Posted inଭଦ୍ରକ

ସୁରକ୍ଷା ପ୍ରସଙ୍ଗ ଉଠାଇଲା ପୋଲିସ ମହାସଂଘ

ଭଦ୍ରକ ଅଫିସ, ୧୪ା୪- କରୋନା ଲାଗି ସମଗ୍ର ଦେଶରେ ଏବେ ଲକ୍‌ ଡାଉନ ଜାରି ରହିଛି। ଲକ୍‌ ଡାଉନ କଟକଣାକୁ କଡ଼ାକଡ଼ି ବଳବତ୍ତର ରଖିବାକୁ ପୋଲିସ ବିଭାଗ ସଜାଗ ରହିଛି। ଏହି ସମୟରେ ଦିନରାତି ବାହାରେ ରହି ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀମାନଙ୍କ ସୁରକ୍ଷା କଥା ସରକାର ଚିନ୍ତା କରୁ ନାହାନ୍ତି। ବର୍ତ୍ତମାନ ପରିସ୍ଥିତିରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ସେମାନଙ୍କ ପରିବାର କରୋନା ଦାଉରୁ କିପରି ମୁକ୍ତି ପାଇ ପାରିବେ ଏଥିପାଇଁ ସରକାର, ରାଜ୍ୟ ପୋଲିସ ମୁଖ୍ୟ ସର୍ବୋପରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ରାଜ୍ୟ ପୋଲିସ ହାବିଲଦାର-କନେଷ୍ଟବଳ ଏବଂ ସିପାହୀ ମହାସଂଘର ଉପସଭାପତି ସତ୍ୟାଶିଷ ତ୍ରିପାଠୀ ଅନୁରୋଧ କରିଛନ୍ତି। ତ୍ରିପାଠୀ ଜଣାଇଛନ୍ତି ଯେ, ନିଜ ପରିବାର ଓ ଜୀବନକୁ ବାଜି ଲଗାଇ ଅହରହ ଜନସାଧାରଣଙ୍କ ସଂସ୍ପର୍ଶରେ ଆସୁଥିବା ପୋଲିସ ଭାଇମାନେ ୨୪ ଘଣ୍ଟା କାର୍ଯ୍ୟରତ। ଏଥିଲାଗି ପୋଲିସ କର୍ମଚାରୀଙ୍କୁ ସରକାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ଛତା, ରାତି ଡ୍ୟୁଟି ପାଇଁ ଟର୍ଚ୍ଚଲାଇଟ୍‌, ୨ ବୋତଲ ସାନିଟାଇଜର୍‌, ୨ ହଳ ଗ୍ଲୋବସ୍‌, ୨ ହଳ ମାସ୍କ ଯୋଗାଇ ଦିଅନ୍ତୁ। ସବୁ ପୋଲିସ ଭେଇକିଲ ତଥା ପୋଲିସ ବାଇକ୍‌ ଗୁଡ଼ିକୁ ନିୟମିତ ଭାବେ ସାନିଟାଇଜ୍‌ କରିବାକୁ ମଧ୍ୟ ସରକାର ଗୁରୁତ୍ୱ ଦେବାକୁ ମହାସଂଘ ଉପସଭାପତି ତ୍ରିପାଠୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପୋଲିସ ସୁରକ୍ଷିତ ରହିଲେ ଜନସାଧାରଣ ସୁରକ୍ଷିତ ରହିବେ ବୋଲି ଏକ ପ୍ରେସ ବିବୃତିରେ ସେ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?