ସୁମନ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ

ମୁମ୍ବାଇ: ରାଜସ୍ଥାନର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ ସୁମନ ରାଓ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ-୨୦୧୯ ମୁକୁଟ ବିଜୟିନୀ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ୨୦୧୮ର ମିସ୍‌ ଇଣ୍ଡିଆ ଅନୁକୃତି ତାଙ୍କୁ ଏହି ମୁକୁଟ ପିନ୍ଧାଇଛନ୍ତି। ରାତି ପ୍ରାୟ ୮ଟାରେ ଆରମ୍ଭ ହୋଇଥିବା ଏହି ଉତ୍ସବରେ ବଲିଉଡ୍‌ର ବହୁ ନାମୀଦାମୀ କଳାକାର ଯୋଗ ଦେଇଥିଲେ। ଛତିଶଗଡର ଶିବାନୀ ଯାଦବ(ଯୋଗ୍ୟତାରେ ଇଞ୍ଜିନିୟର) ମିସ୍‌ ଗ୍ରାଣ୍ଡ ଇଣ୍ଡିଆ ମୁକୁଟ ପରିଧାନ କରିଥିବାବେଳେ ବିହାରର ମ୍ୟାନେଜମେଣ୍ଟ ଛାତ୍ରୀ ଶ୍ରେୟା ଶଙ୍କର ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଣ୍ଟ୍‌ସ ଟାଇଟଲ୍‌ ହାସଲ କରିଛନ୍ତି। ତେଲେଙ୍ଗାନାର ସଞ୍ଜନା ଭିଜ୍‌ଙ୍କୁ ମିସ୍‌ ଇଣ୍ଡିଆ ରନର୍ସ ଅପ୍‌-୨୦୧୯ ଟାଇଟଲ୍‌ ପ୍ରଦାନ କରାଯାଇଛି। ୨୦ ବର୍ଷୀୟା ସୁମନ ଥାଇଲାଣ୍ଡରେ ମିସ୍‌ ଓ୍ବାର୍ଲଡ ୨୦୧୯ରେ ଭାରତର ପ୍ରତିନିଧିତ୍ୱ କରିବେ। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟପଥରେ ପ୍ରତିଜ୍ଞାବଦ୍ଧ ହୋଇ ଆଗେଇ ଚାଲିଲେ ଦେହର ପ୍ରତିଟି ସ୍ନାୟୁ ଓ ତନ୍ତୁ ବିଜୟ ପାଇଁ ସେଇ ଦିଗରେ ଆଗେଇ ଯାଆନ୍ତି ବୋଲି ସୁମନ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ବିଜେତାମାନଙ୍କୁ ଏକ ବିଚାରକ ମଣ୍ଡଳୀ ଚୟନ କରିଥିଲା। ଏଥିରେ ସାମିଲ ଥିଲେ ପ୍ରସିଦ୍ଧ ଡିଜାଇନର ଫାଲ୍‌ଗୁନୀ ଶାନେ ପିକକ୍‌, ମିସ୍‌ ଓ୍ବାର୍ଲଡ-୨୦୧୮ ବିଜୟିନୀ ଭାନେସା ପୋନ୍‌କା ଡି’ ଲିଓନ, ଅଭିନେତ୍ରୀ ହୁମା କୁରେଶୀ, ଚିତ୍ରାଙ୍ଗଦା ସିଂ, ଆୟୁଷ ଶର୍ମା, କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡି’ସୁଜା, ଧାବିକା ଦୂତୀ ଚାନ୍ଦ ଏବଂ ଫୁଟବଲ୍‌ କ୍ୟାପଟେନ୍‌ ସୁନୀଲ ଛେତ୍ରୀ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ କାଟ୍ରିନା କୈଫ୍‌, ଭିକି କୌଶଲ, ନୋରା ଫତେ ଏବଂ ମୌନୀ ରଏ। ବଲିଉଡ ଫିଲ୍ମ ନିର୍ମାତା କରନ୍‌ ଜୋହର, ଅଭିନେତା ତଥା ଆଙ୍କର ମନୀଷ୍‌ ପଲ୍‌ ଏବଂ ମିସ୍‌ ଓ୍ବାର୍ଲଡ ୨୦୧୭ ବିଜୟିନୀ ମାନୁଷୀ ଛିଲ୍ଲାର ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ ବଲିଉଡ୍‌ରୁ ଦୂରେଇ ଯାଇଥିଲେ ରିୟା ସେନ୍‌

ବଲିଉଡ୍‌ ଅଭିନେତ୍ରୀ ରିୟା ସେନ୍‌ ‘ଚୁଡି ଯୋ ଖନ୍‌କେ ହାଥୋ ମୈ…’ ମ୍ୟୁଜିକ୍‌ ଭିଡିଓରୁ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ଦର୍ଶକଙ୍କ ହୃଦୟରେ ରାଜ୍‌...

ବିବାହ ଦିନ ଜାଣିଶୁଣି ଫଟା ଶାଢି ପିନ୍ଧି ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫ ମସିହା ସେପ୍ଟେମ୍ବର ୭ରେ ପୁଣେରେ ଜନ୍ମଗ୍ରହଣ କରିଥିବା ରାଧିକା ନିଜ ଅଭିନୟରେ...

ମଲାଇକା କରୋନା ପଜିଟିଭ: ଚିନ୍ତାରେ କରିନା

ମୁମ୍ବାଇ: ବଲିଉଡ୍‌ ନାୟିକା ମଲାଇକା ଆରୋରା କରୋନା ପଜିଟିଭ ଥିବା ଗତକାଲି ତାଙ୍କ ଭଉଣୀ ଅମୃତା ଜଣାଇଥିଲେ। ଏହା ପୂର୍ବରୁ ଅର୍ଜୁନ କପୁର କରୋନାରେ ପୀଡ଼ିତ...

୫୦ କୋଟିର ଘର, ୩.୨୯ କୋଟିର କାର, ୬୮ ଲକ୍ଷର ଜୋତା ଏବଂ ୩୦୭ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଅଭିନେତା

ବର୍ତ୍ତମାନ ସମୟରେ ବଲିଉଡ୍‌ର ଆଗଧାଡିର ଅଭିନେତାଙ୍କ ମଧ୍ୟରେ ଜଣେ ରଣବୀର ସିଂ। ଗତ କିଛି ବର୍ଷ ମଧ୍ୟରେ ସେ ଅନେକ ହିଟ୍‌ ଫିଲ୍ମରେ କାମ କରିସାରିଛନ୍ତି।...

କିଛି ଏମିତି ଥିଲା ମହେଶ ବାବୁ-ନମ୍ରତାଙ୍କ ପ୍ରେମକାହାଣୀ

ମହେଶ ବାବୁ ଏବଂ ନମ୍ରତା ଶିରୋଦକରଙ୍କୁ ଶକ୍ତିଶାଳୀ ଦମ୍ପତି ଭାବେ ବିବେଚନା କରାଯାଏ। ୧୫ ବର୍ଷ ପୂର୍ବେ ମହେଶ ବାବୁ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ...

ମା’ଙ୍କ ସହ ଡ୍ୟାନ୍ସ କଲେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ୍‌ ଫିଲ୍ମ ‘ଭାରତ’ର ସଫଳତା ପରେ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ପ୍ରତିଦିନ କିଛି ଫଟୋ ହେଉ କିମ୍ବା...

ପୁଣି ‘ଆକ୍ସନ’ ଅବତାରରେ କଙ୍ଗନା

‘ମଣିକର୍ଣ୍ଣିକା, ଦି କ୍ୱିନ୍‌ ଅଫ୍‌ ଝାନ୍‌ସୀ’ ହେଉ ବା ‘ଜଜ୍‌ମେଣ୍ଟାଲ ହେ କ୍ୟା’ ହେଉ, ଭଳି ଫିଲ୍ମରେ ଅଭିନୟ କରିଥିବା ବଲିଉଡର ହଟ୍‌କେ ଗାର୍ଲ କଙ୍ଗନା...

ଆସନ୍ତା ବର୍ଷ ବଲିଉଡ୍‌ରେ ପାଦ ରଖିପାରନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ପ୍ରତିବର୍ଷ ବଲିଉଡ୍‌ରେ ନୂଆ ନୂଆ ଷ୍ଟାର କିଡ୍ସଙ୍କୁ ଦେଖିବାକୁ ମିଳେ। ସେଥିମଧ୍ୟରୁ କେତେକଙ୍କୁ ସଫଳତା ମିଳିଥିବା ବେଳେ କେତେ ଜଣଙ୍କୁ ବିଫଳତାର ମୁହଁ ଦେଖିବାକୁ...

Coronavirus Update


Archives

Model This Week

Why Dharitri