ଉପକୂଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସର୍ବଧର୍ମ ସମନ୍ବୟ ପୀଠ ଜାହାନିଆଁଠାରେ ଅନୁଷ୍ଠିତ ହେଉଛି...

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଚିତ୍ରକୋଣ୍ଡା, ୨୪।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ବୁଧବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଗୁଣ୍ଠାୱାଡାରୁ ସିଲେରୁ ରୋଡ଼ ହଂଶାଗୁଡ଼ା ବ୍ରିଜ ନିକଟରୁ ୨୫ ଲକ୍ଷ...

ବରଗଡ଼ ବନ୍ଦ : ବହୁ ସମୟ ପରେ ନୂତନ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ସ୍ବାସ୍ଥ୍ୟ କର୍ମଚାରୀ

ବରଗଡ଼ ଅଫିସ,୪।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସପିଟାଲ ଘୋଷଣା ଦାବିରେ ମଙ୍ଗଳବାର ସ୍ଥାନୀୟ ଏକତା ମଞ୍ଚ ଆହ୍ବାନରେ ବରଗଡ଼...

Advertisement


Archives

Model This Week