ସୁପ୍ରିମକୋର୍ଟରେ କରୋନା କଟକଣା

ନୂଆଦିଲ୍ଲୀ,୨୪ା୩(ପି.ଟି.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାପତ୍ତା ପଦକ୍ଷେପ ସ୍ବରୂପ ସର୍ବୋଚ୍ଚ ଅଦାଲତ ଓକିଲାମାନଙ୍କ ଚାମ୍ବରଗୁଡ଼ିକୁ ବନ୍ଦ କରିବା ଲାଗି ସୋମବାର ନିଷ୍ପତ୍ତି ନେଇଛନ୍ତି। କେବଳ ଗୋଟିଏ କୋର୍ଟରେ ଅତି ଜରୁରୀ ମାମଲାଗୁଡ଼ିକର ଶୁଣାଣି ହେବ ବୋଲି କୁହାଯାଇଛି। ସୋମବାରଠାରୁ ଆଇନଜୀବୀ ଓ ଅନ୍ୟ କର୍ମଚାରୀମାନଙ୍କ ପ୍ରବେଶ କାର୍ଡକୁ ବାତିଲ କରାଯାଇଛି। ତେଣୁ ସୁପ୍ରିମକୋର୍ଟ ପରିସରରେ କାହାକୁ ପଶିବା ଲାଗି ଅନୁମତି ଦିଆଯିବ ନାହିଁ। ପ୍ରଧାନ ବିଚାରପତି ଏସ.ଏ. ବୋବଡେ, ଜଷ୍ଟିସ୍‌ ଏଲ୍‌.ଏନ୍‌. ରାଓ ଏବଂ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ କହିଛନ୍ତି, ଅତି ଜରୁରୀ କାରଣ ଲାଗି କେବଳ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନର ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେଙ୍କୁ ପ୍ରବେଶ ଅନୁମତି ମିଳିଛି। ସପ୍ତାହରେ ଥରେ ଗୋଟିଏ କୋର୍ଟ ବସି ଅତି ଜରୁରୀ ମାମଲାର ଶୁଣାଣି ହେବ। ଭିଡିଓ ଲିଙ୍କ ମାଧ୍ୟମରେ ଆଇନଜୀବୀମାନେ ସେମାନଙ୍କ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ସହ ସେମାନଙ୍କ ଚାମ୍ବରରୁ ଯୁକ୍ତି ଉପସ୍ଥାପନ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ସେହିପରି ଏପ୍ରିଲ ୪ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟ ସମେତ ସମସ୍ତ ଜିଲା ଅଦାଲତ ବନ୍ଦ କରିଦିଆଯାଇଛି। ଅତି ଜରୁରୀ ମାମଲା ଥିଲେ ଫୋନ୍‌ ଯୋଗେ ରେଜିଷ୍ଟ୍ରାର କିମ୍ବା ଯୁଗ୍ମ ରେଜିଷ୍ଟ୍ରାରଙ୍କୁ ଜଣାଇଲେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ତାହାର ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ, ସିନେମା ହଲ୍‌ ବନ୍ଦ

ନୂଆଦିଲ୍ଲୀ, ୨୮ା୧୨: ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର ୟେଲୋ ଆଲର୍ଟ ଜାରି କରିଛନ୍ତି। ଏହି ଆଲର୍ଟ ଅନୁସାରେ...

ପିଏମ୍‌ କେୟାର ଫଣ୍ଡ୍‌କୁ ବିଦେଶୀ ଖେଳାଳି ଦେଲେ ୩୭ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୨୬।୪ : କୋଭିଡ୍‌-୧୯ ମହାମାରୀ ସହ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ୍‌କୁ ଅଷ୍ଟ୍ରେଲିଆନ ପେସର ଓ କୋଲକାତା ନାଇଟ୍‌ ରାଇଡର୍ସ ଷ୍ଟାର ପାଟ କୁମିନ୍ସ...

ଭାରତରେ ଗଡ଼ିଲାଣି ୧୧୭ ମୁଣ୍ଡ: ତଥ୍ୟରେ ରହୁନି ତାଳମେଳ

ନୂଆଦିଲ୍ଲୀ,୬ା୪: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିବା ସହ ଏପର୍ଯ୍ୟନ୍ତ ୪,୨୮୮ ବ୍ୟକ୍ତିଙ୍କୁ ସଂକ୍ରମିତ କଲାଣି। ରବିବାର ରାତି ୧୨ ସୁଦ୍ଧା ମୋଟ ୧୧୭...

ଆର୍ୟନ ମାମଲାରେ ନୂଆମୋଡ

ମୁମ୍ବାଇ,୨୪।୧୦: ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି। ଜଣେ ସାକ୍ଷୀ ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେ ଏବଂ ଅନ୍ୟ...

ଦିନକରେ ୪୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ୬୭୦ ମୃତ୍ୟୁ

ନୂଆଦିଲ୍ଲୀ,୬।୧୧: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୪୭ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା...

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା: ଟୁଇଟରକୁ ଚିଠି ଲେଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୯।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗିଛି। ଏନେଇ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ସାଙ୍ଗ,...

ପ୍ରଜ୍ଞା ଜଣେ ପେଶାଦାର ଅପରାଧୀ: ଭୁପେଶ ବାଘେଲା

ରାୟପୁର,୨୧।୪: ପ୍ରଜ୍ଞା ସିଂ ଠାକୁର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା। ପ୍ରଜ୍ଞା ଜଣେ ପେଶାଦାର ଅପରାଧୀ। ସେ ୧୯ ବର୍ଷ...

ତୃଣମୂଳ-ଭାଜପା ମଧ୍ୟରେ କଡ଼ା ମୁକାବିଲା: ନନ୍ଦିଗ୍ରାମରେ ଶୁଭେନ୍ଦୁ ଆଗରେ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଏବେ ରୋଚକ ମୋଡ଼ରେ ପହଞ୍ଚିଛି। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ଜାରି...

Advertisement
Archives

Model This Week