ସୀମାନ୍ତରେ ପ୍ରବାସୀଙ୍କୁ ଅଟକାଅ: ହାଇକୋର୍ଟ

କଟକ ଅଫିସ,୨୯।୩: ସାରା ବିଶ୍ୱରେ ଏବେ କରୋନା ଆତଙ୍କ। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ନେଇ ଦେଶକୁ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଗରିବ ଏବଂ ଶ୍ରମିକ ଶ୍ରେଣୀୟ ଲୋକେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ନିଜ ରାଜ୍ୟକୁ ଫେରିଆସିବାକୁ ସେମାନେ ଚେଷ୍ଟା କରୁଛନ୍ତି। ଶହ ଶହ ସଂଖ୍ୟାରେ ଲୋକେ ବିଭିନ୍ନ ସୀମାରେ ଏକତ୍ରିତ ହେଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀମାନଙ୍କୁ ସୀମାନ୍ତରେ ଅଟକାଇବାକୁ ଓଡ଼ିଶା ହାଇକୋର୍ଟ ରବିବାର ନିର୍ଦ୍ଦେଶ ଦେଇଛନ୍ତି।

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରବାସରୁ ରାଜ୍ୟକୁ ଫେରୁଥିବା ବ୍ୟକ୍ତିମାନଙ୍କ ପ୍ରସଙ୍ଗରେ ନିର୍ଦ୍ଦେଶ ଦେଇ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ ସମ୍ପୃକ୍ତ ଲୋକମାନଙ୍କୁ ସୀମାନ୍ତରେ ଅଟକାଯାଉ। ଉକ୍ତସ୍ଥାନରେ ହିଁ ସେମାନଙ୍କର ରହିବା ବ୍ୟବସ୍ଥା କରାଯାଉ। ଏପରିକି ଖାଇବାପିଇବା ବ୍ୟବସ୍ଥା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ବନ୍ଦ ଥିବା ସ୍କୁଲ ଓ କଲେଜରେ ରହିବାର ବ୍ୟବସ୍ଥା କରାଯାଉ। ରାଜ୍ୟର ଜିଲାଗୁଡ଼ିକ ଭିତରେ ମଧ୍ୟ ଏହି ନିୟମ ପାଳନ କରାଯାଉ ବୋଲି ସୀମାନ୍ତବର୍ତ୍ତୀ ଜିଲାର ଜିଲାପାଳ ଓ ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ରାଜ୍ୟରେ ଲାଗୁ ହେଉ ଆୟୁଷ୍ମାନ୍‌ ଭାରତ

ଭୁବନେଶ୍ୱର,୧୩।୯(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ(ଏନ୍‌ଡିଏଚ୍‌ଏମ୍‌) ଏବଂ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ମଙ୍ଗଳବାର ନିକଟତର ହେବେ ଶୁକ୍ର ଓ ଚନ୍ଦ୍ର -ଖାଲି ଆଖିରେ ଦେଖିହେବ 

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ମଙ୍ଗଳବାର ସନ୍ଧ୍ୟାରେ ଉଜ୍ଜ୍ୱଳ ଶୁକ୍ରର ଖୁବ୍‌ ନିକଟରେ ଚନ୍ଦ୍ର ଦେଖାଯିବ। ସେମାନଙ୍କ ଭିତରେ କୌଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ। ଏହା ପରଦିନ...

ସରକାରୀ ନିର୍ଦ୍ଦେଶକୁ ଅପେକ୍ଷା

କାମାକ୍ଷାନଗର, ୩୦ା୧୨(ଡି.ଏନ.ଏ.) – ଶିକ୍ଷାୟତନ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଟଣାଯାଇଛି ଲକ୍ଷ୍ମଣରେଖା। କରୋନା ସଂକ୍ରମଣ ଭୟରେ ଦୀର୍ଘ ୯ମାସ ହେଲା ଶିକ୍ଷାନୁଷ୍ଠାନରେ ଝୁଲୁଛି ତାଲା। ଯଦିଓ...

କଲବଲ କରୁଛି ଗରମ, ଗୁଳୁଗୁଳି

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ମୌସୁମୀ କେରଳ ଛୁଇଁ ସାରିଛି। ଓଡ଼ିଶାକୁ କେବେ ସୁଦ୍ଧା ମୌସୁମୀ ଆସିବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ରାଜ୍ୟରେ ଲେଉଟିଥିବା...

କର୍ନାଟକରେ କମାଲ କଲେ ସାଇପ୍ରକାଶ

ଭଦ୍ରକ ଅଫିସ,୯।୯: ବୟସ ମାତ୍ର ୮ ବର୍ଷ। ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର୍‌। ଆଖି ପିଛୁଳାକେ କରି ଦେଖାନ୍ତି କଷ୍ଟସାଧ୍ୟ ଯୋଗାସନ। ଯେଉଁ ଆସନ କରିବା...

ଦମ୍ପତି ନିଖୋଜ, ହତ୍ୟା ସନ୍ଦେହ

କପ୍ତିପଦା, ୭।୧୦ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ମଝିଗଡ଼ିଆ ପଞ୍ଚାୟତ ଛାଞ୍ଚୁଣିଆ ଗ୍ରାମର ଏକ ଦମ୍ପତି ରବିବାର ସନ୍ଧ୍ୟାଠାରୁ ନିଖୋଜ ଅଛନ୍ତି।...

ରାଜଧାନୀରୁ ୧ କୋଟିର ବ୍ରାଉନ୍‌ସୁଗାର ଜବତ: ୨ ଗିରଫ

ଭୁବନେଶ୍ୱର, ୨।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଆଇଗିଣିଆ ୧୬ ନଂ. ଜାତୀୟ ରାଜପଥ ନିକଟରୁ ମଙ୍ଗଳବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ୨ ନିଶା ବେପାରୀଙ୍କୁ ଗିରଫ କରିଛି।...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୪୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯ା୭(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୩୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୧,୨୯୮ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

Advertisement
Archives

Model This Week