ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି: ପ୍ରତିଟି ଅକ୍ଷରରେ ତାଙ୍କ ଫିଲ୍ମର ଚରିତ୍ର ତିଆରିକଲେ ଚିତ୍ରକାର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ସିନେଜଗତ। ପ୍ରଶଂସକଙ୍କଠାରୁ ଆରମ୍ଭକରି ସେଲିବ୍ରିଟିମାନେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି। କେହି କେହି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନ ଥିବାବେଳେ ଆଉ କେହି ତାଙ୍କୁ ଫେରିଆସିବାକୁ କହୁଛନ୍ତି। ଏମିତିରେ ଜଣେ ଚିତ୍ରକାର ତାଙ୍କ ନାମ ଲେଖି ସବୁ ଅକ୍ଷରରେ ତାଙ୍କ ସମସ୍ତ ଫିଲ୍ମର ଚରିତ୍ରକୁ ତିଆରି କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଜଣେ ଚିତ୍ରକାର ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କାନ୍‌ଭାସରେ ଇଂରାଜୀ ଅକ୍ଷରରେ ସୁଶାନ୍ତ ଲେଖୁଛନ୍ତି। ପରେ ପ୍ରତିଟି ଅକ୍ଷରରେ ସେ ସୁଶାନ୍ତଙ୍କ ଫିଲ୍ମ ‘କା ଇ ପୋ ଚେ’, ‘ଡିଟେକ୍ଟିଭ ବ୍ୟୋମକେଶ ବକ୍ସି’, ‘କେଦାରନାଥ’, ‘ଛିଚ୍ଛୋରେ’, ‘ଏମ୍‌ ଏସ୍‌ ଧ୍ୱନୀ’ ଏବଂ ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ର ଚରିତ୍ର ଆଙ୍କୁଛନ୍ତି। ଶେଷରେ ଆମେ ତୁମକୁ ମନେ ପକାଉଛୁ ବୋଲି ଚିତ୍ରକାର ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ହେବ ତ ଏମିତି

ସୋନମ୍‌ କପୁରଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। କେଉଁଠି କେମିତି କଥା କହିଲେ ତାହା ପର୍ସନାଲିଟିକୁ ଆହୁରି ଲୋକପ୍ରିୟ କରାଇବ ତାହାର କାଇଦା ତାଙ୍କୁ ଭଲ ଭାବେ...

‘ମା ତୁଝେ ସଲାମ୍‌ ୨’ରେ ନଜର ଆସିବେ ସନ୍ନି!

ବମ୍ବେ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଭାଗ୍ୟ ଚମକାଇଛି ଫିଲ୍ମ ‘ଗଦର ୨’। ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁଛି ଫିଲ୍ମ। ଇତିମଧ୍ୟରେ ଏହା...

ଏହି ଫିଲ୍ମରେ ଥିଲା ବଲିଉଡ୍‌ର ପ୍ରଥମ ଚୁମ୍ବନ ଦୃଶ୍ୟ

ହିନ୍ଦୀ ସିନେମା ଇତିହାସ ବେଶ୍‌ ସମୃଦ୍ଧଶାଳୀ। ଆଜିର ସମୟରେ, ବଲିଉଡରେ ଅନ୍ତରଙ୍ଗ ଦୃଶ୍ୟ ରହିବା ଏକ ସାଧାରଣ କଥା ହୋଇଗଲାଣି, କିନ୍ତୁ ଏକ ସମୟ ଥିଲା...

ନେଟ୍‌ଫ୍ଲିକ୍ସରେ ‘ଚଣ୍ଡିଗଡ କରେ ଆଶିକୀ’

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଏବଂ ଭାନି କପୁରଙ୍କର ଅଭିନୀତ ଫିଲ୍ମ ‘ ଚଣ୍ଡିଗଡ କରେ ଆଶିକୀ’ ଡିସେମ୍ବର ୧୦ରେ ସିନେମା ହଲ୍‌ରେ ମୁକ୍ତିଲାଭ...

୧୫ ବର୍ଷ ବଡ଼ ଅଭିନେତାଙ୍କୁ ପ୍ରେମରେ ପଡିଥିଲେ ଡିମ୍ପଲ୍‌; ବିବାହ ପରେ ମାନି ନଥିଲେ ଏହି ସର୍ତ୍ତ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ କାପାଡିଆ ଆଜି ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୮ ଜୁନ ୧୯୫୭ରେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।...

ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଜେରା

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ମାମଲା ଥମିବାର ନାଁ ନେଉନାହିଁ। ଘଟଣାର ୩ ଦିନ ପରେ ପ୍ରକୃତି ଘରକୁ ଫେରିଥିବା...

‘ସୋସିଆଲ ମିଡିଆ ବିନା ମୁଁ ଭଲ ଅଛି’

ମୁମ୍ବାଇ: ପ୍ରଶଂସକମାନେ ଦୀର୍ଘଦିନ ଧରି ଅଭିନେତା ରଣବୀର କପୁରଙ୍କ ଇନ୍‌ଷ୍ଟାଗ୍ରାମ ଡେବ୍ୟୁକୁ ଅପେକ୍ଷା କରି ରହିଛନ୍ତି। କରଣ ଜୋହର କହିଛନ୍ତି, ରଣବୀର ସୋସିଆଲ ମିଡିଆରେ ଅଛନ୍ତି...

ଆରପାରିରେ ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ର

ଭୁବନେଶ୍ୱର, ୧୩।୧: ବିଶିଷ୍ଟ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୬୯ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ...

Advertisement
Archives

Model This Week