ସୁନା ଲୋଭ ଦେଖାଇ କନ୍‌ଷ୍ଟେବଳଙ୍କଠାରୁ ୬ ଲକ୍ଷ ଠକେଇ

କଟକ ରୋଡ୍‌,୧୨ା୩(ଡି.ଏନ୍‌.ଏ.): ସୁନା ଲୋଭ ଦେଖାଇ ଜଣେ କନ୍‌ଷ୍ଟେବଳଙ୍କ ଠାରୁ ୬ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ସୋମବାର ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଆସାମ ରାଜ୍ୟ ଧୁବରୀ ଜିଲାର ଫକୀରଚାନ ଖାନ, ନିଜାମୁଦ୍ଦିନ ଫକିର, ମନୋହର ଅଲ୍ଲି ଓ ମୁଜାମ ଅଲ୍ଲି। ଏମାନଙ୍କ ନିକଟରୁ ୬ ଲକ୍ଷ ଟଙ୍କା ଓ ନକଲି ସୁନା ଜବତ ହୋଇଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଅଧୀନ ଖଇରିପୁର ଗ୍ରାମର ଦୈତାରୀ ମଲ୍ଲିକ ସିଆରପିଏଫ୍‌ କନ୍‌ଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ବେଳେ ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଅଞ୍ଚଳରେ ରୁହନ୍ତି। ଅଭିଯୁକ୍ତ ଫକୀର ଚାନ ଜଣେ ମାଛ ବ୍ୟବସାୟୀ ହୋଇଥିବା ବେଳେ ଦୈତାରୀଙ୍କୁ ମାଛ ଦିଅନ୍ତି। ଦୀର୍ଘଦିନ ଭଳି ଏଭଳି ବ୍ୟବସାୟ ଚାଲିବା ପରେ ଫକୀରଚାନଙ୍କ ନିକଟରେ ୭୫୦ଗ୍ରାମ ସୁନା ରହିଛି ଓ ସେ ଏହାକୁ ବିକ୍ରି କରିବାକୁ ଚାହୁଁଥିବା ଦୈତାରୀଙ୍କ ସ୍ତ୍ରୀ ରାଧାମଣୀଙ୍କୁ ଜଣାଇଥିଲେ। ପରେ ଏ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଗତ ଜାନୁୟାରୀ ୧୧ରେ ଦୈତାରୀ ଓ ତାଙ୍କ ସ୍ତ୍ରୀଙ୍କ ସହ ଫକୀରଚାନ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରେ ଅପେକ୍ଷା କରିଥିବା ଅନ୍ୟ ଅଭିଯୁକ୍ତ ନିଜାମୁଦ୍ଦିନ ଏକ ସୁନା ମୁଣ୍ଡା ଦୈତାରୀଙ୍କୁ ଦେବା ପରେ ସେମାନଙ୍କଠାରୁ ୬ଲକ୍ଷ ଟଙ୍କା ନେଇଥିଲେ। ୧୨ତାରିଖରେ ଦୈତାରୀ ଉକ୍ତ ସୁନା ମୁଣ୍ଡା ନେଇ ଗହଣା ଦୋକାନରେ ଦେଖାଇବା ପରେ ଏହା ନକଲି ବୋଲି ଜଣାପଡିଥିଲା। ଏ ନେଇ ଦୈତାରୀଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୧୧/୨୦) ରୁଜୁ କରିଥିଲା। ନିଜାମୁଦ୍ଦିନ ଫୋନ ନମ୍ବର ପୋଲିସ ଟ୍ରାକିଂ କରିବା ପରେ ଝାରପଡ଼ା କେନାଲ ରୋଡରୁ ମାଛ ବ୍ୟବସାୟୀ ଫକୀର ଚାନ ଓ ନିଜାମୁଦ୍ଦିନଙ୍କୁ ଧରିଥିଲା। ଅନ୍ୟ ଦୁଇ ଜଣ ଉକ୍ତ ଅଞ୍ଚଳରେ ଏଭଳି ସୁନା ବିକ୍ରି ପାଇଁ ଚାହୁଁଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ସେମାନଙ୍କୁ ଧରି ଜେରା କରିବା ପରେ ଅନ୍ୟତମ ସହଯୋଗୀ ମନୋହର ଓ ମୁଜାମଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… 

ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri