ସୁଧ ଟଙ୍କା ଆଦାୟକୁ ନେଇ ଯୁବକଙ୍କୁ କଟୁରିରେ ଆକ୍ରମଣ

ବାରଙ୍ଗ,୨୭।୧୨(ଡି.ଏନ୍‌.ଏ.): ସୁଧ ଟଙ୍କା ଆଦାୟକୁ କେନ୍ଦ୍ରକରି ନନ୍ଦନକାନନ ଛକରେ ଗୁରୁବାର ପିଇସୀ ପୁଅ କଟୁରି ଚୋଟରେ ମାମୁ ପୁଅ ଗୁରୁତର ହୋଇଛି। ନନ୍ଦନକାନନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାଙ୍କୀ ଅଞ୍ଚଳର ବିଭୁରଞ୍ଜନ ସାହୁଙ୍କୁ ଡାକ୍ତରଖାନାକୁ ପଠାଇଥିବାବେଳେ ତାଙ୍କ ପିଇସୀ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୧୪୨/୧୯)ରୁଜୁ ହୋଇଛି। ସୂଚନା ଅନୁଯାୟୀ, ବାଙ୍କୀ ଅଞ୍ଚଳର ବିଭୁ ପିଇସୀ ଘର ରଘୁନାଥପୁର ଗ୍ରାମରେ ରହିବା ସହ ନନ୍ଦନକାନନ ଛକରେ ଏକ ମୋବାଇଲ ଦୋକାନ ଦେଇଥିଲେ। ପିଇସୀ ପୁଅ ଗୋବିନ୍ଦ ରାଉତ ବୁଧବାର ରାତିରେ ମୋବାଇଲ ଦୋକାନକୁ ଆସି ଧାର ନେଇଥିବା ୨୦ହଜାର ଟଙ୍କାର ସୁଧ ଟଙ୍କା ଦେବାକୁ ବିଭୁଙ୍କୁ କହିଥିଲେ। ପରେ ବିଭୁ ଧୀରେ ଧୀରେ ସୁଧ ଟଙ୍କା ପୈଠ କରିବାକୁ କହିଥିଲେ। ଗୁରୁବାର ସକାଳ ପ୍ରାୟ ୧୦ଟା ରେ ଗୋବିନ୍ଦ ଏକ କଟୁରି ଧରି ନିଶାଶକ୍ତ ଅବସ୍ଥାରେ ବିଭୁଙ୍କ ଦୋକାନରେ ପହଞ୍ଚିବା ସହ ବିଭୁଙ୍କ ମୁଣ୍ଡକୁ କଟୁରିରେ ଆକ୍ରମଣ କରିଥିଲେ। ଖବରପାଇ ପୋଲିସ ପହଞ୍ଚି ବିଭୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲା। ଏହା ପରେ ପୋଲିସ ଗୋବିନ୍ଦଙ୍କୁ ଅଟକ ରଖିବା ସହ ଆକ୍ରମଣରେ ବ୍ୟବହୃତ କଟୁରି ଜବତ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ, ଦ୍ୱୀପପୁଞ୍ଜ ମନ୍ତ୍ରଣାକକ୍ଷ

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା,୧୯।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାରେ ୪୮କି.ମି. ସମୁଦ୍ରତଟ। ସମୁଦ୍ରତଟରେ ୬୮୨ବର୍ଗକି.ମି. ଜାତୀୟ ଉଦ୍ୟାନ ଭିତରକନିକା। ତଟ ସୁରକ୍ଷା ବାହିନୀ ତଟାଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ବେଳେ...

ଚେରିମୂଲି ଭରସାରେ କିଡ୍‌ନୀ ରୋଗୀ

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଡୁମେରବାହାଲ ଗାଁର ବସ୍ତିପଡ଼ାରେ କଲବଲ କରୁଛି କିଡ୍‌ନୀ ରୋଗ। ଏହି ଗାଁରେ ଚଳିତବର୍ଷ କିଡ୍‌ନୀ ରୋଗର...

ଟ୍ରକ୍‌ ଧକ୍କାରେ ୩ ଯୁବକ ଗୁରୁତର ନେଇ ଉତ୍ତେଜନା

ବାସୁଦେବପୁର, ୩।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ବନ୍ଧସାହି ଛକଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଟ୍ରକ୍‌ ଧକ୍କାରେ ୩ ଯୁବକ ଗୁରୁତର ହୋଇଛନ୍ତି। ସେମାନେ...

ଯୁବକଙ୍କୁ ହାଣି ରାସ୍ତାକଡ଼ରେ ପିଙ୍ଗିଦେଲେ

ବାଲେଶ୍ୱର ଅଫିସ ୪।୬: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକରେ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା...

ଶିକାରୀ ଗିରଫ: ଶମ୍ବର ମାଂସ, ବନ୍ଧୁକ ଜବତ

ଉଦଳା, ୨୪।୨: ମୟୂରଭଞ୍ଜ ଜିଲା ଉଦଳା ବନବିଭାଗ ପକ୍ଷରୁ ସୋମବାର ଆଠପଡ଼ା ଗ୍ରାମ ନିକଟରେ ଚଢ଼ାଉ କରାଯାଇ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ସେ ହେଲେ...

ମାଛ ଧରିବାକୁ ଯାଇ ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ, ୨୮।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୃଷ୍ଣପ୍ରସାଦସ୍ଥିତ ଚିଲିକାକୁ ଏକ ମତ୍ସ୍ୟଜୀବୀ ପରିବାର ଡଙ୍ଗା ଯୋଗେ ମାଛ ଧରିବାକୁ ଯାଇଥିବାବେଳେ ଦଳରେ ଡଙ୍ଗା ଫସିଯିବାରୁ...

ବ୍ୟାନର ମାରି ମନ୍ତ୍ରୀ, ପୂର୍ବତନ ଏମ୍‌ପି, ବିଜେଡି ସଭାପତିଙ୍କୁ ଧମକ ଦେଲେ ମାଓବାଦୀ

ରାୟଗଡ଼ା,୨୪ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଓ କନ୍ଧମାଳ ସୀମାନ୍ତରେ ମାଓବାଦୀ ବ୍ୟାନର ମାରିଛନ୍ତି। ରାୟଗଡା ଜିଲା କାଶୀପୁର ବ୍ଲକର ସୁଙ୍ଗେରୁ ପଞ୍ଚାୟତର ୨୧ ଜଣଙ୍କୁ ପୋଲିସ...

ପରଲୋକରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂ

କଟକ ଅଫିସ,୨୭।୭: ବିଶିଷ୍ଟ ଶ୍ରମିକ ନେତା ତଥା କଟକ ସଦରର ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬...

Advertisement
Archives

Model This Week