ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ଖବର ସହି ପାରିଲେନି ଭାଉଜ, ମାନସିକ ଅବସାଦରେ ମୃତ୍ୟୁ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌। ତାଙ୍କ ହଠାତ୍‌ ମୃତ୍ୟୁରେ ପରିବାରବର୍ଗ ମଧ୍ୟ ହତବାକ୍‌ ହୋଇଯାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଭାଉଜଙ୍କ ମୃତ୍ୟୁ ଘଟିଛି।
ସୁଶାନ୍ତ ସିଂ ରାଜପୁତ ବିହାରର ପୁର୍ନିଆ ଜିଲାର ମାଲଡିହା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଗାଁରେ ପହଞ୍ଚିବା ମାତ୍ରେ ତାଙ୍କ ସମ୍ପର୍କୀୟ ଭାଉଜ ସୁଧା ଦେବୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ ମଧ୍ୟ ଡିପ୍ରେସନର ଶିକାର ହୋଇଥିଲେ। ସେ ଖାଇବା ପିଇବା ଛାଡି ଦେଇଥିଲେ। ସୋମବାର ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଉଥିବାବେଳେ ଭାଉଜଙ୍କ ମୃତ୍ୟୁ ଖବର ଆସିଥିଲା। ସୂଚନାଯୋଗ୍ୟ, ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରେ ରବିବାର ଆତ୍ମହତ୍ୟା କରିଥିଲେ। ଟେଲି ସିରିଏଲ୍‌ରୁ ବଲିଉଡ୍‌କୁ ଆସି ବେଶ ସଫଳ ହୋଇଥିବା ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା। ଶେଷଥର ପାଇଁ ୨୦୧୯ରେ ତାଙ୍କୁ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶ୍ରଦ୍ଧା କପୁରଙ୍କ ସହିତ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ମୁକେଶ ଛାବ୍ରାଙ୍କ ‘ଦିଲ ବେଚାରା’ ଫିଲ୍ମ ରିଲିଜ୍‌ ଅପେକ୍ଷାରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ‘ଗଲି ବୟ’ ପାଳନ କଲେ ଫିଲ୍ମର ପ୍ରଥମ ବାର୍ଷିକୀ

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’କୁ ଶୁକବ୍ରାର ବର୍ଷେ ପୁରିଛି। ଏହି ଅବସରରେ ଜେୟା ଅଖତର ଇନଷ୍ଟାଗ୍ରାମରେ ଫିଲ୍ମର...

କରୋନା ଭାଇରସ ଭୟ: ସ୍ଥଗିତ ରହିଲା ଆଇଫା ଆଓ୍ବାର୍ଡ ଉତ୍ସବ

ମୁମ୍ବାଇ,୬।୩: ସାରା ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାଶନାଲ ଇଣ୍ଡିଆନ ଫିଲ୍ମ...

ମିଥୁନ ଦା’ଙ୍କ କଥା ଶୁଣି କାନ୍ଦିଲେ ଜଜ୍‌

ଛୋଟ ପରଦାର ଡ୍ୟାନ୍ସ ଶୋ’ରେ ସୁପର୍‌ ଗେଷ୍ଟ ଦାୟିତ୍ୱ ନିଭାଉଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଏହି ଶୋ’ କୁନି କୁନି ପିଲାମାନେ ନିଜ ଡ୍ୟାନ୍ସ ଜରିଆରେ...

୪ଶହ ସୁନା ମୁଦି ବାଣ୍ଟିଲେ ସାଉଥ୍‌ ସୁପରଷ୍ଟାର

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ବିଜୟ ଥାଲାପତି ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ବିଗିଲ’ ପାଇଁ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମର ଶୁଟିଂ ସରିଥିବା ବେଳେ...

ଏକଦା ଗୋଟିଏ ବଖରା ଘରେ ସ୍ତ୍ରୀ,ପିଲାଙ୍କ ସହ ରହୁଥିଲେ ଏହି ଅଭିନେତା; ଏବେ ଆମିରଙ୍କ ଘର ନିକଟରେ କିଣିଲେ ବଙ୍ଗଳା

ବମ୍ବେ: ବଲିଉଡ୍‌ର ଏପରି କିଛି କଳାକାର ଅଛନ୍ତି , ଯେଉଁମାନେ ନିଜର ଅଭିନୟ ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ପଙ୍କଜ ତ୍ରିପାଠୀ...

ଭାଇରାଲ ହେଉଛି ସୋନାଲଙ୍କ ବିକିନି ପିକ୍‌

ମୁମ୍ବାଇ: ଏବେ ଦେଖାଯାଇଛି ବଲିଉଡ୍ ନାୟିକାମାନେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଅଧିକ ସମୟ ଯୋଡି ହୋଇ ରହୁଛନ୍ତି । ନିଜର ଗ୍ଲାମରସ୍ ଫଟୋ...

ବସନ୍ତଙ୍କ ମାୟାରେ ଶ୍ରୀଧର

ଶ୍ରୀଧର ମାର୍ଥା। ‘କଥା ଦେଲି ମଥା ଛୁଇଁ’ ପରେ ସେ କେତୋଟି ସିନେମାର ପ୍ରଯୋଜନା କରିସାରିଲେଣି। ପ୍ରଯୋଜକ ସାଜିବା ପୂର୍ବରୁ ସେ ବସନ୍ତଙ୍କ ମାୟାରେ ପଡ଼ିଯାଇଥିଲେ।...

ଚକ୍ରବ୍ୟୁହରେ ରିୟା: ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଏବେ କିଛି ବି କରିବ ବିହାର ପୋଲିସ୍‌

ପାଟଣା: ଦିନକୁ ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ନୂଆ ନୂଆ ମୋଡ଼ ନେଉଛି। ଏବେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଅଣ୍ଟା ଭିଡିଛି...

Play 250+ Trending Games
Archives

Model This Week

Why Dharitri