ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାର ହେବ ସିବିଆଇ ତଦନ୍ତ: ଅଣ୍ଟା ଭିଡ଼ିଲେ ରାଜନେତା

ମୁମ୍ବାଇ, ୨୩।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଆରମ୍ଭ କରିଛି। ଦେଶର ବିଭିନ୍ନ ସ୍ଥାନରେ ବଲିଉଡ୍‌ରେ ଜାରି ରହିଥିବା ବଂଶବାଦ ବିରୋଧରେ ପ୍ରଦର୍ଶନ ମଧ୍ୟ କରାଯାଉଛି। ସୋସିଆଲ୍‌ ମିଡ଼ିଆରେ ସୁଶାନ୍ତଙ୍କୁ ନ୍ୟାୟ ମିଳିବା ନେଇ ମନ୍ତବ୍ୟମାନ ପ୍ରକାଶ ପାଉଛି। ଏହାର ସିବିଆଇ ତଦନ୍ତ କରିବାକୁ ଏବେ କିଛି ରାଜନେତା ଅଣ୍ଟା ଭିଡ଼ିଛନ୍ତି। ବିହାର ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ଏହି ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା କରିଛନ୍ତି। ପୋଲିସ ପକ୍ଷରୁ ଘଟଣାର ଯାଞ୍ଚ୍‌ ଚାଲିଥିବା ଉଦ୍ଧବ ଚିରାଗଙ୍କୁ କହିଛନ୍ତି। ଏହି ମାମଲାରେ କେହି ଦୋଷୀ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଦ୍ଧବ ସୂଚନା ଦେଇଛନ୍ତି। ଚିରାଗ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ତିଓ୍ବାରୀଙ୍କୁ ଉଦ୍ଧବଙ୍କ ପାଖକୁ ଏନେଇ ଚିଠି ଲେଖିବାକୁ ଅନୁରୋଧ କରିଛନ୍ତି। ସେହିପରି ଭାଜପା ପକ୍ଷରୁ ମନୋଜ ତିଓ୍ବାରୀ ସୁଶାନ୍ତଙ୍କ ପିତା ଏବଂ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ସେହିପରି ଜନ ଅଧିକାରୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପପ୍ପୁ ଯାଦବ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାହ୍ନବୀଙ୍କ ନୂଆ ଗାଡି ସହ କ’ଣ ରହିଛି ଶ୍ରୀଦେବୀଙ୍କ ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ଏବେ ବିଟାଉନ୍‌ରେ ନିଜ ପାଇଁ ଧୀରେ ଧୀରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ଲାଗିଛନ୍ତି। ‘ଧଡକ’...

କ୍ୟାଟ୍ରିନାଙ୍କ ଶାଢି ସଜାଡିଲେ ସଲମାନ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡର ଭାଇଜାନ୍‌ ସଲମାନ ଖାଁ ଓ କ୍ୟାଟ୍ରିନା କୈଫ୍‌ ଏବେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ନିକଟରେ ଏହାର ଏକ...

ନୂଆବର୍ଷରେ ବିବାହ କରିପାରନ୍ତି ପ୍ରଭାସ

ମୁମ୍ବାଇ: ବଲିଉଡ୍‌ର ବାହୁବଳୀ ତଥା ସାଉଥ୍‌ ଷ୍ଟାର ପ୍ରଭାସ ନିଜ ଦମଦାର ପରଫରମାନ୍ସ ପାଇଁ ଏବେ ଲକ୍ଷେ ଦିଲ୍‌ କି ଧଡକନ୍‌ ପାଲଟି ଯାଇଛନ୍ତି। ‘ଶାହୋ’...

କଳାକାର ପରିବାର ପାଇଁ ନୁହେଁ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ବଲିଉଡ୍‌ ଦୁନିଆରେ ସ୍ଥାନ ମିଳିଛି: ସୋନମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଦ ଜୋୟା ଫେକ୍ଟର’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର...

୨୫ ବର୍ଷ ପରେ ପରଦାକୁ ଫେରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ପ୍ରସିଦ୍ଧ ଅଭିନେତା ଅମୁଲ ପାଲେକର ଦୀର୍ଘ ୨୫ ବର୍ଷ ପରେ ପରଦାକୁ ଫେରୁଛନ୍ତି। ସେ ଥ୍ରୀଲିଙ୍ଗ ଡ୍ରାମା ହିନ୍ଦୀ ପ୍ଲେ ‘କୁସୁର’ରେ ନଜର ଆସିବେ। ‘କୁସୁର’ର...

ଦଣ୍ଡନୃତ୍ୟକୁ ମଞ୍ଚକୁ ଆଣିବା ମୋ ପାଇଁ ବଡ଼ ସଫଳତା

ନାଟ୍ୟଶ୍ରୀ ଗଦାଧର ବାରିକ ଜଣେ ବହୁମୁଖୀ ପ୍ରତିଭା। ଏକାଧାରରେ ସେ ଜଣେ ଅନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, କୋରିଓଗ୍ରାଫର। କଳାକ୍ଷେତ୍ରରେ ନିଜକୁ ସମର୍ପିତ କରିଥିବା...

କରୋନା ସଂକ୍ରମଣ ଶେଷ ହେବା ପରେ ହାତ ମିଳାଅ, ଆଲିଙ୍ଗନ କର: ସଲ୍‌ମାନ

ବମ୍ବେ: ବିଶ୍ୱରେ ଏବେ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ରୋଗ କବଳକୁ ଅଶୀରୁ ଅଧିକ ଦେଶ ଆସି ସାରିଲେଣି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ...

କରୋନା ଭୟ: ଆଇସୋଲେଶନରେ ଦିଲ୍ଲୀପ କୁମାର

ମୁମ୍ବାଇ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଭାରତରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି...

Coronavirus Update


Archives

Model This Week

Why Dharitri