ସୁଆସ୍‌ତିଅ ସେବାରୁ ବଁଚିତ୍‌ ବେହେରା, ଛଞ୍ଚାଣବାହାଲି ପଁଚେତ୍‌ବାସୀ: ଦରଖଁଡ଼ିଆ ହେଇ ପଡ଼ିଛେ ଡାକ୍‌ତରଖାନା କୁଠା

ପର୍ଲା,୧୩।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଅଧୀନ ବେହେରା ଆର ଛଞ୍ଚାଣବାହାଲି ଗଁ। ରେ ଥିବାର ହୋମିଓପ୍ୟାଥି ଡାକ୍‌ତରଖାନା ଲୁକ୍‌କର ସେବାରେ ନାଇଁ ଲାଗିପାରବାର। ୫ରୁ ୬ ବଛର ତଲେ ଡାକ୍‌ତରଖାନାର କୁଠା ତିଆରି କାମ୍‌ ମୂଲ ହେଇଥିଲେ ବି ଆଏଜ୍‌ତକ ଦରଖଁଡ଼ିଆ ହେଇ ପଡ଼ି ରହିଛେ। ଏନ୍‌ତାଥି ସୁଆସ୍‌ତିଅ ସେବାରୁ ବଁଚିତ୍‌ ହେଉଥିବାର ଅଂଚଲବାସୀ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଧର୍ମଗଡ଼ ବ୍ଲକ ଅଧୀନ ବେହେରା ଆର ଛଞ୍ଚାଣବାହାଲି ପଁଚେତ୍‌ରେ ଗଲା ୨୦୧୪-୧୫ ସାଲେ ଦୁଇଟା ହୋମିଓପ୍ୟାଥି ଡାକ୍‌ତରଖାନାର କୁଠା ତିଆରି କାମ୍‌ ମୂଲ ହେଇଥିଲା। ହେଲେ ଇ କୁଠା ଦୁଇଟା ଆଏଜ୍‌ ବି ଦରଖଁଡ଼ିଆ ଅବସ୍‌ତାରେ ପଡ଼ି ରହିଛେ। ଏନ୍‌ତାଥି ଇ କେନ୍ଦ୍ରମାନକେ କାଯ୍‌ କରୁଥିବାର ଡାକ୍‌ତରମାନେ ବି ମନ୍‌ ଇଛା ଯାଆସ କରୁଛନ୍‌। ଯେନ୍‌ଥିରଲାଗି ସୁଆସ୍‌ତିଅ ସେବା ପରଭାବିତ ହେଉଥିବାର ଅଂଚଲବାସୀ ଅଭିଯୋଗ କରିଛନ୍‌। ହେଲେ ଇ କଥାକେ ଦୁଇ ଡାକ୍‌ତର ମିଛ୍‌ ବଲି କହିବାର ସଂଗେ ଜାଗାବାଡ଼ି ଅଭାବୁ ଏନ୍‌ତା ସବୁ ସମସିଆ ହେଉଛେ ବଲି କହିଛନ୍‌। ସେନ୍‌ତା ଝନେ ଡାକ୍‌ତର ଅସ୍‌ତାଇ ଭାବେ ବେହେରା ପଁଚେତ୍‌ ଅଫିସରେ ଆର ଝନେ ଛଞ୍ଚାଣବାହାଲି ପଁଚେତ୍‌ର ରାବନଗୁଡ଼ା ଗଁାର ଝନକର ଘରେ ଲୁକ୍‌କୁ ସୁଆସ୍‌ତିଅ ସେବା ଯୁଗେଇ ଦେଉଥିବାର ସେମାନେ କହିଛନ୍‌। ଇଆଡ଼େ ସରକାର ଲୁକ୍‌କୁ ସୁଆସ୍‌ତିଅ ସେବା ଯୁଗେଇ ଦେବାର ଲାଗି ଗଁାଗଁଲିରେ ହୋମିଓପ୍ୟାଥି, ଆୟୁର୍ବେଦିକ ଡାକ୍‌ତରଖାନା ଖୁଲୁଛନ୍‌। ଇଥିର ଭିତିଭୂମି ବିକାଶ ଲାଗି ବି ସରକାର ରାଜକୋଷରୁ କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ସେ ହିସାବେ ଆଏଜ୍‌କେ ୫ରୁ ୬ ବଛର ତଲେ ବେହେରା ଆର ଛଞ୍ଚାଣବାହାଲି ପଁଚେତ୍‌ରେ ଦୁଇଟା ହୋମିଓପ୍ୟାଥି ଡାକ୍‌ତରଖାନା କୁଠା ତିଆରି ଲାଗି ପିଡବ୍ଲ୍ୟୁଡି ବିଭାଗ ତରଫୁ ଟେଣ୍ଡର ଡକାଯାଇ କାମ୍‌ ମୂଲ ହେଇଥିଲା। ହେଲେ ବିଭାଗୀୟ ଅବହେଲାର ଲାଗି ଆଏଜ୍‌ ବି ଦୁଇ ଡାକ୍‌ତରଖାନା କୁଠା ଦରଖଁଡ଼ିଆ ହେଇ ପଡ଼ିଛେ। ଇ ଘଟନାକେ ନେଇ ଅଂଚଲବାସୀକର ଭିତରେ ଅସନ୍‌ତୋଷ ଭାବ ଦେଖ୍‌ବାକେ ମିଲୁଛେ। ଇ ବାବ୍‌ଦେ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାଶକୁଁ ପଚ୍‌ରାଲାରୁ ଡାକ୍‌ତରଖାନା କୁଠା ତିଆରି କାମ୍‌ରେ ଡେରି ହେଇଥିବାର କଥାକେ ସେ ମାନିଥିଲେ। ଛଞ୍ଚାଣବାହାଲିରେ ୨ଟା ଆର ବେହେରାରେ ୨ଟା କୁଠା ବିଭାଗର ଜିମା ଦିଆଯାଇଛେ। ହେଲେ ପାଏନ୍‌ ଆର ବିଦ୍ୟୁତ୍‌ ସଂଯୋଗର ଅଭାବ ରହିଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବେହେରାରେ କାଯ୍‌ କରୁଥିବାର ଡା.ବନ୍ଦିତା ମିଶ୍ରକୁଁ ପଚ୍‌ରାଲାରୁ ଡାକ୍‌ତରଖାନା କୁଠା ତିଆରି କାମ୍‌ ଯେତେ ଜଲଦି ହେବା ଶେଷ କରି ବିଭାଗର ଜିମା ଦେବାକେ ଜିଲା ଅଧ୍‌କାରୀକୁଁ ଚିଠି ଲେଖାଯାଇଥିବାର ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ସୌନ୍ଦର୍ଯ୍ୟ ବଢାଇବାକୁ ପ୍ରୟାସ: କେସିଙ୍ଗା ଏନଏସି ପକ୍ଷରୁ…

କେସିଙ୍ଗା,୬।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଡୁମେର ମୁଣ୍ଡାସ୍ଥିତ ଏମସିସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପରିବେଶ…

ବରିଷ୍ଠ ଶିଶୁ ବିଶେଷଜ୍ଞ ପଲଉ ପ୍ରଧାନଙ୍କ ପରଲୋକ: ଅନେକଙ୍କ ପାଇଁ ଥିଲେ ଆଶାର ଆଲୋକ

ଭବାନୀପାଟଣା,୬।୬(ଉତ୍ତମ କୁମାର ଦାଶ):ବରିଷ୍ଠ ଶିଶୁ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଡାକ୍ତର ପଲଉ ପ୍ରଧାନ (୭୦)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି। ତାମିଲନାଡୁର କୋଏମ୍ବାଟୁରର ଏକ ହୋଟେଲରେ ହୃଦଘାତ…

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

ଅବୁଜବାହାଲ କ୍ରସର ବନ୍ଦ ପାଇଁ ନିର୍ଦ୍ଦେଶ ଦେଲା ଖଣି ବିଭାଗ, ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି…

ରିଷିଡ଼ା,୫ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲସ୍ଥିତ ମିନମାନ ପାହାଡ଼ରେ ଚାଲୁଥିବା କ୍ରସର ବର୍ତ୍ତମାନ ବନ୍ଦ ରଖିବାକୁ ଖଣିବିଭାଗ ନିର୍ଦ୍ଦେଶ ଦେଇଛି। ଏହି…

୯୨ ଭୂମିହୀନ ପରିବାରକୁ ମିଳିଲା ଘର ଠିକଣା

ଲାଞ୍ଜିଗଡ଼,୪ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ରାଜସ୍ବ ବିଭାଗ ପକ୍ଷରୁ ୯୨ ଭୂମିହୀନ ପରିବାରକୁ ସ୍ଥାୟୀ ଘରଡ଼ିହ ପଟ୍ଟା ଗୁରୁବାର ଆବଣ୍ଟନ କରାଯାଇଛି। ପ୍ରତ୍ୟେକ ନାଗରିକଙ୍କୁ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା: ୧୧ଟି ବୁଲେଟ୍ ଜବତ, ଲକ୍ଷାଧିକ ଟଙ୍କା ଫାଇନ୍ କାଟିଲା…

ଭବାନୀପାଟଣା,୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଗୁରୁବାର ସ୍ଥାନୀୟ ପୋଲିସ ପକ୍ଷରୁ ମୋଟର ଯାନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୧୧ ଜଣ…

ସ୍ବାମୀ କାଠ ମିସ୍ତ୍ରୀ, ସ୍ତ୍ରୀ ହେଲେ OAS; ସଫଳତା ପରେ କହିଲେ- ‘ଗରିବଙ୍କ ସେବା କରିବି’

କେସିଙ୍ଗା,୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜଣେ କାଠ ମିସ୍ତ୍ରୀଙ୍କ ପତ୍ନୀ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସଫଳତାର ଶୀର୍ଷକୁ ଛୁଇଁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri