ଭଦ୍ରକ ଅଫିସ, ୧୪ା୪- କରୋନା ଲାଗି ସମଗ୍ର ଦେଶରେ ଏବେ ଲକ୍ ଡାଉନ ଜାରି ରହିଛି। ଲକ୍ ଡାଉନ କଟକଣାକୁ କଡ଼ାକଡ଼ି ବଳବତ୍ତର ରଖିବାକୁ ପୋଲିସ ବିଭାଗ ସଜାଗ ରହିଛି। ଏହି ସମୟରେ ଦିନରାତି ବାହାରେ ରହି ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀମାନଙ୍କ ସୁରକ୍ଷା କଥା ସରକାର ଚିନ୍ତା କରୁ ନାହାନ୍ତି। ବର୍ତ୍ତମାନ ପରିସ୍ଥିତିରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ସେମାନଙ୍କ ପରିବାର କରୋନା ଦାଉରୁ କିପରି ମୁକ୍ତି ପାଇ ପାରିବେ ଏଥିପାଇଁ ସରକାର, ରାଜ୍ୟ ପୋଲିସ ମୁଖ୍ୟ ସର୍ବୋପରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ରାଜ୍ୟ ପୋଲିସ ହାବିଲଦାର-କନେଷ୍ଟବଳ ଏବଂ ସିପାହୀ ମହାସଂଘର ଉପସଭାପତି ସତ୍ୟାଶିଷ ତ୍ରିପାଠୀ ଅନୁରୋଧ କରିଛନ୍ତି। ତ୍ରିପାଠୀ ଜଣାଇଛନ୍ତି ଯେ, ନିଜ ପରିବାର ଓ ଜୀବନକୁ ବାଜି ଲଗାଇ ଅହରହ ଜନସାଧାରଣଙ୍କ ସଂସ୍ପର୍ଶରେ ଆସୁଥିବା ପୋଲିସ ଭାଇମାନେ ୨୪ ଘଣ୍ଟା କାର୍ଯ୍ୟରତ। ଏଥିଲାଗି ପୋଲିସ କର୍ମଚାରୀଙ୍କୁ ସରକାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ଛତା, ରାତି ଡ୍ୟୁଟି ପାଇଁ ଟର୍ଚ୍ଚଲାଇଟ୍, ୨ ବୋତଲ ସାନିଟାଇଜର୍, ୨ ହଳ ଗ୍ଲୋବସ୍, ୨ ହଳ ମାସ୍କ ଯୋଗାଇ ଦିଅନ୍ତୁ। ସବୁ ପୋଲିସ ଭେଇକିଲ ତଥା ପୋଲିସ ବାଇକ୍ ଗୁଡ଼ିକୁ ନିୟମିତ ଭାବେ ସାନିଟାଇଜ୍ କରିବାକୁ ମଧ୍ୟ ସରକାର ଗୁରୁତ୍ୱ ଦେବାକୁ ମହାସଂଘ ଉପସଭାପତି ତ୍ରିପାଠୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୋଲିସ ସୁରକ୍ଷିତ ରହିଲେ ଜନସାଧାରଣ ସୁରକ୍ଷିତ ରହିବେ ବୋଲି ଏକ ପ୍ରେସ ବିବୃତିରେ ସେ ମତପୋଷଣ କରିଛନ୍ତି।

ସାଳନ୍ଦୀ ନଦୀବନ୍ଧ ମରାମତି ଦାବି
ଭଦ୍ରକ,୨।୧୨(ସନାତନ ରାଉତ): ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରକ ବ୍ଲକର ଦକ୍ଷିଣପାର୍ଶ୍ୱ ନଦୀବନ୍ଧ ମଧ୍ୟରେ ଥିବା ଦଇସିଂ, କାଉପୁର, ଓଲଙ୍ଗ, ରାନ୍ଦିଆ, ବାଉଦପୁର ଓ ବାମପାର୍ଶ୍ୱ...

ଟ୍ରକକୁ ପଛରୁ ପିଟିଲା କାର: ଚାଲିଗଲା ଜଣଙ୍କ ଜୀବନ, ୪ ଗୁରୁତର
ଭଦ୍ରକ,୧।୧୨(ସନାତନ ରାଉତ)- ଭଦ୍ରକ୧୬ ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି l...

୨୦ ବର୍ଷରେ ଏଡ୍ସରେ ଗଲାଣି ୨୮୮ ଜୀବନ
ଭଦ୍ରକ,୧ା୧୨(ସନାତନ ରାଉତ):ଡିସେମ୍ବର ୧ ହେଉଛି ବିଶ୍ୱ ଏଡ୍ସ ଦିବସ। ଏହି ଦିବସ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏଡ୍ସ ର ମୂଳୋତ୍ପାଟନ ହୋଇପାରୁନାହିଁ।...

ଚାଲିକି ଯାଉଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ବସ୍
ଭଦ୍ରକ,୨୨।୧୧(ସନାତନ ରାଉତ): ଭଦ୍ରକ ସହର ବନ୍ତ ଛକରେ ବୁଧବାର ବସ୍ ଚଢ଼ିଯିବାରୁ ଜରଙ୍କ ମୃତ୍ୟୁ ଘଟିଛି । ସୂଚନା ଯୋଗ୍ୟ, ଭଦ୍ରକ ଜିଲା ଅଗରପଡା ଥାନା...

ବୁଲା ଷଣ୍ଢ ଆକ୍ରମଣ: ଚକଟି ମାରିଲା, ଜଣଙ୍କୁ କଚାଡ଼ିଦେଲା
ଭଦ୍ରକ,୨୨।୧୧(ସନାତନ ରାଉତ): ଭଦ୍ରକ ଚରମ୍ପା ହ୍ୟାପିହୋମ ସ୍କୁଲ ନିକଟରେ ଏକ ବୁଲା ଷଣ୍ଢ ଆକ୍ରମଣରେ ବୁଧବାର ସକାଳେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ...

ଚୋରା ଚାଲାଣ ବେଳେ ୬୦ କୁଇଣ୍ଟାଲ କୋଇଲା ଜବତ
ବାସୁଦେବପୁର,୨୦।୧୧ (ନାରାୟଣ ପ୍ରସାଦ ବାରିକ୍)-ଭଦ୍ରକ ଜିଲା ବାସୁଦେବପୁର- ଧାମରା ରାସ୍ତାର ବେତଡ଼ା ନିକଟରୁ ଚୋରା ଚାଲାଣ ବେଳେ ୬୦ କୁଇଣ୍ଟାଲ କୋଇଲା ସହ ୨ଟି ପିକ୍ଅପ୍...

‘ଡିସେମ୍ବରରେ ଦାବି ପୂରଣ ନ ହେଲେ ସବୁ କଲେଜ ବନ୍ଦ’
ଭଦ୍ରକ,୨୦।୧୧(ସନାତନ ରାଉତ): ଭଦ୍ରକ ଟାଉନ ହଲ୍ରେ ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ...

ମେଲାଣି ନେଲେ ମା’
ଭଦ୍ରକ,୧୯।୧୧(ସନାତନ ରାଉତ): ସାତ ଦିନ ଧରି ଚରମ୍ପାଠାରେ ଚାଲିଥିବା ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ଶନିବାର ଉଦ୍ଯାପିତ ହୋଇଛି । ରବିବାର ମା’ ମେଲାଣି ନେଇଛନ୍ତି...
Archives
